କମ୍ କ୍ୟାଲୋରୀର ବ୍ରେକଫାଷ୍ଟ ଖୋଜୁଛନ୍ତି କି? ବନାନ୍ତୁ ଏହି ସବୁ ଜିନିଷ

ଯଦି ଆପଣ କମ୍ କ୍ୟାଲୋରୀ ବ୍ରେକଫାଷ୍ଟ ଖୋଜୁଛନ୍ତି, ଯାହା ସ୍ୱାଦିଷ୍ଟ, ଶାକାହାରୀ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଠାରେ କିଛି ହେଲ୍ଦି ଏବଂ କମ୍ କ୍ୟାଲୋରୀ ବ୍ରେକଫାଷ୍ଟ ଅପ୍ସନ ଅଛି, ଯାହା ତିଆରି କରିବା ସହଜ ଏବଂ ହଜମ ହେବା ପାଇଁ ମଧ୍ୟ ସହଜ ।

ବ୍ରେକଫାଷ୍ଟ ସବୁବେଳେ ହେଲ୍ଦି ରହିବା ଉଚିତ କାରଣ ଏହା ଆପଣଙ୍କୁ ଦିନସାରା କାମ କରିବାକୁ ଏନର୍ଜି ଦେଇଥାଏ । କିନ୍ତୁ ଯଦି ଆପଣ କମ୍ କ୍ୟାଲୋରୀ ବ୍ରେକଫାଷ୍ଟ ଅପ୍ସନ ଖୋଜୁଛନ୍ତି, ତେବେ ଆପଣ ଏହି ଖାଦ୍ୟଗୁଡ଼ିକୁ ଆପଣଙ୍କ ବ୍ରେକଫାଷ୍ଟରେ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଯଦି ଆପଣ କମ୍ କ୍ୟାଲୋରୀ ବ୍ରେକଫାଷ୍ଟ ଖୋଜୁଛନ୍ତି, ଯାହା ସ୍ୱାଦିଷ୍ଟ, ଶାକାହାରୀ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଠାରେ କିଛି ହେଲ୍ଦି ଏବଂ କମ୍ କ୍ୟାଲୋରୀ ବ୍ରେକଫାଷ୍ଟ ଅପ୍ସନ ଅଛି, ଯାହା ତିଆରି କରିବା ସହଜ ଏବଂ ହଜମ ହେବା ପାଇଁ ମଧ୍ୟ ସହଜ । ତେବେ ଆସନ୍ତୁ କିଛି କମ୍ କ୍ୟାଲୋରୀ ବ୍ରେକଫାଷ୍ଟ ରେସିପି ବିଷୟରେ ଜାଣିବା ।

ଢ଼ୋକଲା– ଏହା ଏକ ଗୁଜୁରାଟୀ ଡିସ୍, ଯାହା ବେସନ, ସୁଜି, ଦହି ଏବଂ ହଳଦୀରୁ ତିଆରି ହୋଇଥାଏ । ଏହି ଡିସ୍ ଅତ୍ୟନ୍ତ ସ୍ୱାଦିଷ୍ଟ ହେବା ସହ ଅତି ସହଜରେ ଖୁବ ଶୀଘ୍ର ପ୍ରସ୍ତୁତ ମଧ୍ୟ ହୋଇଯାଏ । ତେବେ ଏଥିରେ ୩୮୪ କ୍ୟାଲୋରୀ ରହିଥାଏ ଏବଂ ଶରୀର ପାଇଁ ହେଲ୍ଦି ମଧ୍ୟ ।

ଉପମା– ଏହା ଦକ୍ଷିଣ ଭାରତର ଏକ ଲୋକପ୍ରିୟ ଏବଂ ସୁସ୍ବାଦୁ ବ୍ରେକଫାଷ୍ଟ ଯାହା ଏବେ ସମଗ୍ର ଭାରତରେ ନିଜର ସ୍ଥାନ ତିଆରି କରିଛି । ସୁଜି, ବାଦାମ ଏବଂ ପନିପରିବାରୁ ପ୍ରସ୍ତୁତ ଏହି ଟେଷ୍ଟି ଏବଂ ହେଲ୍ଦି ବ୍ରେକଫାଷ୍ଟରେ ପ୍ରତି ସର୍ଭିଙ୍ଗରେ ମାତ୍ର ୨୫୦ କ୍ୟାଲୋରୀ ଥାଏ ।

ପୋହା– ଏହି ମହାରାଷ୍ଟ୍ରୀୟ ବ୍ରେକଫାଷ୍ଟ ଚୁଡାରୁ ପ୍ରସ୍ତୁତ ହୋଇଥାଏ ଏବଂ ଏଥିରେ ୨୫୮ କ୍ୟାଲୋରୀ ରହିଥାଏ । ପିଆଜ, ସୋରିଷ ଏବଂ ଭୃସଙ୍ଗ ପତ୍ର ସହିତ ଏହାର ସ୍ୱାଦ ଆହୁରି ବଢିଯାଇଥାଏ । ସ୍ୱାଦ ସହିତ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ।

ଇଡଲି– ସୁଜି, ଚାଉଳ, ଦହି ଏବଂ ମସୁର ଡାଲିରେ ତିଆରି ଏହି ଦକ୍ଷିଣ ଭାରତୀୟ ଖାଦ୍ୟ ଆପଣଙ୍କ ବ୍ରେକଫାଷ୍ଟ ପାଇଁ ଏକ ବେଷ୍ଟ ଅପ୍ସନ । ୧ଟି ମିଡିୟମ ସାଇଜ ଇଡଲିରେ ମାତ୍ର ୩୯ କ୍ୟାଲୋରୀ ରହିଥାଏ, ଯାହା ଖୁବ ଶୀଘ୍ର ହଜମ ମଧ୍ୟ ହୋଇଯାଇଥାଏ ।

ଜୁଆଣି ପରଟା– ବ୍ରେକଫାଷ୍ଟରେ ପରଟା ପ୍ରାୟତଃ ସମସ୍ତଙ୍କ ଘରେ ହୋଇଥାଏ । ସ୍ୱାଦିଷ୍ଟ ହେବା ସହ ଏହା କମ କ୍ୟାଲୋରୀର ମଧ୍ୟ ହୋଇଥାଏ । ତେବେ ଗହମ ଅଟା, ଜୁଆଣି, ଲୁଣ ଏବଂ ତେଲରୁ ପ୍ରସ୍ତୁତ ଏହି ପରଟାରେ ୧୭୮ କ୍ୟାଲୋରୀ ଥାଏ । ଆପଣ ଏହାକୁ ଅତି ସହଜରେ ତିଆରି କରି ବ୍ରେକଫାଷ୍ଟ ଭାବରେ ଖାଇପାରିବେ ।

ଛିଲ୍ଲା– ଛିଲ୍ଲା ହେଉଛି ଏକ ଇଣ୍ଡିଆନ ଷ୍ଟାଇଲ ପାନକେକ୍, ଯେଉଁଥିରେ ପନିପରିବା, ଲୁଣ ଏବଂ କିଛି ମସଲା ବ୍ୟବହାର କରାଯାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ, ଆପଣ ମୁଗ ଡାଲି ପେଷ୍ଟ, ଲୁଣ ଏବଂ ସବୁଜ ପନିପରିବା ମିଶ୍ରଣ କରିପାରିବେ । ଏଥିରେ ପ୍ରାୟ ୧୨୮-୨୦୦ ପର୍ଯ୍ୟନ୍ତ କ୍ୟାଲୋରୀ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.