Below header

ପରୀକ୍ଷା ଘୁଞ୍ଚାଇବାକୁ ତାଳଚେର ସରାଙ୍ଗ IGITର ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପ୍ରବଳ ଖରା ଯୋଗୁ ପରୀକ୍ଷା ଘୁଞ୍ଚାଇବା ପାଇଁ ଆନ୍ଦୋଳନ । ପ୍ରଚଣ୍ଡ ତାତି ପାଇଁ ତାଳଚେର ସରାଙ୍ଗ IGITର ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବା ଦାବିରେ ଆନ୍ଦୋଳନ କରୁଛନ୍ତି ।

ତାଳଚେର(କେନ୍ୟୁଜ): ପ୍ରବଳ ଖରା ଯୋଗୁ ପରୀକ୍ଷା ଘୁଞ୍ଚାଇବା ପାଇଁ ଆନ୍ଦୋଳନ । ପ୍ରଚଣ୍ଡ ତାତି ପାଇଁ ତାଳଚେର ସରାଙ୍ଗ IGITର ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବା ଦାବିରେ ଆନ୍ଦୋଳନ କରୁଛନ୍ତି । ଆସନ୍ତା ଏପ୍ରିଲ ୩୦ରୁ ମେ ମାସ ୧୮ ଯାଏଁ ହେବ ଚତୁର୍ଥ ସେମିଷ୍ଟାର ପରୀକ୍ଷା ହେବ ।

ତେବେ ଅସହ୍ୟ ଖରାରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବାବେଳେ କିପରି ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ପ୍ରବଳ ଖରା ହେଉଥିବାରୁ ପରୀକ୍ଷା ଦେବା ସମ୍ଭବପର ନୁହଁ ବୋଲି ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ତେଣୁ ୪ର୍ଥ ସେମିଷ୍ଟାରକୁ କିଛିଦିନ ପାଇଁ ଘୁଞ୍ଚାଇବାକୁ ଦାବି କରିଛନ୍ତି । ତେବେ IGIT କର୍ତ୍ତୃପକ୍ଷ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.