ଘୁଷୁରୀ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିଥିବା ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଡାକ୍ତର

ସଫଳତାର ସହିତ ବ୍ୟକ୍ତିଙ୍କ ଶରୀରରେ ଘୁଷୁରୀ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଘୁଷୁରୀ କିଡନୀ ଗ୍ରହଣ କରିବାରେ ସେ ହୋଇଥିଲେ ପ୍ରଥମ ବ୍ୟକ୍ତି । କିନ୍ତୁ ପ୍ରାୟ ଦୁଇମାସ ପରେ ତାଙ୍କର ମୃତ୍ୟୁ ହୋଇଛି ।

ଟେକ୍ନୋଲୋଜିରେ ଉନ୍ନତି ହେବା ସହ ମେଡିକାଲ ସାଇନ୍ସରେ ମଧ୍ୟ ଉନ୍ନତି ଘଟୁଛି । ରୋଗୀଙ୍କ ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ପାଇଁ ଡାକ୍ତରମାନେ ନୂଆ ନୂଆ କୌଶଳକୁ ଆପଣାଉଛନ୍ତି । ତେବେ ଦୁଇମାସ ତଳେ ଆମେରିକାର ମାସାଚୁସେଟ୍ସରେ ଜଣେ ବ୍ୟକ୍ତି କିଡନୀ ରୋଗରେ ପିଡ଼ିତ ଥିଲେ । ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ବ୍ୟକ୍ତି । ଏହି ସମୟରେ ଡାକ୍ତରମାନେ ଭଗବାନ ସଦୃଶ ତାଙ୍କ ଜୀବନକୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ । ଏବଂ ମଣିଷ କିଡନୀ ନମିଳିବାରୁ ଶେଷରେ ଡାକ୍ତରମାନେ ଘୁଷୁରୀ କିଡନୀ ଟ୍ରାନ୍ସପ୍ଲାଣ୍ଟ କରି ଉକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଥିଲେ । ସଫଳତାର ସହିତ ବ୍ୟକ୍ତିଙ୍କ ଶରୀରରେ ଘୁଷୁରୀ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଘୁଷୁରୀ କିଡନୀ ଗ୍ରହଣ କରିବାରେ ସେ ହୋଇଥିଲେ ପ୍ରଥମ ବ୍ୟକ୍ତି । କିନ୍ତୁ ପ୍ରାୟ ଦୁଇମାସ ପରେ ତାଙ୍କର ମୃତ୍ୟୁ ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆକଳନ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ ୧ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଅଙ୍ଗ ଦାନକୁ ଅପେକ୍ଷା କରିଛନ୍ତି । କିନ୍ତୁ ଦୀର୍ଘ ଦିନ ଅପେକ୍ଷା କରୁଥିଲେ ମଧ୍ୟ ଲୋକଙ୍କ ସମସ୍ୟା ଦୂର ହୁଏ ନାହିଁ । ଶେଷରେ ଅନେକ ଲୋକଙ୍କ ମୃତ୍ୟୁ ହୁଏ । ଅନ୍ୟପଟେ ମେଡିକାଲ୍‌ ସାଇନ୍ସ ପ୍ରତିଦିନ ନୂଆ ପରୀକ୍ଷଣ କରୁଛି ଯାହା ଦ୍ୱାରା ଲୋକଙ୍କୁ ଅଙ୍ଗ ଦାନ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ । ବିଶେଷଜ୍ଞମାନେ ଲଗାତାର ଅନୁସନ୍ଧାନ କରୁଛନ୍ତି ଯାହା ଦ୍ୱାରା ପଶୁ ଶରୀରର ଅଙ୍ଗକୁ ମାନବ ଶରୀରରେ ବ୍ୟବହାର କରାଯାଇପାରିବ । ପଶୁ ଶରୀରର ଅଙ୍ଗକୁ ସଫଳତାର ସହିତ ମାନବ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଛି । ଆମେରିକାର ମାସାଚୁସେଟ୍ସର ବାସିନ୍ଦା ରିକ୍ ସ୍ଲେମ୍ୟାନ୍ ଙ୍କ ଶରୀରରେ ମଧ୍ୟ ସମାନ ଭାବେ ଘୁଷୁରୀ ଶରୀରର କିଡନୀକୁ ଟ୍ରାନ୍ସପ୍ଲାଣ୍ଟ କରି ଏକ ପରୀକ୍ଷଣ କରାଯାଇଥିଲା ।

ଗତ ବର୍ଷ ୬୨ ବର୍ଷିୟ ରିକ୍ ସ୍ଲେମ୍ୟାନ୍ ଗୁରୁତର କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି କିଡନୀ ରୋଗରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏପରିକି ସେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ଏପରି ପରିସ୍ଥିତିରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ଘୁଷୁରୀ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଡାକ୍ତର ତାଙ୍କୁ ରାଜି କରାଇଥିଲେ । ଏବଂ ଗତ ମାର୍ଚ୍ଚ ମାସରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ।

ପ୍ରାୟ ଚାରି ଘଣ୍ଟା ସର୍ଜରୀ ପରେ କିଡନୀ ଟ୍ରାନ୍ସପ୍ଲାଣ୍ଟ ଶେଷ ହୋଇଥିଲା, ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ତେବେ ନୂଆ କିଡନୀ ବର୍ଷ ବର୍ଷ ଧରି କାମ କରିବ ବୋଲି ଡାକ୍ତର ବିଶ୍ୱାସ କରିଥିଲେ । କିନ୍ତୁ କୌଣସି ପ୍ରକରର ଶରୀର ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ହୋଇଛି । ରିକଙ୍କ ମୃତ୍ୟୁକୁ ନେଇ ଡାକ୍ତର ମଧ୍ୟ ସମବେଦନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.