Below header

ଜଇତଳଙ୍ଗ ଗାଁର ମାଳ ମଠ, ଏବେ ବି ଏଠାରେ ବାବାଙ୍କର ସେହି ସାଧନା ଗୁମ୍ଫା ବିଦ୍ୟମାନ

କେନ୍ଦ୍ରାପଡା ଜିଲ୍ଲାରେ ଅନେକ ମଠ ଆଶ୍ରମ ରହିଛି । ସେଥି ମଧ୍ୟରୁ ଗରଦପୁରୁ ବ୍ଲକ ତେଣ୍ଡାକୁଡା ପଞ୍ଚାୟତର ଜଇତଳଙ୍ଗ ଗାଁର ମାଳ ମଠ ଅନ୍ୟତମ । ଯାହା ସର୍ବପୁରାତନ ନାମାଚାର୍ଯ୍ୟ ବାୟା ମଠ ଭାବରେ ପରିଚିତ ।

ମାର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲାରେ ଅନେକ ମଠ ଆଶ୍ରମ ରହିଛି । ସେଥି ମଧ୍ୟରୁ ଗରଦପୁରୁ ବ୍ଲକ ତେଣ୍ଡାକୁଡା ପଞ୍ଚାୟତର ଜଇତଳଙ୍ଗ ଗାଁର ମାଳ ମଠ ଅନ୍ୟତମ । ଯାହା ସର୍ବପୁରାତନ ନାମଚର୍ଯ୍ୟା ବାୟା ମଠ ଭାବରେ ପରିଚିତ । ପୂର୍ଣ୍ଣତ୍ୱୟା ନଦୀ ମହାନଦୀ ଅବବାହିକାରେ ଅବସ୍ଥି ତ। ଏହି ଠାରେ ନାମାଚାର୍ଯ୍ୟ ବାୟା ବାବା ସାଧନା କରିଥିଲେ । ଯେଉଁଠାରେ ଏବେ ବାବାଙ୍କର ସେହି ସାଧନା ଗୁମ୍ଫା ବିଦ୍ୟମାନ ।

ଏହି ମାଳ ମଠ ଆଶ୍ରମ ତିନି ଏକର ପରିମିତ ଯାଗାରେ ଅବସ୍ଥିତ । ମଠଟି ସମ୍ପୂର୍ଣ୍ଣ ରୂପେ ଭିକ୍ଷା ଭକ୍ତ ମାନଙ୍କ ଭିକ୍ଷା ଉପରେ ନିର୍ଭର । ମଠରେ ଏକ ଟ୍ରଷ୍ଟ ଅଛି ଓ ଏକ ସେବା ସଙ୍ଘ ବି ଅଛି । ଏହି ଟ୍ରଷ୍ଟ ଓ ସେବା ସଙ୍ଘରେ ବହୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ,ଲୋକପ୍ରତିନିଧି,ବହୁ ବୁଦ୍ଧିଜୀବୀ ଅଛନ୍ତି । ଯେଉଁମାନେ ଆଶ୍ରମକୁ ପରିଚାଳନା କରିଥାନ୍ତି ।

୧୯୩୬ ମସିହା ଠାରୁ ଏହି ସାଧନା ପୀଠରେ ବାୟା ଯଜ୍ଞ କରିଆସୁଥିଲେ । ବାବାଙ୍କ ମହାପାରାୟଣ ପରେ ସେବେ ଠାରୁ ଏ ପର୍ଯ୍ୟନ୍ତ ଯଜ୍ଞ କରି ଆସୁଛନ୍ତି ମଠର ଟ୍ରଷ୍ଟି ମେମ୍ବର ଓ ସେବା ସଙ୍ଘର କର୍ମକର୍ତ୍ତା ମାନେ । ଏନେଇ ଚଳିତ ବର୍ଷ ଯଜ୍ଞ ପାଇଁ ମଠ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ପୂଣ୍ଣିମାରେ ପୂଣ୍ଣ୍ୟ ଆହୁତି   ଦିଆଯାଏ ।

ମଠର ମହନ୍ତ ତଥା ଟ୍ରଷ୍ଟର ସମ୍ପାଦକ ବାବା ଶ୍ରୀ ଚଇତନ୍ୟ ଦାସଙ୍କ କହିବା କଥା ସାରା ଭାରତରେ ବାୟା ବାବାଙ୍କର ବହୁ ଆଶ୍ରମ ଅଛି ସବୁ ଆଶ୍ରମରେ ଟ୍ରଷ୍ଟ୍ ଅଛି ଟ୍ରଷ୍ଟି ମାନେ ଆଶ୍ରମକୁ ପରିଚାଳନା କରିଥାନ୍ତି । କିନ୍ତୁ ବିଡମ୍ବନାର ବିଷୟ କିଛି ଖଳ ପ୍ରକୁତିର ଲୋକ ଆଶ୍ରମକୁ ବଦନାମ କରୁଛନ୍ତି ଏମିତିକି ସୋସିଆଲ ମିଡିଆରେ ମାଳମଠର ବିରୋଧରେ ଅପପ୍ରଚାର କହୁଛନ୍ତି ।

ଯାହାକି ନାମାଚାର୍ଯ୍ୟ ବାୟା ବାବାଙ୍କ ପ୍ରତି କୁଠାର ଘାତ ହେଉଛି । ଏସବୁ ରୁ ବିରତି ରହିବା ପାଇଁ ଅନୁରୋଧ କରିଛନ୍ତି ବାବା ଚୈତନ୍ୟ ଦାସ । ଏପଟେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଏହି ଆଶ୍ରମକୁ ଶୁଭଦୃଷ୍ଟି ଦେଲେ ଆଶ୍ରମ ପ୍ରତି ଯେମିତି କେହି କୁଠାର ଘାତ କରିବେ ନାହିଁ ।

ଜଇତଳଙ୍ଗ ଗାଁର ମାଳ ମଠର ରହିଛି ଅନେକ ଇତିହାସ । ଅକ୍ଷୟ ତୃତୀୟାରେ ଏଠାରେ ହେବାକୁ ଥିବା ଯଜ୍ଞର ରହିଛି ଅନେକ ମହତ୍ୱ । ଏହି ଯଜ୍ଞ ସମୟରେ ମଠରେ ଦେଖିବାକୁ ମିଳିବ ଏକ ଆଧ୍ୟାତ୍ମିକ ପରିବେଶ । ଯାହାକୁ ନେଇ ବେଶ୍ ଉତ୍ସାହିତ ଏଠାକାର କର୍ମକର୍ତ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.