Below header

ତୃତୀୟ ପର୍ଯ୍ୟାୟ ମତଦାନ: ଅହମ୍ମଦାବାଦରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହ

ତୃତୀୟ ପର୍ୟ୍ୟାୟ ନିବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ମକଡ୍ରିଲ ଶେଷ ହେବା ପରେ ସକାଳ ୭ଟାରୁ ସାଧାରଣ ଭୋଟିଂ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହୋଇ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଭୋଟରଙ୍କୁ ଶୁଭେଛା ଜଣାଇବା ସହ ଦାନ ଭାବନା ସହ ମତଦାନରେ ସାମିଲ ହେବାକୁ ଅପିଲ କରିଛନ୍ତି ମୋଦି।

ନୂଆଦିଲ୍ଲୀ : ତୃତୀୟ ପର୍ୟ୍ୟାୟ ନିବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ୧୧ଟି ରାଜ୍ୟର ୯୩ଟି ଆସନରେ ମତଦାନ ପାଇଁ ସକାଳୁ ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ମକଡ୍ରିଲ ଶେଷ ହେବା ପରେ ସକାଳ ୭ଟାରୁ ସାଧାରଣ ଭୋଟିଂ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟ ଦେଇଛନ୍ତି । ଉଭୟ ଅହମ୍ମଦାବାଦ ସ୍ଥିତ ନିଶାନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହୋଇ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଭୋଟରଙ୍କୁ ଶୁଭେଛା ଜଣାଇବା ସହ ଦାନ ଭାବନା ସହ ମତଦାନରେ ସାମିଲ ହେବାକୁ ଅପିଲ କରିଛନ୍ତି ମୋଦି।

 

ସୂଚନାଯୋଗ୍ୟ,୧୨ଟି ରାଜ୍ୟର ୯୩ଟି ଲୋକସଭା ଆସନରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଇଭିଏମରେ ସିଲ୍ ହେବ ୧୩୫୨ ପ୍ରାର୍ଥୀଙ୍କ ଭାଗ୍ୟ। ଏଥିରେ ୧୨୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଗୁଜରାଟର ସମସ୍ତ ଲୋକସଭା ଆସନରେ ହେଉଛି ମତଦାନ। ଗୁଜରାଟର୨୬ଟି ଆସନ ରହିଥିବା ବେଳେ ସୁରତ ଆସନରେ ବିଜେପି ପ୍ରାର୍ଥୀ ନିର୍ଦ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୮ଟି ଲେଖାଏଁରେ ଆସନରେ ଭୋଟ ଗ୍ରହଣ ହେଉଛି। ସେହିପରି ଛତିଶଗଡ଼ର ୭ଟି, ବିହାରର ୫ଟି, ପଶ୍ଚିମବଙ୍ଗ ଓ ଆସାମର ୪ଟି ଲେଖାଏଁ ଆସନରେ ଚାଲିଛି ମତଦାନ। ଗୋଆର ୨ଟି, ଜମ୍ମୁ ଓ କଶ୍ମୀରର ଗୋଟିଏ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳୀ ଏବଂ ଦାମନ ଓ ଡିଉ ଲୋକସଭା ଆସନରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର। ଭୋଟ ଗ୍ରହଣ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.