କାମ ଚାଲିଥିବାବେଳେ ଫାଟିଲା ସଲଫ୍ୟୁରିକ ଗ୍ୟାସ, ୫ ଗୁରୁତର

ସଲଫ୍ୟୁରିକ ଗ୍ୟାସ ଲିକ୍ ହୋଇ ୫ ଗୁରୁତର । ଗଞ୍ଜାମରେ ଗ୍ରାସୀମ କମ୍ପାନୀରେ ଅଘଟଣ। ଆଜି ସକାଳୁ କାମ ଚାଲିଥିବାବେଳେ ସମୟରେ ସଲଫ୍ୟୁରିକ ଟ୍ୟାଙ୍କ ପାଇପ ଫାଟି ଯାଇଥିଲା । ଫଳରେ ୫ ଜଣ ଅସୁସ୍ଥ ହୋଇପଡିଥିଲେ ।

ଗଞ୍ଜାମ (କେନ୍ୟୁଜ): ସଲଫ୍ୟୁରିକ ଗ୍ୟାସ ଲିକ୍ ହୋଇ ୫ ଗୁରୁତର ।  ଗଞ୍ଜାମରେ ଗ୍ରାସୀମ କମ୍ପାନୀରେ ଅଘଟଣ ।  ଆଜି ସକାଳୁ କାମ ଚାଲିଥିବାବେଳେ ସମୟରେ ସଲଫ୍ୟୁରିକ ଟ୍ୟାଙ୍କ ପାଇପ ଫାଟି ଯାଇଥିଲା । ଫଳରେ ୫ ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୋଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ। ଏଥିସହ ଫ୍ୟାକ୍ଟ୍ରିରେ ଥିବା ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.