Below header

କାରରେ ବସିଲେ ହେଉଛି କ୍ୟାନ୍ସର ! ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

କାରରୁ ଏକ ପ୍ରକାରର ଧୂଆଁ ବାହାରେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଏହାର ଅର୍ଥ ହେଉଛି ଆପଣ ଯଦି କାରରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି ।

ଗରମରେ କାରରେ ବସିବା କ୍ଷଣି ଲୋକମାନେ ଏସି ଅନ୍‌ କରନ୍ତି । ଏସି ଅନ୍‌ କରିବା କ୍ଷଣି ହିଁ ଏକ ପ୍ରକାର ଗନ୍ଧ ଆସେ । ଯେଉଁ ଗନ୍ଧକୁ ଆପଣ ବି କେବେ ନା କେବେ ଅନୁଭବ କରିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି କାରରୁ ଆସୁଥିବା ଏହି ଗନ୍ଧ ଯୋଗୁଁ କ୍ୟାନ୍ସର ହେଉଛି । କଥା ଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ବୈଜ୍ଞାନିକମାନେ ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛନ୍ତି ।

କାରରୁ ଏକ ପ୍ରକାରର ଧୂଆଁ ବାହାରେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଏହାର ଅର୍ଥ ହେଉଛି ଆପଣ ଯଦି କାରରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । କାର ଭିତରେ କ୍ୟାନ୍ସର ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ରହୁଛି ଯାହାକୁ ଆପଣମାନେ ନିଶ୍ୱାସରେ ନେଉଛନ୍ତି । ଏଭଳି ତଥ୍ୟ ଏକ ନୂଆ ଅନୁସନ୍ଧାନରେ ସାମ୍ନାକୁ ଆସିଛି, ଯାହା ଏନଭାଇରୋମେଣ୍ଟାଲ ସାଇନ୍ସ ଏବଂ ଟେକ୍ନୋଲୋଜି ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି ।

ଏହି ଷ୍ଟଡି ପାଇଁ ଅନୁସନ୍ଧାନକାରୀମାନେ ୨୦୧୫ ରୁ ୨୦୨୨ ମଧ୍ୟରେ ଜେନେରେଟ ହୋଇଥିବା ଇଲେକ୍ଟ୍ରିକ୍‌ , ଗ୍ୟାସ୍‌ ଏବଂ ହାଇବ୍ରିଡ ଭଳି ୧୦୧ଟି କାରର କ୍ୟାବିନ ବାୟୁ ଉପରେ ରିସର୍ଚ୍ଚ କରିଥିଲେ । ସେମାନେ ଜାଣିବାକୁ ପାଇଥିଲେ ଯେ ୯୯ ପ୍ରତିଶତ କାରରେ TCIPP ନାମକ ଏକ ରିଟାର୍ଡାଟ୍‌ ଫ୍ଲେମ୍ ରହୁଛି । ଏହି ଫ୍ଲେମ୍‌ ଉପରେ ଆମେରିକାର ଜାତୀୟ ଟକ୍ସିକୋଲୋଜି ପ୍ରୋଗ୍ରାମ ଅନୁସନ୍ଧାନ କରୁଛି । ଅଧିକାଂଶ କାରରେ TDCIPP ଏବଂ TCEP ନାମକ ଦୁଇଟି ରିଟାର୍ଡାଟ୍‌ ଫ୍ଲେମ୍ ରହୁଛି, ଯାହା କ୍ୟାନ୍ସର ରୋଗର କାରଣ ହୋଇପାରେ ।

ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ କହିଛନ୍ତି ଯେ କାରରୁ ବାହାରୁଥିବା ଏହି ଧୂଆଁ ଯୋଗୁଁ ସ୍ନାୟୁ ରୋଗ ସହ ପ୍ରଜନନ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗବେଷକ ତଥା ଟକ୍ସିକୋଲୋଜି ବୈଜ୍ଞାନିକ ରେବିକା ହୋହେନ୍ କହିଛନ୍ତି ଯେ, ଅନେକ ଡ୍ରାଇଭର ଅଛନ୍ତି ଯେଉଁମାନେ ପ୍ରତିଦିନ କାରରେ ପ୍ରାୟ ଏକ ଘଣ୍ଟା ବିତାଉଛନ୍ତି । ଯାହା ଦ୍ୱାରା ସେମାନେ ଅନେକ ରୋଗରେ ପଡ଼ୁଛନ୍ତି । ଲମ୍ବା ଯାତ୍ରା କରୁଥିବା ଡ୍ରାଇଭର ତଥା ବୟସ୍କ ଯାତ୍ରୀଙ୍କ ପାଇଁ କାରରେ ଯିବା ବର୍ତ୍ତମାନ ବିପଦ ସାଜୁଛି । ଅଧିକ ବୟସ୍କର ଲୋକମାନେ ନିଶ୍ୱାସରେ ଅଧିକ ବାୟୁ ନେଇଥାନ୍ତି, ଯେଉଁଥିପାଇଁ କାରରେ ଯାତ୍ରା କରିବା ସେମାନଙ୍କ ପାଇଁ ମଧ୍ୟ ବିପଦ ହେବ । ଅଧ୍ୟୟନରୁ ଜଣାପଡିଛି ଯେ ଗରମ ଦିନରେ ବିଷାକ୍ତ ଧୂଆଁର ସ୍ତର ବଢ଼ିଯାଏ ଏବଂ କାରରୁ ରସାୟନିକ ପଦାର୍ଥ ଅଧିକ ବାହାରିଥାଏ । ଯାହା କ୍ୟାନ୍ସର ରୋଗର କାରଣ ପାଲଟୁଛି ।

ଅନୁସନ୍ଧାନକାରୀମାନେ ଅଧ୍ୟୟନରେ କହିଛନ୍ତି ଯେ ଏହି ବିଷାକ୍ତ ରିଟାର୍ଡାଟ ଧୂଆଁ ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେଉଛି । ଲୋକମାନେ କାର୍ ଝରକା ଖୋଲିବା ସହ ଛାଇ ସ୍ଥାନରେ ଗାଡ଼ି ପାର୍କିଂ କରି ବିଷାକ୍ତ ଧୂଆଁରୁ ବଞ୍ଚିପାରିବେ । ପିଲାମାନେ ଏଭଳି ବିଷାକ୍ତ ଧୂଆଁରୁ ବଞ୍ଚିବା ଉଚିତ୍‌ । ନଚେତ୍‌ ସେମାନଙ୍କ ମସ୍ତିଷ୍କରେ ଏହାର କୁପ୍ରଭାବ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.