Below header

ଖରାପ ପାଣିପାଗ ଯୋଗୁଁ ଅବତରଣ କରିପାରିଲାନି KKR ଟିମ୍‌ ବିମାନ, କୋଲକତା ନ ଯାଇ ବାରାଣସୀରେ ପହଞ୍ଚିଗଲେ ଖେଳାଳି

ଖରାପ ପାଣିପାଗ ଯୋଗୁଁ କୋଲକତା ଆସିବାକୁ ଥିବା ବିମାନ ଅବତରଣ କରିପାରିନଥିଲା । ତେଣୁ ଗୌହ୍ଵାଟୀରୁ ବାରାଣସୀ ଚାଲିଯାଇଥିଲା ବିମାନ । ଆଉ ଏହାର ଫାଇଦା ନେଇ ଖେଳାଳି ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବା ସହିତ ଗଙ୍ଗାରେ ଡଙ୍ଗାରେ ବୁଲିଥିଲେ । ଖେଳାଳି ଏଠାରେ ଗଙ୍ଗା ଘାଟର ଆନନ୍ଦ ନେଇଥିଲେ । ଯାହାର ଫଟୋ ସେୟାର ହୋଇଛି ।

କୋଲକତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ରେ ଗତ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ଜିତିସାରିଛି । ଟିମ୍‌ ଏହି ମ୍ୟାଚକୁ ୯୮ ରନରେ ଜିତିଛି । କୋଲକତା ଟିମ ଏହି ବିଜୟ ପରେ କୋଲକତା ଯିବାର ଥିଲା, କିନ୍ତୁ ଏମାନଙ୍କ ବିମାନ କୋଲକତା ନ ଯାଇ ଗୌହ୍ଵାଟୀରୁ ବାରାଣସୀରେ ପହଞ୍ଚିଥିଲା । ଖରାପ ପାଣିପାଗ ଯୋଗୁଁ ଟିମ୍‌ର ବିମାନ ବାରାଣସୀରେ ପହଞ୍ଚିଥିଲା । ଆଉ ଏହାର ଫାଇଦା ଉଠାଇ କୋଲକତା ଟିମର ଖେଳାଳି ବନାରସ ବୁଲିଆସିଥିଲେ ।

କେକେଆର X ରେ ପୋଷ୍ଟ ସେୟାର କରି କହିଛି, ଟିମ୍‌ ସୁରକ୍ଷିତ ଭାବେ ବାରାଣସୀରୁ କୋଲକତାରେ ପହଞ୍ଚିଛନ୍ତି । ଟିମର କିଛି ଖେଳାଳି ବାରାଣସୀର ଫଟୋ ସେୟାର କରିଛନ୍ତି । ଖରାପ ପାଣିପାଗ ଯୋଗୁଁ କୋଲକତା ଆସିବାକୁ ଥିବା ବିମାନ ଅବତରଣ କରିପାରିନଥିଲା । ତେଣୁ ଗୌହ୍ଵାଟୀରୁ ବାରାଣସୀ ଚାଲିଯାଇଥିଲା ବିମାନ । ଆଉ ଏହାର ଫାଇଦା ନେଇ ଖେଳାଳି ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବା ସହିତ ଗଙ୍ଗାରେ ଡଙ୍ଗାରେ ବୁଲିଥିଲେ । ଖେଳାଳି ଏଠାରେ ଗଙ୍ଗା ଘାଟର ଆନନ୍ଦ ନେଇଥିଲେ । ଯାହାର ଫଟୋ ସେୟାର ହୋଇଛି ।

କେକେଆର ଖେଳାଳି ଲକ୍ଷ୍ନୌରୁ ଗୌହ୍ଵାଟୀ ପହଞ୍ଚିଥିଲେ । ସେଠାରୁ କୋଲକତା ଯିବାକୁ ଥିଲା । କିନ୍ତୁ ଖରାପ ପାଣିପାଗ ଯୋଗୁଁ କୋଲକତାରେ ବିମାନ ଅବତରଣ କରିପାରିନଥିଲା । ଏଥିପାଇଁ ବିମାନକୁ ଡାଇଭର୍ଟ କରାଯାଇ ବାରାଣସୀକୁ ନିଆଯାଇଥିଲା । ତେବେ ବାରାଣସୀ ବୁଲିବା ପରେ ଖେଳାଳି କୋଲକତା ପୁଣି ଫେରିଥିଲେ ।

କୋଲକତାର ଆଗାମୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ସହିତ ରହିଛି । ଏହି ମ୍ୟାଚ ୧୧ ତାରିଖରେ ଇଡେନ ଗାର୍ଡେନରେ ଖେଳାଯିବ । କୋଲକତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଟିମ୍‌ ୧୧ଟି ମ୍ୟାଚ ଖେଳିଥିବା ବେଳେ ୮ଟି ଜିତିଥିବା ବେଳେ ୩ଟି ରେ ପରାଜୟ ବରଣ କରିଛି । କୋଲକତା ପାଖରେ ୧୬ ପଏଣ୍ଟ ରହିଛି । ସେହିପରି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରାଜସ୍ଥାନ ରୟାଲ୍ସ ୧୦ଟି ମ୍ୟାଚ ଖେଳି ୮ଟି ଜିତିଥିବା ବେଳେ ୨ଟି ହାରିଛି । ତୃତୀୟ ସ୍ଥାନରେ ଚେନ୍ନାଇ ୧୨ ପଏଣ୍ଟ, ଚୁତର୍ଥ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ୧୨ ପଏଣ୍ଟରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.