ୟୁପି: ଯମୁନା ଏକ୍ସପ୍ରେସ୍‌ୱେରେ ଟ୍ରାକ୍ଟର ଓ କାର୍‌ ମଧ୍ୟରେ ଭୀଷଣ ଧକ୍କା, ୨ ମହିଳା ଆହତ

ଉତ୍ତର ପ୍ରଦେଶରେ ଯମୁନା ଏକ୍ସପ୍ରେସ୍‌ୱେରେ ଟ୍ରାକ୍ଟର ଓ କାର୍‌ ମଧ୍ୟରେ ଭୀଷଣ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଟ୍ରାକ୍ଟରଟି ଘଟଣାସ୍ଥଳରେ ଓଲଟି ପଡ଼ିଥିବା ବେଳେ କାର୍‌ ଭିତରେ ଫସି ରହିଥିବା ଦୁଇ ମା’, ଝିଅଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଉତ୍ତର ପ୍ରଦେଶରେ ଯମୁନା ଏକ୍ସପ୍ରେସ୍‌ୱେରେ ଟ୍ରାକ୍ଟର ଓ କାର୍‌ ମଧ୍ୟରେ ଭୀଷଣ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଟ୍ରାକ୍ଟରଟି ଘଟଣାସ୍ଥଳରେ ଓଲଟି ପଡ଼ିଥିବା ବେଳେ କାର୍‌ ଭିତରେ ଫସି ରହିଥିବା ଦୁଇ ମା’, ଝିଅଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ବହୁ କଠିନ ପରିଶ୍ରମ ପରେ କାର୍‌ ଭିତରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏହି ଭୀଷଣ ଦୁର୍ଘଟଣାରେ କାର୍‌ରେ ଥିବା ମା’, ଝିଅଙ୍କ ସହ ଟ୍ରାକ୍ଟର ଚାଳକ ମଧ୍ୟ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ବେଳେ ଠିକ୍‌ ସମୟରେ କାର୍‌ର ଏୟାରବ୍ୟାଗ୍‌ ଖୋଲିଯିବାରୁ ମା’ ଓ ଝିଅଙ୍କ ଜୀବନ ରକ୍ଷା ପାଇଯାଇଛି ।

ପୋଲିସ ମୁତାବକ, ଦୁର୍ଘଟଣାରେ ଆହତ ୩ ଜଣ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି । ଏ ନେଇ ଦୁର୍ଘଟଣାର ଶିକାର ହୋଇଥିବା ଦୁଇ ପକ୍ଷଙ୍କ ତରଫରୁ ଥାନାରେ କୌଣସି ପ୍ରକାର ଅଭିଯୋଗ ଦାଖଲ କରାଯାଇ ନାହିଁ ।

ଆହତ ମା’ ଓ ଝିଅ ଦିଲ୍ଲୀର ବାସିନ୍ଦା । ଦ୍ୱିପ୍ରହର ସମୟରେ ଏକ କାର୍‌ରେ ଦୁଇ ଜଣ ଯମୁନା ଏକ୍ସପ୍ରେସ୍‌ୱେରେ ଯାଉଥିଲେ । କାର୍‌କୁ ଝିଅ ହିଁ ଚଳାଉଥିଲେ । ଯେତେବେଳେ ଝିଅ କାର୍‌ ନେଇ ଦନକୌର୍‌ ପହଞ୍ଚିଥିଲେ, ସେହି ସମୟରେ ଇଟା ଓ ପଥର ବୋଝେଇ ଏକ ଟ୍ରାକ୍ଟର ସାମ୍ନା ପଟୁ ଆସି ଜୋର୍‌ରେ ଧକ୍କା ଦେଇଥିଲା । ଇଟା ବୋଝେଇ ଟ୍ରାକ୍ଟର କାର୍‌ ସହିତ ମୁହାଁମୁହିଁ ଧକ୍କା ହେବା ପରେ କାର୍‌ଟି ଭାଙ୍ଗିରୁଜି ଯାଇଥିଲା । ହେଲେ ସୌଭାଗ୍ୟବଶତଃ, ଦୁର୍ଘଟଣା ବେଳେ କାର୍‌ର ଏୟାରବ୍ୟାଗ୍‌ ଖୋଲିଯିବାରୁ ମା’ ଓ ଝିଅଙ୍କ ଜୀବନ ରକ୍ଷା ପାଇଯାଇଥିଲା ।

ଏହି ଦୁର୍ଘଟଣାରେ କାର୍‌ର ଅନେକ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏୟାରବ୍ୟାଗ୍‌ ଯୋଗୁ ମା’ ଓ ଝିଅ ସୁରକ୍ଷିତ ବଞ୍ଚିଯାଇଥିବା ବେଳେ ସେମାନଙ୍କୁ ଗୁରୁତର ଆଘାତ ଲାଗିଛି । ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଗ୍ରେଟର ନୋଏଡାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ବର୍ତ୍ତମାନ ଉଭୟ ବିପଦମୁକ୍ତ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.