ଅଜଣା ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ
ଶୌଚ ପାଇଁ ଯାଉଥିବା ବେଳେ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି । ବଲାଙ୍ଗୀର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗାଁରେ ଏପରି ଦୁର୍ଘଟଣା ଘଟିଛି । ମୃତ ଜଣକ ହେଲେ ଶୁଣ୍ଢିମୁଣ୍ଡା ଗାଁର ଭୂଦେଵ ଗହୀର । ଆଜି ସକାଳେ ଭୂଦେଵ ଶୌଚ ହେବା ପାଇଁ ଜାତୀୟ ରାଜପଥ ୧୬ ପାର ହୋଇ ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ଧକ୍କା ଦେଇ ପଳାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
କଣ୍ଟାବାଞ୍ଜି (କେନ୍ୟୁଜ) : ଶୌଚ ପାଇଁ ଯାଉଥିବା ବେଳେ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ବଲାଙ୍ଗୀର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗାଁରେ ଏପରି ଦୁର୍ଘଟଣା ଘଟିଛି । ମୃତ ଜଣକ ହେଲେ ଶୁଣ୍ଢିମୁଣ୍ଡା ଗାଁର ଭୂଦେଵ ଗହୀର ।
ଆଜି ସକାଳେ ଭୂଦେଵ ଶୌଚ ହେବା ପାଇଁ ଜାତୀୟ ରାଜପଥ ୧୬ ପାର ହୋଇ ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ଧକ୍କା ଦେଇ ପଳାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ନୂଆପଡା ଜିଲ୍ଲା ଖଡ଼ିଆଳରୁ କଳାହାଣ୍ଡି ଜିଲ୍ଲାକୁ ଯିବା ଆସିବା ଠପ ହୋଇଯାଇଛି । ଘଟଣା ସ୍ଥଳରେ ସିଂଧେକେଲା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ସେପଟେ ଏବେ ବି ରାସ୍ତା କଡରେ ପଡି ରହିଛି ମୃତଦେହ । ରାସ୍ତା ବନ୍ଦ ଥିବାରୁ ଅଟକି ରହିଛି ଅନେକ ଚାରିଚକିଆ ଗାଡି । ସେପଟେ ଏ ସମ୍ପର୍କରେ ପରିବାର କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।