ଆସନ୍ତାକାଲି ଶ୍ରୀମନ୍ଦିରରେ ଦର୍ଶନ ପରେ ରୋଡ ସୋ କରିବେ ମୋଦି, ନିୟୋଜିତ ହେବେ ୬୩ ପ୍ଲାଟୁନ୍ ଫୋର୍ସ

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀରେ ରୋଡ ସୋ କରିବେ ମୋଦି । ସକାଳ ୬ଟା ୩୦ରୁ ୭ଟା ମଧ୍ୟରେ ହେଲିପ୍ୟାଡରେ ପହଞ୍ଚିବେ ।

ପୁରୀ : ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀରେ ରୋଡ ସୋ କରିବେ ମୋଦି । ସକାଳ ୬ଟା ୩୦ରୁ ୭ଟା ମଧ୍ୟରେ ହେଲିପ୍ୟାଡରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ୬୩ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ମୋଦିଙ୍କ ପୁରୀ ଗସ୍ତ କୁ ନେଇ ଆଜି କାରକେଡ଼ ରିହଲସଲ କରାଯାଇଛି ।

ପୁରୀ ହେଲିପ୍ୟାଡ଼ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କାରକେଡ଼ ରିହରସଲ କରିଛି ପୋଲିସ  l ପୁରୀ ମରିଚକୋଟ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ମୋଦିଙ୍କ ରୋଡ୍ ସୋ’ ହେବ । ଏଥିପାଇଁ ବଡ଼ଦାଣ୍ଡରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ନୋ ଫ୍ଲାଇଂ ଜୋନ ସହ ଡ୍ରୋନ ଉଡାଣ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ।

ବଡଦାଣ୍ଡର ଉଭୟ ପାର୍ଶ୍ୱରେ ହୋଇଥିବା ବ୍ୟାରିକେଡରେ ଲୋକ ରହିବେ। ତାଳବଣିଆରୁ ବଡ଼ଦାଣ୍ଡ ୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ ଜଣ କମାଣ୍ଡାଣ୍ଟ, ୪୨ଜଣ ଇନ୍ସପେକ୍ଟର,୧୦୯ ଜଣ ଏଏସଆଇ ମୁତୟନ ରହିବେ। ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ଗସ୍ତର ଏକଘଣ୍ଟା ପୂର୍ବରୁ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ସାନିଟାଇଜ କରାଯିବ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.