Below header

ବିରୋଧୀଙ୍କ ଟାର୍ଗେଟରେ ଥିବା କାର୍ତ୍ତିକ ପାଣ୍ଡିଆନଙ୍କର ସୃଷ୍ଟି ହୋଇଛି ନୂଆ ପରିଚୟ, ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଓ ଚିନ୍ତାକୁ ଦେଇଛନ୍ତି ବାସ୍ତବ ରୂପ

ବିରୋଧୀଙ୍କ ଟାର୍ଗେଟରେ ଥିବା କାର୍ତ୍ତିକ ପାଣ୍ଡିଆନଙ୍କର ସୃଷ୍ଟି ହୋଇଛି ନୂଆ ପରିଚୟ । ବର୍ତ୍ତମାନ ଫ୍ରଣ୍ଟଫୁଟରେ ବ୍ୟାଟିଂ କରୁଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ବିଜେଡିର ରାଜନୀତି ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ । ବିରୋଧୀ ଦଳ ତରଫରୁ ଆସୁଥିବା ସମସ୍ତ ବାଉନସରକୁ ସାମନା କରି ଉଚିତ ଜବାବ ବି ଦେଉଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଘରେ ଘରେ ପରିଚିତ ଭି. କାର୍ତ୍ତିକ ପାଣ୍ଡିଆନ୍ ।  ସେ ଜଣେ ପୂର୍ବତନ ଭାରତୀୟ ପ୍ରସାଶନିକ ଅଧିକାରୀ ଏବଂ ବର୍ତ୍ତମାନ ବିଜୁ ଜନତା ଦଳର ଆଗ ଧାଡିର ରାଜନେତା । ୨୦୦୦ ମସିହାରେ ସେ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ଏବଂ ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରିବା ସହିତ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୫ଟି କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତି । ୨୦୦୨ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପ-ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସେ ମୟୂରଭଞ୍ଜର ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଇଥିଲେ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ବ ନିର୍ବାହ କଲା ବେଳେ ସାଧାରଣ ଲୋକଙ୍କ ସୁବିଧା ସୁଯୋଗ ପାଇଁ ଅନେକ କାମ କରିଛନ୍ତି । ୨୦୦୭ ମସିହାରେ ଗଞ୍ଜାମକୁ ବଦଳି ହୋଇଥିଲେ ।

 

122

 

୨୦୧୧ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ ହୋଇଥିଲେ । ଏହା ପରେ ୨୦୧୯ରୁ5T ସଚିବ ଭାବେ ରୂପାନ୍ତରଣ ଓଡ଼ିଶା ଗଠନର ଦାୟିତ୍ବ ନେଇ ଘରେ ଘରେ ପରିଚିତିଲାଭ କରିଥିଲେ ଭି.କେ.ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବା ଓ ରୂପାନ୍ତରଣର ବିନ୍ଧାଣି ସାଜିଥିବା ଭି.କେ.ପାଣ୍ଡିଆନଙ୍କ ଓଡ଼ିଶା ବିକାଶରେ ରହିଛି ଗୁରୁତ୍ବପୂର୍ଣ୍ଣଭୂମିକା । ପ୍ରଶାସନିକ ସେବାରୁ ରାଜନୀତିରେ ଏଣ୍ଟ୍ରି ଭିତରେ ରାଜ୍ୟବାସୀଙ୍କ ସେବାକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି ।  ଓଡ଼ିଶା କ୍ୟାଡରର ଏହି IAS ଅଫିସର ୨୦୦୨ରେ କଳାହାଣ୍ଡି ଧର୍ମଗଡ ଉପଜିଲ୍ଲାପାଳ ଭାବେ ନିଜ ପ୍ରଶାସନିକ କ୍ୟାରିୟର ଆରମ୍ଭ କରିଥିଲେ । ୨ ବର୍ଷର ପ୍ରଶାସନିକ ସେବା ଭିତରେ ଲୋକଙ୍କ ସାମାଜିକ ଜୀବନରେ ବଡ ପରିବର୍ତ୍ତନ ଆଣିଥିଲେ ପାଣ୍ଡିଆନ୍ ।

ସେହିପରି ୨୦୦୫ରେ ସର୍ବକନିଷ୍ଠ ଅଫିସର ଭାବେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଭାବେ ବଦଳି ହୋଇ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଜିଲ୍ଲାରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଁ ଚେଷ୍ଟା କରିଥିଲେ । ଏହା ସହ ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନାରେ ଆରମ୍ଭ ହୋଇଥିବା ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ସାରା ଦେଶର କାର୍ଯ୍ୟକାରୀ ହୋଇପାରିଥିଲା ।  ସେହିପରି ଗୋପାଳପୁରରେ HIV ଆକ୍ରାନ୍ତଙ୍କ ପିଲାମାନଙ୍କର ଲାଳନ ପାଳନ ଓ ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ଲାଗି ପ୍ରତିଷ୍ଠା କରିଥିଲେ ଶ୍ରଦ୍ଧା ସଂଜୀବନୀ ।  ୨୦୦୭ରୁ୨୦୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିବାବେଳେ ମନରେଗାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଶ୍ରମିକଙ୍କ ପାଖରେ ଶହେ କୋଟି ଟଙ୍କା ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ଯାଇଥିଲା ।

 

2

 

ଏହିପରି ଲୋକାଭିମୁଖୀ କାର୍ଯ୍ୟ କରି ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ନେବା ପରେ ସିଧାସଳଖ ରାଜ୍ୟ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାରେ ସାଜିଥିଲେ ପ୍ରମ୍ମୁଖ ବିନ୍ଧାଣୀ । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଓ ଚିନ୍ତା ଧାରାକୁ ବାସ୍ତବ ରୂପ ଦେଇ ଆସୁଛନ୍ତି ଭି.କେ ପାଣ୍ଡିଆନ । ୨୦୧୯ରେ 5T ସଚିବ ଭାବେ ଦାୟିତ୍ବ ନେଲେ ଭି.କେ.ପାଣ୍ଡିଆନ । ତା ପରେ ବିଭିନ୍ନ ପ୍ରସାସନରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯଇଥିଲା । ଟିମ ୱାର୍କ, ଟ୍ରାନସପରେନ୍ସି, ଟେକ୍ନୋଲୋଜି, ଟାଇମ, ଟ୍ରାନ୍ସଫରମେସନ ମାଧ୍ୟମରେ ଓଡିଶାକୁ ବିକଶିତ କରିବାରେ ତାଙ୍କର ରହିଛି ଉଲ୍ଳେଖନୀୟ ଭୂମିକା ।

କେବଳ ରାଜନୀତି କ୍ଷେତ୍ରରେ ନୁହେଁ ବିଭିନ୍ନ ଐତିହ୍ୟ ପ୍ରକଳ୍ପର ନବକଳେବରରେ ରହିଛି ଭୂମିକା । ଦୁଆରେ ଦୁଆରେ ପହଞ୍ଚି ଲୋକଙ୍କ ସମସ୍ୟାର କରିଛନ୍ତି ସମାଧାନ । ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଶୀର୍ଷକୁ ନେବାରେ ପ୍ରମୁଖ ଭୂମିକା । ହକି ବିଶ୍ବକପ ଆୟୋଜନରେ ଉଲ୍ଲେଖନୀୟ ଯୋଗଦାନ। ଓଡ଼ିଶାର ଉତ୍କର୍ଷ ଇତିହାସରେ ପାଣ୍ଡିଆନଙ୍କର ରହିଛି ଭୂମିକା । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପରେ ଓ ସମଲେଇ ପ୍ରକଳ୍ପରେରହିଛି ଉଲ୍ଲେଖନୀୟ ଅବଦାନ । ପାଣ୍ଡିଆନଙ୍କ ତତ୍ତ୍ବାବଧାନରେ ଏକାମ୍ର ପ୍ରକଳ୍ପ କାର୍ଯ୍ୟକାରୀ । ତାରାତାରିଣୀ ମନ୍ଦିରର ନବକଳେବରରେ ରହିଛି ଭୂମିକା  । ଶିକ୍ଷା କ୍ଷେତ୍ରରେ ରାଜ୍ୟର ସ୍କୁଲ କଲେଜ ଗୁଡିକର ରୂପାନ୍ତରଣ ହେଉ କି କଟକ ଭୁବନେଶ୍ବର ବସ ଷ୍ଟାଣ୍ଡ ବିଶ୍ବ ସ୍ତରୀୟ ହେଉ ସବୁଠି ରହିଛି ପାଣ୍ଡିଆନଙ୍କ ଉଦ୍ୟମ । ପ୍ରଶାସନିକ ସ୍ତରରେ ବିପ୍ଲବ ଆଣିଛନ୍ତି ପାଣ୍ଡିଆନ । ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବାରେ ରହିଛି ଭୂମିକା । ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା । କଟକର ରୂପାନ୍ତରଣ ଓ ଗମନାଗମନ ବ୍ୟବସ୍ଥାରେ ଆଣିଛନ୍ତି ବିପ୍ଳବ ।

 

3

 

ବିରୋଧୀଙ୍କ ଟାର୍ଗେଟରେ ଥିବା କାର୍ତ୍ତିକ ପାଣ୍ଡିଆନଙ୍କର ସୃଷ୍ଟି ହୋଇଛି ନୂଆ ପରିଚୟ । ବର୍ତ୍ତମାନ ଫ୍ରଣ୍ଟଫୁଟରେ ବ୍ୟାଟିଂ କରୁଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ବିଜେଡିର ରାଜନୀତି ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ । ବିରୋଧୀ ଦଳ ତରଫରୁ ଆସୁଥିବା ସମସ୍ତ ବାଉନସରକୁ ସାମନା କରି ଉଚିତ ଜବାବ ବି ଦେଉଛନ୍ତି । ବିରୋଧୀ ନିରସ୍ତ୍ର ହେଉଛନ୍ତି ତାଙ୍କ ପାଲଟା ଆକ୍ରମଣରେ । ମଝିରେ ମଝିରେ ଗୋଟିଏ ଗୋଟିଏ ସକ୍ ଦେଉଛନ୍ତି ବିରୋଧୀଙ୍କୁ । ଏପଟେ ଗ୍ରାଉଣ୍ଡରେ ଖୁବ୍ କ୍ରେଜ୍ ରହିଛି ତାଙ୍କର । ତାଙ୍କ କଥା ଏବଂ ବିରୋଧୀଙ୍କୁ ଛାଡ଼ୁଥିବା ବାଣକୁ ଶୁଣିବାକୁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି । ନବୀନ ସରକାରଙ୍କ ପ୍ରତ୍ୟେକ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ସ୍ପଷ୍ଟ ଭାବେ ନିଜ ପ୍ରଶ୍ନ ଜରିଆରେ ଲୋକଙ୍କ ଠାରୁ ଉତ୍ତର ନେଉଛନ୍ତି । ଆଉ ବିରୋଧୀଙ୍କୁ ଜଣାଇ ଦେଉଛନ୍ତି ଯେ କିଭଳି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ଓଡ଼ିଶାର ସ୍ବାର୍ଥ ଦିଗରେ ନିରନ୍ତର ଭାବେ କାମ କରି ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.