Below header

ପୋଖରୀରେ ବୁଡ଼ି ଯୁବକ ମୃତ, ପୋଖରୀକୁ ଯାଇଥିଲେ ଗାଧେଇବାକୁ

ପୋଖରୀରେ ବୁଡ଼ି ଯୁବକ ମୃତ । ଯାଜପୁର ଜିଲ୍ଳା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ଉତଙ୍ଗରା ପଂଚାୟତ ରଘୁନାଥପୁର ଗ୍ରାମର ପୋଖରୀରେ ଘଟିଛି ଏଭଳି ଅଘଟଣ।

ଯାଜପୁର ଟାଉନ : ପୋଖରୀରେ ବୁଡ଼ି ଯୁବକ ମୃତ । ଯାଜପୁର ଜିଲ୍ଳା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ଉତଙ୍ଗରା ପଂଚାୟତ ରଘୁନାଥପୁର ଗ୍ରାମର ପୋଖରୀରେ ଘଟିଛି ଏଭଳି ଅଘଟଣ। ମୃତ ଯୁବକ ହେଲେ ରଂଜନ ସାମଲ । ସୂଚନା ମୁତାବକ ରଘୁନାଥପୁର ଗ୍ରାମର ରତ୍ନାକର ସାମଲଙ୍କ ପୁଅ ରଂଜନ ପୋଖରୀକୁ ଗାଧେଇବାକୁ ଯାଇ ଥିବା ବେଳେ ଗୋଡ଼ ଖସି ଯାଇଥିଲା ।

ଫଳରେ ସେ ଦୀର୍ଘ ସମୟ ଧରି ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଅଳକୁଣ୍ଡ ପୋଲିସ ମୃତ ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହିତ ତଦନ୍ତ ଆରମ୍ଭ କରିଛି ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.