Below header

ରାଇଲି ରୁସୋଙ୍କ ଗନ୍‌ ସେଲିବ୍ରେସନ ପଡିଲା ମହଙ୍ଗା, ଆଉଟ ହେବା ପରେ ବିରାଟ ଦେଲେ ଏମିତି ଜବାବ: ଭିଡିଓ ଭାଇରଲ

ପଞ୍ଜାବ କିଙ୍ଗସ ପାଇଁ ବଢିଆ ବ୍ୟାଟିଂ କରୁଥିବା ରାଇଲି ରୁସୋ ନିଜର ଅର୍ଦ୍ଧଶତକ ପୂରଣ କରିବା ସମୟରେ ଗନ୍‌ ସେଲିବ୍ରେସନ କରିଥିଲେ । ହେଲେ ଯେତେବେଳେ ରୁସୋ ଆଉଟ ହେଲେ ବିରାଟ କୋହଲି କେମିତି ସୁଯୋଗ ଛାଡିଥାନ୍ତେ । ବିରାଟ କୋହଲି ରୁସୋ ଆଉଟ ହେବା ପରେ ନିଜ ଅନ୍ଦାଜରେ ଗନ୍‌ ପଏଣ୍ଟ କରିଥିଲେ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ବିରାଟ କୋହଲିଙ୍କ ମଜାଳିଆ ଅନ୍ଦାଜ ସବୁବେଳେ ମଇଦାନରେ ଦେଖିବାକୁ ମିଳିଥାଏ । ବିରାଟ କୋହଲି ବ୍ୟାଟିଂ ହେଉ ଅବା ଫିଲ୍ଡି ସବୁବେଳେ ସତର୍କ ରହିଥାନ୍ତି । ଗତକାଲି ଆଇପିଏଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇଛି ଆରସିବି । ଆରସିବିର ଏହି ବିଜୟ ପ୍ଲେ ଅଫରେ ସ୍ଥାନ ପାଇବାର ସମ୍ଭାବନାକୁ ଜୀବିତ ରଖିଛି । ଏହାରି ମଧ୍ୟରେ ପଞ୍ଜାବ କିଙ୍ଗସ ପାଇଁ ବଢିଆ ବ୍ୟାଟିଂ କରୁଥିବା ରାଇଲି ରୁସୋ ନିଜର ଅର୍ଦ୍ଧଶତକ ପୂରଣ କରିବା ସମୟରେ ଗନ୍‌ ସେଲିବ୍ରେସନ କରିଥିଲେ । ହେଲେ ଯେତେବେଳେ ରୁସୋ ଆଉଟ ହେଲେ ବିରାଟ କୋହଲି କେମିତି ସୁଯୋଗ ଛାଡିଥାନ୍ତେ । ବିରାଟ କୋହଲି ରୁସୋ ଆଉଟ ହେବା ପରେ ନିଜ ଅନ୍ଦାଜରେ ଗନ୍‌ ପଏଣ୍ଟ କରିଥିଲେ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୪୧ ରନ୍‌ କରିଥିଲେ । ବିରାଟ କୋହଲି, ରଜତ ପାଟିଦାର ଏବଂ କ୍ୟାମରୁନ ଗ୍ରୀନ ବଢିଆ ବ୍ୟାଟିଂ କରିଥିଲେ । କୋହଲି ୪୭ ବଲରେ ୯୨ ରନ ଖେଳିଥିଲେ । ଏଥିରେ ୭ ଚଉକା ଏବଂ ୬ ଛକା ସାମିଲ ଥିଲା । ସେହିପରି ରଜତ ପାଟିଦାର ୨୩ ବଲରେ ୫୫ ରନ୍‌ ଏବଂ ଗ୍ରୀନ ୨୭ ବଲରେ ୪୬ ରନ୍‌ କରିଥିଲେ ।

ପଞ୍ଜାବ ଟିମ୍‌ ଏହି ଲକ୍ଷ୍ୟକୁ ପିଛା କରି ବ୍ୟାଟର ପ୍ରଭାସିମରନ ସିଂ ୬ ରନ୍‌ କରି ଜଲଦି ଆଉଟ ହୋଇଯାଇଥିଲେ । କିନ୍ତୁ ଜନି ବେୟରଷ୍ଟୋ ଏବଂ ରାଇଲି ରୁସୋ ଧୂଆଦାର ବ୍ୟାଟିଂ କରିଥିଲେ । ୨୭ ରନ୍‌ କରି ବେୟରଷ୍ଟୋ ଆଉଟ ହୋଇଯାଇଥିଲେ କିନ୍ତୁ ରାଇଲି ରୁସୋ ବଢିଆ ବ୍ୟାଟିଂ କରୁଥିଲେ । ସେ ନିଜ ଅର୍ଦ୍ଧଶତକ ପୂରଣ କରି ଗନ୍‌ ସେଲିବ୍ରେସନ କରିଥିଲେ । ବ୍ୟାଟକୁ ବନ୍ଧୁକ ଷ୍ଟାଇଲ ଧରି ଫାୟାରିଂ କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଅର୍ଦ୍ଧଶତକ ପୂରଣ କରିବା ପରେ ଅଧିକ ସମୟ ବ୍ୟାଟିଂ କରିପାରିନଥିଲେ । ସେ ୬୧ ରନରେ ଆଉଟ ହୋଇଥିଲେ ।

ରୁସୋ ୨୭ ବଲରେ ୬୧ ରନ୍‌ କରିଥିଲେ । ଏଥିରେ ୯ଟି ଚଉକା ଏବଂ ୩ ଛକା ସାମିଲ ରହିଥିଲା । ରୁସୋ କର୍ଣ୍ଣ ଶର୍ମାଙ୍କ ବଲରେ ଆଉଟ ହୋଇଥିଲେ । ରୁସୋଙ୍କ କ୍ୟାଚ୍‌ ଜ୍ୟାକ୍ସ ଧରିଥିବା ବେଳେ ବିରାଟ କୋହଲି ବିନା ବ୍ୟାଟରେ ନିଜ ହାତରେ ବନ୍ଧୁକ ଷ୍ଟାଇଲରେ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.