Below header

ଜମ୍ମୁ-କାଶ୍ମୀର: କୁଲଗ୍ରାମରେ ଲସ୍କରର ଟପ୍‌ କମାଣ୍ଡର ବାସିତ ଅହମ୍ମଦ ଡାରଙ୍କୁ ଘେରିଛି ସୁରକ୍ଷା ବାହିନୀ, ଏନ୍‌କାଉଣ୍ଟର ଜାରି

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର ଜାରି ରହିଛି । ସୋମବାର ସକାଳେ ଦକ୍ଷିଣ କାଶ୍ମୀରର କୁଲଗ୍ରାମରେ ରେଡ୍‌ଓ୍ଵାନି ପାଇନ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ଗୁଳି ବିନିମୟ ବର୍ତ୍ତମାନ ଜାରି ରହିଛି ।

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର ଜାରି ରହିଛି । ସୋମବାର ସକାଳେ ଦକ୍ଷିଣ କାଶ୍ମୀରର କୁଲଗ୍ରାମରେ ରେଡ୍‌ଓ୍ଵାନି ପାଇନ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ଗୁଳି ବିନିମୟ ବର୍ତ୍ତମାନ ଜାରି ରହିଛି । ଜମ୍ମୁ-କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଭାବେ ମୋର୍ଚ୍ଚା ସମ୍ଭାଳିଛନ୍ତି ।

ଏହାରି ଭିତରେ ଖବର ଆସିଛି ଯେ ଏହି ଗୁଳି ବିନିମୟ ବେଳେ ଲସ୍କରର ଟପ୍‌ କମାଣ୍ଡର ବାସିତ ଅହମ୍ମଦ ଡାରଙ୍କୁ କୁଲଗ୍ରାମରେ ଘେରି ନିଆଯାଇଛି । ଗତବର୍ଷ ଜାତୀୟ ତଦନ୍ତ ଏଜେନ୍ସି (ଏନ୍‌ଆଇଏ) ଲସ୍କରର ସହଯୋଗୀ ସଙ୍ଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍‌ଏଫ୍‌)’ର ଟପ୍‌ କମାଣ୍ଡର ବାସିତ ଅହମ୍ମଦ ଡାରଙ୍କ ଉପରେ ୧୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି ଘୋଷଣା କରିଥିଲା । ତାଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ୩୨/୨୦୨୧/ଏନ୍‌ଆଇଏ/ଡିଏଲ୍‌ଆଇ ମାମଲାରେ ଏହି ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ଅଧିକାରୀଙ୍କ ସୂତ୍ର ମୁତାବକ, ବାସିତ ଅହମ୍ମଦ ଅନେକ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଥିଲେ । କୁଲଗ୍ରାମର ରେଡ୍‌ଓ୍ଵାନି ନିବାସୀ ବାସିତ ୨୦୨୨ ଏପ୍ରିଲ ପରଠାରୁ ନିଜ ଘରୁ ନିଖୋଜ ଥିଲେ । ଲସ୍କର-ଏ-ତୋଏବାର ସହଯୋଗୀ ସଙ୍ଗଠନ ଟିଆର୍‌ଏଫ୍‌ରେ ସେ ସାମିଲ ହୋଇଯାଇଥିଲେ ।

ସୂଚନାଥାଉ କି, ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ମେ’ ୪ରେ ଭାରତୀୟ ବାୟୁସେନା ଗାଡ଼ି ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ, ଏହି ଆକ୍ରମଣରେ ଆଇଏଏଫ୍‌ର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଯବାନ ଆହତ ହୋଇଥିଲେ ।

ଶନିବାର ସନ୍ଧ୍ୟାରେ ଯେତେବେଳେ ବାୟୁସେନାର ଗାଡ଼ି ଜିଲ୍ଲାର ସୁରନକୋଟ ଅଞ୍ଚଳରେ ସନାଇ ଟପ୍‌ ଅଭିମୁଖେ ଯାତ୍ରା କରୁଥିଲା, ସେହି ସମୟରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ସାମିଲ ଆତଙ୍କବାଦୀଙ୍କ ଠିକଣା ଜାଣିବା ଏବଂ ସେମାନଙ୍କୁ ନିପାତ କରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ।

କହି ରଖୁଛୁ, ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଏହି ଆକ୍ରମଣ ଚଳିତ ବର୍ଷର ଦ୍ୱିତୀୟ ଆକ୍ରମଣ ଘଟଣା । ଜାନୁୟାରୀରେ ସେନାର ଏକ କାର୍‌କେଡ ଉପରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ପ୍ରବଳ ଗୁଳିଚାଳନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.