ସଲମାନ ଖାନ ଘର ବାହାରେ ଗୁଳିମାଡ ମାମଲା: ଧରାପଡିଲା ୫ମ ଅଭିଯୁକ୍ତ, କରିଥିଲା ସୁଟରଙ୍କୁ ସାହାଯ୍ୟ
ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ ମହମ୍ମଦ ରଫିକ ଚୌଧୁରୀକୁ ପଞ୍ଜାବରୁ ଗିରଫ କରିଛି । ଖବର ମୁତାବକ, ରଫିକ ଦୁଇ ସୁଟର ସାଗଲ ପାଲ ଏବଂ ବିକ୍କି ଗୁପ୍ତାକୁ ପଇସା ଏବଂ ସଲମାନଙ୍କ ଘର ବାହାରେ ଫାୟାରିଂ ପାଇଁ ସାହାଯ୍ୟ କରିଥିଲା ।

ବଲିଉଡର ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ ମହମ୍ମଦ ରଫିକ ଚୌଧୁରୀକୁ ପଞ୍ଜାବରୁ ଗିରଫ କରିଛି । ଖବର ମୁତାବକ, ରଫିକ ଦୁଇ ସୁଟର ସାଗଲ ପାଲ ଏବଂ ବିକ୍କି ଗୁପ୍ତାକୁ ପଇସା ଏବଂ ସଲମାନଙ୍କ ଘର ବାହାରେ ଫାୟାରିଂ ପାଇଁ ସାହାଯ୍ୟ କରିଥିଲା ।
କ୍ରାଇମ ବ୍ରାଞ୍ଚ ଚୌଧୁରୀକୁ ଆଜି ମୁମ୍ବାଇ ଆଣିବ । ଆଜି କୋର୍ଟରେ ତାକୁ ହାଜର କରାଯିବ । କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଅଭିଯୁକ୍ତକୁ ରିମାଣ୍ଡ ନେବା ପାଇଁ ଅନୁରୋଧ କରିପାରେ ।
Salman Khan residence firing case | Mumbai Crime Branch arrested the 5th accused in this case from Rajasthan, the name of the arrested accused is Mohammad Chaudhary. He helped the two shooters, Sagar Pal and Vicky Gupta, provide money, and do recce. Chaudhary is being brought to…
— ANI (@ANI) May 7, 2024
ସୂଚନାଯୋଗ୍ୟ, ଏପ୍ରିଲ ୧୪ରେ ବାନ୍ଦ୍ରାରେ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟାରିଂ ହୋଇଥିଲା । ଦୁଇ ବାଇକ ଆରୋହୀ ଗୁଳିମାଡ କରିଥିଲେ । ପ୍ରାୟ ୨-୩ ରାଉଣ୍ଡ ଫାୟାରିଂ ହୋଇଥିଲା । ଏହି ଘଟଣାପରେ ସଲମାନଙ୍କ ପରିବାର, ବଲିଉଡ ଇଣ୍ଡଷ୍ଟ୍ରୀ, ଫ୍ୟାନ୍ସ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପ୍ରକଟ କରିଥିଲେ । ଘଟଣାକୁ ନେଇ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିଥିଲା । ତଦନ୍ତ କରୁଥିବା ପୋଲିସକୁ ଘଟଣା ସ୍ଥଳର କିଛି ଦୂରରେ ବାଇକ ମିଳିଥିଲା । ଏହାର ୨ ଦିନ ପରେ ମୁମ୍ବାଇ ପୋଲିସ ୨ ବାଇକ ଆରୋହୀଙ୍କୁ ଗୁଜରାଟ କଚ୍ଛରୁ ଗିରଫ କରିଥିଲା । ପଚରା ଉଚରାରୁ ସନ୍ଦିଗ୍ଧ ଜଣକ କହିଥିଲା କି, ଏହି ଘଟଣାକୁ ଘଟାଇବା ପରେ ତାପି ନଦୀରେ ବନ୍ଧୁକ ଫୋପାଡି ଦେଇଛି । ଏହାପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ବିକ୍କି ଗୁପ୍ତାକୁ ସୁରଟର ତାପି ନଦୀକୁ ନେଇ ଯାଇଥିଲା । ସେଠାରୁ ବନ୍ଧୁକକୁ ଜବତ କରିଥିଲା ।
ସଲମାନଙ୍କ ଘର ବାହାରେ ଗୁଳିଚାଳନା ପୂର୍ବରୁ ଦୁହେଁ ଗତ ଏକ ମାସ ହେବ ମୁମ୍ବାଇ ନିକଟସ୍ଥ ପନଭେଲ ଅଞ୍ଚଳର ଏକ ସୋସାଇଟିରେ ଭଡ଼ାରେ ରହୁଥିଲେ । ଏହି ଅଞ୍ଚଳରେ ସଲମାନଙ୍କ ଫାର୍ମହାଉସ ରହିଛି । ଦୁହେଁ ବଲିଉଡ ଷ୍ଟାରଙ୍କ ଘର ଉପରେ ଲଗାତାରନଜର ରଖିବା ପରେ ଗୁଳିକାଣ୍ଡ ଘଟାଇଥିଲେ । ଫେବୃଆରୀ ୨୯, ୨୦୨୪ର ଏକ ସିସିଟିଭି ଫୁଟେଜ୍ରେ ସାମ୍ନାକୁ ଆସିଥିଲା, ଯାହାକି ହରିୟାଣାର ରୋହତକ ଠାରେ ଏକ ଢାବାର ବୋଲି କୁହାଯାଉଥିଲା । ଏଥିରେ ବିଶାଲ ନାମକ ଜଣେ ଯୁବକ ନଜର ଆସିଥିଲା । ସିସିଟିଭିରେ ରେକର୍ଡ ହୋଇଥିବା ଦୃଶ୍ୟରେ ସେ ଗୁଳି ଚଳାଇଥିବା ଦେଖିବାକୁ ମିଳିଥିଲା । ବିଶାଲ ହେଉଛି ରାଜସ୍ଥାନର ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଗୋଷ୍ଠୀର । ରୋହିତ ଗୋଦାରା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ।