Below header

୨୫,୦୦୦ରୁ ୯୫ ଲକ୍ଷ…ପ୍ରତ୍ୟେକ ନିର୍ବାଚନ ସହିତ କିପରି ବଢ଼ିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ବାଚନ ଖର୍ଚ୍ଚ ଉପରେ କୌଣସି ସୀମା ନାହିଁ, କିନ୍ତୁ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ଖର୍ଚ୍ଚ ସୀମା ରହିଛି । ପ୍ରାର୍ଥୀମାନେ ଏହି ସୀମା ଭିତରେ ରହି ସେମାନଙ୍କ ଔପଚାରିକ ଖର୍ଚ୍ଚ କରନ୍ତି । କିନ୍ତୁ ରାଜନୈତିକ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ପ୍ରାୟ ପ୍ରତ୍ୟେକ ପ୍ରାର୍ଥୀ ତାଙ୍କ ନିର୍ବାଚନୀ ଖର୍ଚ୍ଚର ଏକ ବଡ଼ ଭାଗ ଅଣଔପଚାରିକ ଭାବରେ ବ୍ୟୟ କରନ୍ତି ।

ଦେଶରେ ବର୍ତ୍ତମାନ ଲୋକସଭା ନିର୍ବାଚନ ଚାଲିଛି । ନିର୍ବାଚନ ଆୟୋଗ (ଇସି)ଙ୍କ ମୁଖ୍ୟ ଦାୟିତ୍ୱ ହେଲା, ଉଭୟ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ଦ୍ୱାରା କରାଯାଉଥିବା ନିର୍ବାଚନୀ ଖର୍ଚ୍ଚର ତଦାରଖ କରିବା । ନିର୍ବାଚନ ଆୟୋଗ ନିଜର ପର୍ଯ୍ୟବେକ୍ଷକ ଏବଂ ରାଜ୍ୟ ତଥା କେନ୍ଦ୍ରୀୟ ଏଜେନ୍ସି ଜରିଆରେ ନିର୍ବାଚନରେ କରାଯାଉଥିବା ଖର୍ଚ୍ଚ ଉପରେ ନଜର ରଖନ୍ତି ।

ନିର୍ବାଚନରେ ଗୋଟିଏ ଦଳ କେତେ ଟଙ୍କା ଖର୍ଚ୍ଚ କରିପାରିବ, ତାହାର କୌଣସି ସୀମା ନାହିଁ । କିନ୍ତୁ ଲୋକସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହି ରାଶି ୯୫ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ଏହିପରି ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।

ଚଳିତ ନିର୍ବାଚନ ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ଅଭାବରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି କହିଥିଲେ । ୨୦୧୯ରେ ସୀତାରମଣ ତାଙ୍କ ସମ୍ପତ୍ତି ମୂଲ୍ୟ ୨ କୋଟିରୁ ଅଧିକ ବୋଲି ଦର୍ଶାଇଥିଲେ । କିନ୍ତୁ ଏଥର ସେ କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ ।

୨୦୨୪ ଲୋକସଭା ନିର୍ବାଚନରେ ପ୍ରତ୍ୟେକ ଲୋକସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚର ସର୍ବାଧିକ ସୀମା ରହିଛି ୯୫ ଲକ୍ଷ ଟଙ୍କା । ସେପଟେ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଏହି ସୀମା ରହିଛି ୪୦ ଲକ୍ଷ । କମ୍ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସାଂସଦ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ଖର୍ଚ୍ଚ ସୀମା ୭୫ ଲକ୍ଷ ଟଙ୍କା ଥିବାବେଳେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ୨୮ ଲକ୍ଷ ଟଙ୍କା ରହିଛି । କହି ରଖୁଛୁ ଯେ ବହୁ ପୂର୍ବରୁ ନିର୍ବାଚନୀ ଖର୍ଚ୍ଚର ସୀମା ୨୫ ହଜାର ଟଙ୍କା ଥିଲା । ତେବେ ଆସନ୍ତୁ ଜାଣିବା, ପ୍ରତ୍ୟେକ ନିର୍ବାଚନ ସହିତ ଏହି ସୀମା କିପରି ବୃଦ୍ଧି ପାଇଲା ।

ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ବାଚନ ଖର୍ଚ୍ଚ ଉପରେ କୌଣସି ସୀମା ନାହିଁ, କିନ୍ତୁ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ଖର୍ଚ୍ଚ ସୀମା ରହିଛି । ପ୍ରାର୍ଥୀମାନେ ଏହି ସୀମା ଭିତରେ ରହି ସେମାନଙ୍କ ଔପଚାରିକ ଖର୍ଚ୍ଚ କରନ୍ତି । କିନ୍ତୁ ରାଜନୈତିକ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ପ୍ରାୟ ପ୍ରତ୍ୟେକ ପ୍ରାର୍ଥୀ ତାଙ୍କ ନିର୍ବାଚନୀ ଖର୍ଚ୍ଚର ଏକ ବଡ଼ ଭାଗ ଅଣଔପଚାରିକ ଭାବରେ ବ୍ୟୟ କରନ୍ତି ।

ପୂର୍ବରୁ ଲୋକସଭା ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ଖର୍ଚ୍ଚ ସୀମା ୨୫ ହଜାର ଟଙ୍କା ଥିଲା । ଏହା ସହିତ ଉତ୍ତର ପୂର୍ବର କିଛି ରାଜ୍ୟରେ ପ୍ରାର୍ଥୀମାନେ ମାତ୍ର ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରୁଥିଲେ । ୧୯୭୧ ମସିହାରେ ଏହାକୁ ୩୫ ହଜାର ଏବଂ ୧୯୮୦ରେ ୧ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ୧୯୮୪ରେ ଏହି ସୀମା ୧.୫ ଲକ୍ଷ ହୋଇଥିଲା । କିନ୍ତୁ ଛୋଟ ରାଜ୍ୟରେ ଏହାକୁ ୧.୩ ଲକ୍ଷ, ଗୋଟିଏ/ ଦୁଇଟି ଲୋକସଭା ଆସନ ବିଶିଷ୍ଟ ରାଜ୍ୟରେ ଖର୍ଚ୍ଚ ସୀମା ୧ ଲକ୍ଷ ଟଙ୍କା ଥିଲା । ଚଣ୍ଡିଗଡ଼ ଭଳି ଆସନରେ ଏହି ସୀମା ମାତ୍ର ୫୦,୦୦୦ ଟଙ୍କା ଥିଲା ।

୧୯୯୬ରେ ନିର୍ବାଚନୀ ଖର୍ଚ୍ଚର ସୀମା ୧.୫ ଲକ୍ଷରୁ ୪.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ୧୯୯୮ରେ ଏହା ୧୫ ଲକ୍ଷ ଏବଂ ୨୦୦୪ରେ ୨୫ ଲକ୍ଷ ଟଙ୍କା ହୋଇଥିଲା । ୨୦୧୪ରେ ଏହି ଖର୍ଚ୍ଚ ଲିମିଟ୍‌ ୭୦ ଲକ୍ଷରେ ପହଞ୍ଚିଥିଲା ଏବଂ ବର୍ତ୍ତମାନ ଏହା ୯୫ ଲକ୍ଷ ହୋଇଯାଇଛି ।

ନିର୍ବାଚନ ଖର୍ଚ୍ଚ ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି, ମୁଦ୍ରା ମୂଲ୍ୟ ହ୍ରାସ ଏବଂ ପ୍ରତ୍ୟେକ ଲୋକସଭା ଆସନରେ ଜନସଂଖ୍ୟା ବୃଦ୍ଧି । ଏପଟେ ରାଜନୈତିକ ଦଳର ନିର୍ବାଚନୀ ଖର୍ଚ୍ଚ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ୨୦୧୯ରେ ୩୨ଟି ଦଳ ମୋଟ ୨,୯୯୪ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ନିର୍ବାଚନ ସମାପ୍ତ ହେବାର ୩୦ ଦିନ ପରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ତାଙ୍କ ଖର୍ଚ୍ଚର ବିବରଣୀ ନିର୍ବାଚନ ଆୟୋଗଙ୍କୁ ଦେବାକୁ ପଡ଼ିଥାଏ । ଏହିପରି ରାଜନୈତିକ ଦଳମାନଙ୍କୁ ୯୦ ଦିନ ମଧ୍ୟରେ ସେମାନଙ୍କ ସମ୍ପୂର୍ଣ୍ଣ ଖର୍ଚ୍ଚର ହିସାବ ଦେବାକୁ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.