Below header

୧୦ ତାରିଖରେ ପୁଣି ଓଡିଶା ଆସିବେ ମୋଦି, ଭୁବନେଶ୍ବରେ ରୋଡ ସୋ’ ପାଇଁ ପ୍ରସ୍ତୁତି

୧୦ତାରିଖରେ ଭୁବନେଶ୍ବରେ ରୋଡ ସୋ ସହ ୧୧ତାରିଖରେ ବଲାଙ୍ଗୀରରେ ବିଜୟ ସଙ୍କଳ୍ପ ଶୋଭାଯାତ୍ରାରେ ଯୋଗ ଦେବେ । ମୋଦିଙ୍କ ରୋଡ ସୋ ପାଇଁ ପ୍ରସ୍ତୁତି ଆରମ୍ଭ ।

ଭୁବନେଶ୍ବ : ପୁଣି ଓଡିଶା ଆସିବେ ମୋଦି । ୧୦ତାରିଖରେ ଦୁଇଦିନିଆ ନିର୍ବାଚନୀ ପ୍ରଚାର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରେ ରୋଡ ସୋ ସହ ୧୧ତାରିଖରେ ବଲାଙ୍ଗୀରରେ ବିଜୟ ସଙ୍କଳ୍ପ ଶୋଭାଯାତ୍ରାରେ ଯୋଗ ଦେବେ । ମୋଦିଙ୍କ ରୋଡ ସୋ ପାଇଁ ପ୍ରସ୍ତୁତି ଆରମ୍ଭ ।

ରୋଡ ସୋ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ନୀରିକ୍ଷଣ କରିଛନ୍ତି କମିସନରେଟ ପୋଲିସ ଓ ଏସପିଜି । ସେପଟେ ଭୁବନେଶ୍ବରରେ ଜମୁଛି ପ୍ରଚାର ଯୁଦ୍ଧ । ୩ ବିଧାୟକ ପ୍ରାର୍ଥୀଙ୍କ ସହ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଜୋରଦାର କ୍ୟାମ୍ପେନିଂ କରିଛନ୍ତି ।

୧୦ ତାରିଖ ସଂଧ୍ୟାରେ ଭୁବନେଶ୍ବରେ ରୋଡ ସୋ କରିବେ । ମାଷ୍ଟରକ୍ୟାଣ୍ଟିନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ ସୋ’ । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ପରଖିଛି କମିସନରେଟ ପୋଲିସ ଓ ପ୍ରଧାନମନ୍ତ୍ରୀଙ୍କ ସ୍ପେଶାଲ ପ୍ରୋଟେକ୍ ସନ ଗ୍ରୁପ । ରୋଡ ସୋ ବେଳେ ଜନପଥ ହେବ ନୋ ଫ୍ଲାଇଂ ଜୋନ ।

ଉଭୟ ପଟୁ ବାରିକେଡ କରାଯିବ । ଏହାର ଭିତର ପାର୍ଶ୍ବରେ ଏସପିଜି ଓ ବାହ୍ୟ ପାର୍ଶ୍ବରେ କମିସନରେଟ ପୋଲିସ ସୁରକ୍ଷା ଦାୟିତ୍ବରେ ରହିବେ । ସୁରକ୍ଷା ପାଇଁ ରୁଫ ଟପ ସିକ୍ୟୁରିଟି ସହ ସାର୍ପ ସୁଟର ସ୍ନାଇପର ମୁତୟନ ହେବ । ବ୍ଲୁ ବୁକ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଗ୍ରହଣ କରାଯିବ । ୨୦୧୯ ନିର୍ବାଚନରେ ଏପ୍ରିଲ ୧୬ତାରିଖରେ ଭୁବନେଶ୍ବରେ ମଧ୍ୟ ରୋଡ ସୋ କରିଥିଲେ ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.