Below header

ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଏକ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ | ରାୟ ଶୁଣାଇଲେ ବାରିପଦା ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ |

ମୟୁରଭଞ୍ଜ : ଏକ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ | ରାୟ ଶୁଣାଇଲେ ବାରିପଦା ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ |  ୩ ଜଣ ଅଭିଯୁକ୍ତ ହେଲେ ମୋରଡା ଥାନା ମହୁଲବଣି ଗ୍ରମାର ଶୋଭାକର ମହାନ୍ତ, ଯତୀନ୍ଦ୍ରନାଥ ମହାନ୍ତ ଓ କୋମଳ ଲୋଚନ ମହାନ୍ତ | ଆଜୀବନ କାରାଦଣ୍ଡ ସହ 50 ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ | ଅନାଦେୟ ଅଧିକ 6 ମାସ କାରାଦଣ୍ଡ ରାୟରେ ଉଲ୍ଲେଖ ରହିଛି |

ଗତ 2021 ମସିହା ଜୁନ ମାସ 10 ତାରିଖରେ ଏକ ଜମି ବାଡି ବିବାଦକୁ ନେଇ ମହୁଳବଣି ଗ୍ରମାର ହରେକୃଷ୍ଣ ମହାନ୍ତଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ଅଭିଯୁକ୍ତମାନେ | ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଲୋକେ ମୋରଡା ଥାନାର ଦ୍ଵାରସ୍ଥ ହୋଇଥିଲେ | ମୋରଡା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା | ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସତ୍ୟ ନାରାୟଣ ପାତ୍ର ଏହି ରାୟ ଶୁଣାଇଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.