ମହିନ୍ଦ୍ରା ଲଞ୍ଚ କଲା ନୂଆ XUV 700 AX5 ସିଲେକ୍ଟ, ଦାମ ସହ ଫିଚର ବି ରହିଛି ବଢ଼ିଆ

ମହିନ୍ଦ୍ରା XUV 700 AX5 ସିଲେକ୍ଟର ମୂଲ୍ୟ ବିଷୟରେ କହିବାକୁ ଗଲେ MT ଭାରିଆଣ୍ଟ ଥିବା ପେଟ୍ରୋଲ ଗାଡ଼ିର ଏକ୍ସ-ସୋ’ରୁମ ଦାମ୍‌ ୧୬.୮୯ ଲକ୍ଷ ଏବଂ AT ଭାରିଆଣ୍ଟ ଥିବା ପେଟ୍ରୋଲ ଗାଡ଼ିର ଏକ୍ସ-ସୋ’ରୁମ ଦାମ୍‌ ୧୮.୪୯ ଲକ୍ଷ ରହିଛି ।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ମହିନ୍ଦ୍ରା XUV 700 AX5 ସିଲେକ୍ଟ ଭାରିଆଣ୍ଟ ଲଞ୍ଚ କରିବାକୁ ଘୋଷଣା କରିଛି । AX5 ସିଲେକ୍ଟ ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ୍ ଅପ୍ସନରେ ଉପଲବ୍ଧ ହେବ, ଯାହାର ଏକ୍ସ-ଶୋ’ରୁମ୍ ଦାମ୍‌ ୧୬.୮୯ ଲକ୍ଷ ଟଙ୍କା ରହିଛି । ଏହି SUV ର ବୁକିଂ ଆରମ୍ଭ ହୋଇଛି ଏବଂ ଏହାର ଡେଲିଭରି ମଧ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତେବେ ଏହି କାରର ଡିଟେଲ୍ସ ବିୟେରେ ଆସନ୍ତୁ ଜାଣିବା ।

ମହିନ୍ଦ୍ରା XUV 700 AX5 ସିଲେକ୍ଟର ମୂଲ୍ୟ ବିଷୟରେ କହିବାକୁ ଗଲେ MT ଭାରିଆଣ୍ଟ ଥିବା ପେଟ୍ରୋଲ ଗାଡ଼ିର ଏକ୍ସ-ସୋ’ରୁମ ଦାମ୍‌ ୧୬.୮୯ ଲକ୍ଷ ଏବଂ AT ଭାରିଆଣ୍ଟ ଥିବା ପେଟ୍ରୋଲ ଗାଡ଼ିର ଏକ୍ସ-ସୋ’ରୁମ ଦାମ୍‌ ୧୮.୪୯ ଲକ୍ଷ ରହିଛି । ଅନ୍ୟପଟେ ଡିଜେଲ MT ମଡେଲର ମୂଲ୍ୟ ୧୭.୪୯ ଲକ୍ଷ ଏବଂ AT ମଡେଲର ଏକ୍ସ-ସୋ’ରୁମ ଦାମ୍‌ ୧୯.୦୯ ଲକ୍ଷ ରହିଛି । AX5 S ଭାରିଆଣ୍ଟ AX3 ଭାରିଆଣ୍ଟ ଅପେକ୍ଷା ପ୍ରାୟ ୫୦,୦୦୦ ଟଙ୍କା ଅଧିକ । ଇଞ୍ଜିନ ଏବଂ ଗିଅରବକ୍ସ ଅପ୍ସନ ଉପରେ ଆଧାର କରି ଏହି ମୂଲ୍ୟ ସାମାନ୍ୟ ଭିନ୍ନ ହୋଇପାରେ ।

ନୂଆ ମହିନ୍ଦ୍ରା XUV 700 AX5 ସିଲେକ୍ଟ (AX5 S) AX3 ଏବଂ AX5 ମଧ୍ୟରେ ଆସୁଛି ଏବଂ ଏଥିରେ କିଛି ଭଲ ଫିଚର୍ସ ମିଳିବ । AX5 S କେବଳ ସାତ-ସିଟ୍ ଲେଆଉଟ୍ ସହିତ ଆସିବ ଏବଂ ଏଥିରେ ଏକ ପାନୋରାମିକ୍ ସନରୁଫ୍, ପୁସ୍-ବଟନ୍ ଷ୍ଟାର୍ଟ / ଷ୍ଟପ୍, ଇନଫୋଟେନମେଣ୍ଟ ଏବଂ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ପାଇଁ ୧୦.୨୫-ଇଞ୍ଚ ର ସ୍କ୍ରିନ, ବିଲ୍ଟ-ଇନ୍ ଆମାଜନ ଆଲେକ୍ସା, ଓ୍ଵାୟରଲେସ୍‌ ଆପଲ୍ କାରପ୍ଲେ / ଆଣ୍ଡ୍ରଏଡ୍ ଅଟୋ, ଛଅ ଟି ସ୍ପିକର, ଏଲଇଡି DRL ଭଳି ଫିଚର୍ସ ମିଳିବ । ନୂଆ AX5 S ଭାରିଆଣ୍ଟ ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଅପ୍ସନରେ ଆସୁଛି । ଏଥିରେ ୨.୨-ଲିଟର ଟର୍ବୋ ଡିଜେଲ ଇଞ୍ଜିନ୍ ଅଛି ଯାହା ୧୮୫ hp ଏବଂ ୪୨୦Nmର ଟର୍କ ଜେନେରେଟ୍‌ କରେ ।

Leave A Reply

Your email address will not be published.