ବନ୍ଧୁତାକୁ ସ୍ୱୀକାର ନକରିବାରୁ କ୍ଲାସରେ ଶିକ୍ଷୟିତ୍ରୀଙ୍କୁ ମାରିଦେଲା ଛାତ୍ର

ହଁ ଆଜ୍ଞା, ଛାତ୍ରଙ୍କର ଫ୍ରେଣ୍ଡସିପକୁ ପ୍ରତ୍ୟାଖାନ କରିବା ଏବେ ହତ୍ୟାର ରୂପ ନେଇଛି । ପ୍ରଥମେ ଦେଖା ତାପରେ ବନ୍ଧୁତାର ପରିପ୍ରକାଶ ଆଉ ତାପରେ ପ୍ରତ୍ୟାଖାନ । ଆଉ ଏହି ପ୍ରତ୍ୟାଖାନ ଯାହା ଏବେ ଅତି ଭୟଙ୍କର ରୂପ ନେଇଛି ।

ଉତ୍ତରପ୍ରଦେଶ : କ୍ଲାସରେ ପଢ଼ାଉଥିବା ଟିଚର ଭଲ ଲାଗିଲେ ଛାତ୍ରଙ୍କୁ । ତାହା ପୁଣି ଏକତରଫା । କିନ୍ତୁ ଏହି ଏକତରଫା ଭଲପାଇବା ଆଜି ନେଇଯାଇଛି ଜଣେ ଟିଚରଙ୍କ ଜୀବନ । ହଁ ଆଜ୍ଞା, ଛାତ୍ରଙ୍କର ଫ୍ରେଣ୍ଡସିପକୁ ପ୍ରତ୍ୟାଖାନ କରିବା ଏବେ ମହଙ୍ଗା ପଡିଲା ଶିକ୍ଷୟିତ୍ରୀଙ୍କୁ । ପ୍ରଥମେ ଦେଖା ତାପରେ ବନ୍ଧୁତାର ପରିପ୍ରକାଶ ଆଉ ତାପରେ ପ୍ରତ୍ୟାଖାନ । ଆଉ ଏହି ପ୍ରତ୍ୟାଖାନ ଯାହା ଏବେ ଅତି ଭୟଙ୍କର ରୂପ ନେଇଛି ।

ଛାତ୍ରଛାତ୍ରୀଙ୍କ ସାମ୍ନାରେ ଶିକ୍ଷୟିତ୍ରୀଙ୍କୁ ଗୁଳି କଲେ ଛାତ୍ର । ଦୀର୍ଘ ଦୁଇ ବର୍ଷ ପରେ ନେଲା ଏହି ବଦଲା । ପ୍ରତ୍ୟାଖାନରୁ ଘଟିଲା ଏକ ବହୁତ ବଡ କାଣ୍ଡ । କୋଚିଂ ସେଣ୍ଟରରେ ଖେଳିଗଲା ଆତଙ୍କ । ଭୟରେ ଚିତ୍କାର କଲେ ଛାତ୍ରଛାତ୍ରୀ । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ବିଜନୋରର କୋତଓ୍ଵାଲୀ ଠାରେ । ୨୮ ବର୍ଷିୟ କୋମଲ ବିଜନୋରର ଏକ କୋଚିଂ ସେଣ୍ଟରରେ କମ୍ପ୍ୟୁଟର ପଢ଼ାନ୍ତି ।

ଦୁଇ ବର୍ଷ ପୂର୍ବେ ୨୧ ବର୍ଷିୟ ପ୍ରଶାନ୍ତ ନାମକ ଜଣେ ଛାତ୍ର ତାଙ୍କ ପାଖେ କମ୍ପ୍ୟୁଟର କୋର୍ସ କରୁଥିଲେ । ତେବେ କିଛି ଦିନ କୋଚିଂ ନେବା ପରେ ଛାତ୍ର ପ୍ରଶାନ୍ତକୁ ଭଲ ଲାଗିଥିଲେ କୋମଲ । ଯାହାପରେ ମ୍ୟାଡମଙ୍କ ପାଖକୁ ଯାଇ ସିଧା ଫ୍ରେଣ୍ଡସିପର ପ୍ରପୋଜାଲ୍‌ ରଖିଥିଲା ପ୍ରଶାନ୍ତ । ହେଲେ ମ୍ୟାଡମ ଜଣଙ୍କ ତାଙ୍କୁ  ସିଧା ସିଧା ମନା କରିବା ସହିତ ପ୍ରଶାନ୍ତଙ୍କୁ ତାଗିଦ୍‌ କରିଥିଲେ । ତାପରେ କମ୍ପ୍ୟୁଟର ସେଣ୍ଟର ଛାଡି ଦେଇଥିଲେ ପ୍ରଶାନ୍ତ । କିନ୍ତୁ ପ୍ରତିଶୋଧର ବନହିଁ ଜଳୁଥିଲା ମନରେ ଏବଂ ପ୍ରତିଶୋଧ ନେବା ପାଇଁ କରୁଥିଲା ଚକ୍ରାନ୍ତ । ତେଣୁ ବଦଲା ନେବା ପାଇଁ ଦୁଇ ବର୍ଷ ପରେ କମ୍ପ୍ୟୁଟର କ୍ଲାସର ରିଭିଜନ୍‌ ପାଇଁ ପୁଣି କୋଚିଂ ସେଣ୍ଟରକୁ ଗଲା ପ୍ରଶାନ୍ତ । ସେଠାରେ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ କୋଚିଂ ନେଉଥିବାବେଳେ ହଠାତ୍‌ ମ୍ୟାଡମଙ୍କ ଉପରକୁ ଗୁଳି କରିଥିଲା ପ୍ରଶାନ୍ତ ।

ଛାତ୍ରଛାତ୍ରୀ କିଛି ବୁଝିବା ପୂର୍ବରୁ ଘଟଣାସ୍ଥଳରୁ ଫେରାର ମାରିଥିଲା ପ୍ରଶାନ୍ତ । ଯାହାର ଚିତ୍ର ସେଠାରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି । ଦେଖନ୍ତୁ କେମିତି ତରବର ହୋଇ କୋଚିଂ ସେଣ୍ଟର ବାହାରକୁ ଆସି ବାଇକକୁ ଜଲଦି ଜଲଦି ଷ୍ଟାର୍ଟ କରୁଛି । ଆଉ ତାପରେ ପବନ ବେଗରେ ଚାଲିଯାଉଛି ପ୍ରଶାନ୍ତ । ଘଟଣା ପରେ ଉପସ୍ଥିତ ଛାତ୍ରଛାତ୍ରୀ ଚିତ୍କାର କରି ଆଖପାଖର ଲୋକଙ୍କୁ ଡାକିଥିଲେ ।

ଗୁରୁତର କୋମଲଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଇଲେ ଲୋକେ । ପ୍ରଥମେ ଜିଲ୍ଲା ହସ୍ପିଟାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ମେରଠର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଯାହା ଖବର ରହିଛି ଯେ ଚିକିତ୍ସା ଅବସ୍ଥାରେ ଶିକ୍ଷୟିତ୍ରୀ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଅଭିଯୋଗ ପରେ ବିଜନୋର ପୋଲିସ ଘଟଣାର ତଦନ୍ତ କରି ପ୍ରଶାନ୍ତକୁ ଗିରଫ କରିଛି । ଗିରଫ ହେବା ପରେ ପ୍ରଶାନ୍ତ ଦୋଷ ସ୍ୱିକାର କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

ତେବେ ଆଜିକାଲି ଏହିଭଳି ଘଟଣା ବହୁତ ଦେଖିବାକୁ ମିଳୁଥିବା ବେଳେ ଭୁଲ ରାସ୍ତାରେ ଯାଇ ଯୁବପିଢ଼ି ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି । ଏହାଉପରେ ଅଧିକ ସଚେତନତା ସୃଷ୍ଟି କରାଯାଇପାରିଲେ ହୁଏତ ଏମିତି ଅପରାଧକୁ ରୋକା ଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.