୨୬ରେ ମାଟ୍ରିକ ରେଜଲ୍ଟ, ହ୍ୱାଟ୍ସଆପରେ ମଧ୍ୟ ଉପଲବ୍ଧ ହେବ ପରୀକ୍ଷା ଫଳ

୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦ଟା ୩୦ ମିନିଟରେ ପ୍ରକାଶ ପାଇବ ରେଜଲ୍ଟ । ୧୧ଟା ୩୦ରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଉବଲବ୍ଧ ହେବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ଦେଖିପାରିବେ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

କଟକ (କେନ୍ୟୁଜ): ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ।  ସକାଳ ୧୦ଟା ୩୦ ମିନିଟରେ ପ୍ରକାଶ ପାଇବ ରେଜଲ୍ଟ । ୧୧ଟା ୩୦ରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଉବଲବ୍ଧ ହେବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ଦେଖିପାରିବେ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଅନଲାଇନରୁ ଡାଉନଲୋଡ କରିପାରିବେ । (website: bseodisha.nic.in.)ମେଟ୍ରିକ ରେଜଲ୍ଟ ହ୍ୱାଟ୍ସଆପରେ ମଧ୍ୟ ଉପଲବ୍ଧ ହେବ । OR10<>RollNo<> 5676750 ଟାଇପ କରି ଏହାକୁ ଏସଏମଏସ୍ କଲେ ପିଲାମାନେ ରେଜଲ୍ଟ ଜାଣିପାରିବେ । ଇଣ୍ଟରନେଟ୍ ସୁବିଧା ପାଇପାରୁନଥିବା ଅଞ୍ଚଳ ଗୁଡିକ ପାଇଁ ଏହି ସୁବିଧା କରାଯାଇଛି । ମଧ୍ୟମା, ଓପନ ସ୍କୁଲ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ମେ’ ୨୯ରୁ ଜୁନ୍ ୧୨ ପର୍ଯ୍ୟନ୍ତ ରିଚେକିଂ ପାଇଁ ଆବେଦନ କରିପାରିବେ।

ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏ ଚାଲିଥିଲା । ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧, ମଧ୍ୟମାରେ ୩ହଜାର ୩୭ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୭ ହଜାର ୮୩୧ ଜଣ ପିଲା ଫର୍ମ ପୂରଣ କରିଥିଲେ ।

ସେହିପରି ଆସନ୍ତା ୨୬ତାରିଖରେ ପ୍ରକାଶ ପାଇବ ଦ୍ୱାଦଶ ପରୀକ୍ଷା ଫଳ। ଅପରାହ୍ନରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ।

Leave A Reply

Your email address will not be published.