BSNL ଆଣିଲା ବଢ଼ିଆ ପ୍ଲାନ୍‌, ମାତ୍ର ୫୮ ଏବଂ ୫୯ ଟଙ୍କାରେ ପାଇବେ ଜବରଦସ୍ତ ପ୍ଲାନ୍‌

ବିଏସଏନଏଲ ନିଜର କୋଟି କୋଟି ୟୁଜର୍ସଙ୍କ ପାଇଁ ଦୁଇଟି ଧମାକେଦାର ରିଚାର୍ଜ ପ୍ଳାନ୍‌ ଲଞ୍ଚ୍‌ କରିଛି ।

ଗ୍ରାହକଙ୍କ ପାଇଁ ଆସିଲା ବଢ଼ିଆ ପ୍ଲାନ୍‌…BSNL ଆଣିଲା ଜବରଦସ୍ତ ରିଚାର୍ଜ ପ୍ଲାନ୍‌…ମାତ୍ର ୫୮ ଏବଂ ୫୯ ଟଙ୍କାରେ ପାଇବେ ଜବରଦସ୍ତ ପ୍ଲାନ୍‌…

ହଁ ଯଦି ଆପଣ ମହଙ୍ଗା ରିଚାର୍ଜ ପ୍ଲାନ୍ସରୁ ବର୍ତ୍ତିବାକୁ ଚାହୁଁଛନ୍ତି ତାହେଲେ ବିଏସଏନଏଲର ଏହି ସର୍ଭିସ ନେଇପାରିବେ । ସରକାରୀ ଟେଲିକମ ଏଜେନ୍ସୀ ବିଏସଏନଏଲ ପୁଣି ଥରେ ନିଜ ଫ୍ୟାନ୍ସ ଏବଂ ଟେଲିକମ୍‌ କମ୍ପାନୀ ଗୁଡିକୁ ଚମକାଇ ଦେଇଛି । ବିଏସଏନଏଲ ନିଜର କୋଟି କୋଟି ୟୁଜର୍ସଙ୍କ ପାଇଁ ଦୁଇଟି ଧମାକେଦାର ରିଚାର୍ଜ ପ୍ଳାନ୍‌ ଲଞ୍ଚ୍‌ କରିଛି ।

BSNL ନିଜ ୟୁଜର୍ସଙ୍କ ପାଇଁ ୭୦ ଟଙ୍କାରୁ କମ୍‌ ଦାମରେ ଦୁଇଟି ଜବରଦସ୍ତ ପ୍ଲାନ୍ସ ଲଞ୍ଚ୍‌ କରିଛି । ବିଏସଏନଏଲର ଏହି ଦୁଇଟି ପ୍ଲାନର ଦରମ୍‌ ୫୮ ଟଙ୍କା ଏବଂ ୫୯ ଟଙ୍କା । ଯଦି ଆପଣ ଏମିତି ଜଣେ ୟୁଜର୍ସ ଯିଏ ଡାଟା ଅଧିକ ବ୍ୟବହାର କରୁନାହାଁନ୍ତି ତାହେଲେ ଆପଣଙ୍କ ପାଇଁ ଏହା ଏକଦମ୍‌ ବେଷ୍ଟ ରହିବ । ତାହେଲେ ଚାଲନ୍ତୁ ଆଉ ଡେରି ନକରି ଜାଣିବା ଏହା ବିଷୟରେ ଡିଟେଲରେ ।

ପ୍ରଥମେ ଆସନ୍ତୁ ଜାଣିବା ୫୮ ଟଙ୍କିଆ ପ୍ଲାନ ବିଷୟରେ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବିଏସଏନଏଲର ୫୮ ଟଙ୍କା ଏବଂ ୫୯ ଟଙ୍କା ଉଭୟ ପ୍ଲାନ ଡାଟା ଭାଉଚର ପ୍ଲାନ୍‌ ଅଟେ । ଏଥିରେ କମ୍ପାନୀ ୟୁଜର୍ସଙ୍କୁ ଡେଲି ଡାଟାର ସୁବିଧା ଦେଇଥାଏ । ଉଭୟ ପ୍ଲାନ ହିଁ ଆପଣ ବ୍ୟବହାର କରିପାରିବେ । ଯେତେବେଳେ ଆପଣଙ୍କ ରିଚାର୍ଜ ପ୍ଲାନରେ ଡେଲି ଡାଟା ଲିମିଟ୍‌ ଶେଷ ହୋଇଯିବ । ଯଦି ୫୮ ଟଙ୍କାର ପ୍ଲାନ ବିଷୟରେ କଥା ହେବା ତାହେଲେ ଏଥିରେ ୟୁଜର୍ସଙ୍କୁ ୭ ଦିନର ଭ୍ୟାଲିଡିଟୀ ମିଳିଥାଏ । ଏଥିରେ ଆପଣଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏହିପରି ଭାବେ ଏହି ପ୍ଲାନରେ ମୋଟ ୧୪ଜିବି ଡାଟାର ବ୍ୟବହାର କରିପାରିବେ ।

ବିଏସଏନଏଲର ୫୯ ଟଙ୍କିଆ ପ୍ଲାନ୍‌

ଯଦି ବିଏସଏନଏଲର ୫୯ ଟଙ୍କିଆ ପ୍ଲାନ୍‌ ବିଷୟରେ କଥା ହେବା ତାହେଲେ ମଧ୍ୟ ୟୁଜର୍ସଙ୍କୁ ୭ ଦିନର ଭ୍ୟାଲିଡିଟୀ ମିଳିବ । ବିଏସଏନଏଲର ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ୧ଜିବି ଡାଟା ମିଳିବ । ଏହିଭଳି ଭାବେ ଆପଣ ପୂରା ପ୍ଲାନରେ ୭ଜିବି ଡାଟା ବ୍ୟବହାର କରିପାରିବେ । ୫୯ ଟଙ୍କିଆ ପ୍ଲାନରେ କମ୍ପାନୀ ଗ୍ରାହକଙ୍କୁ କେବଳ ଡାଟା ନୁହେଁ ବରଂ ୭ ଦିନ ପାଇଁ ଅନଲିମିଟେଡ ଭଏସ କଲିଙ୍ଗର ମଧ୍ୟ ସୁବିଧା ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.