Below header

ବାରରୁ ବାହାରି ପାଗେଳି ହେଇଗଲେ ଯୁବତୀ, ପୋଲିସକୁ ଦେଲେ କାମୁଡି

ବିଚ୍‌ ରାସ୍ତାରେ ହାଇ ଭୋଲଟେଜ ଡ୍ରାମା କଲେ ନିଶାସକ୍ତ ଯୁବତୀ। ରାସ୍ତାରେ ଘଟାଇଲେ ତୁମୁଳ କାଣ୍ଡ। ଖବର ପାଇ ପୁଲିସ୍‌ ପହଞ୍ଚିବା ପରେ ବି ସ୍ଥିତି ଅସମ୍ଭାଳ ।

ପୋଲିସକୁ କାମୁଡିଲେ ଯୁବତୀ…ଭୁଲିଗଲେ ସବୁକିଛି, ହରାଇବସିଲେ ହୋସ୍‌…ବିଚ୍‌ ରାସ୍ତାରେ ଲୋକଙ୍କ ଭିତରେ କଲେ ଡ୍ରାମା ପରେ ଡ୍ରାମା… ବେଶ୍‌ କିଛି ସମୟ ରାସ୍ତା ଉପରେ ପୋଲିସ ଆଉ ଯୁବତୀଙ୍କ ମଧ୍ୟରେ ଚାଲିଲା ଧସ୍ତାଧସ୍ତି, ପେଲାଠେଲା । ବାରରୁ ସିଧା ରାସ୍ତା ଉପରେ ପହଁଚିଗଲେ ଯୁବତୀ । ତାପରେ ଦେଖିବାକୁ ମିଳିଲା ହାଇଭୋଲାଟେଜ୍‌ ଡ୍ରାମା । ବାରରୁ ବାହାରିବା ପରେ ଯୁବତୀ ଉଡିଲେ ଗଗନରେ । ସେଥିପାଇଁ ସାମ୍ନାରେ ଛିଡା ହୋଇଥିବା ପୋଲିସକୁ ବି ଚିହ୍ନି ପାରିଲେନି । ହୋ ହାଲ୍ଲା ପାଟିତୁଣ୍ଡ କରିଚାଲିଲେ, ଯାହାକୁ ଦେଖି ଲୋକେ ରୁଣ୍ଡ ହୋଇଗଲେ ଯୁବତୀଙ୍କ ପାଖରେ ।

ହଁ ଆଜ୍ଞା, ବିଚ୍‌ ରାସ୍ତାରେ ହାଇ ଭୋଲଟେଜ ଡ୍ରାମା କଲେ ନିଶାସକ୍ତ ଯୁବତୀ। ରାସ୍ତାରେ ଘଟାଇଲେ ତୁମୁଳ କାଣ୍ଡ। ଖବର ପାଇ ପୁଲିସ୍‌ ପହଞ୍ଚିବା ପରେ ବି ସ୍ଥିତି ଅସମ୍ଭାଳ । ସେମାନଙ୍କୁ କାବୁ କରିବାକୁ ଯାଇ ହୀନସ୍ତା ହେଲା ପୁଲିସ୍‌। ନିଶାସକ୍ତ ୩ ଯୁବତୀ ପୁଲିସକୁ ବି ଛାଡ଼ିଲେନି । ସେମାନେ ପୁଲିସ୍‌ ଅଧିକାରୀଙ୍କ ସହ ହାତାହାତି ହେବାକୁ ବି ପଛାଇଲେନି। ବହୁ ପରିଶ୍ରମ ପରେ ଶେଷରେ ପୁଲିସ୍ ଏପରି କାଣ୍ଡ ଘଟାଇଥିବା ୩ ଯୁବତୀଙ୍କୁ ଗିରଫ କରି ଥାନାକୁ ନେଇଛି। ଏପରି ଏକ ସାଂଘାତିକ ଡ୍ରାମା ମୁମ୍ବାଇର ସଟେବିରାର ସହରରେ ଦେଖିବାକୁ ମିଳିଛି।

ମହାରାଷ୍ଟ୍ର ପାଳଘର ଜିଲ୍ଲାରେ ଥିବା ବିରାର ଅଞ୍ଚଳର ଏକ ରେଷ୍ଟୁରାଣ୍ଟ-ବାର୍‌ରେ ୩ ଜଣ ନିଶାସକ୍ତ ଯୁବତୀ ତୁମୁଳକାଣ୍ଡ ଘଟାଉଥିବା ପୁଲିସ୍‌ ସୂଚନା ପାଇଥିଲା। ଏହାପରେ ତୁରନ୍ତ ଜଣେ ମହିଳା ପୁଲିସ୍‌ ଅଧିକାରୀ ନିଜ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ନିଶାରେ ଚୂର ହୋଇ ଆଉଟ ଅଫ୍‌ କଣ୍ଟ୍ରୋଲ ହୋଇଥିବା ୩ ଯୁବତୀଙ୍କୁ ପୁଲିସ୍‌ ବୁଝାଶୁଝା କରିବାକୁ ଉଦ୍ୟମ କଲା । କିନ୍ତୁ ସେମାନେ କିଛି ଶୁଣିବା ମୁଡରେ ହିଁ ନ ଥିଲେ। ଓଲଟା ସେମାନେ ପୁଲିସ୍‌ ସହ ଟଣାଓଟରା କରିଥିଲେ। ପୁଲିସ୍ ଅଧିକାରୀଙ୍କ ଶାର୍ଟ ଟାଣି ଛିଣ୍ଡାଇବା ସହ ହାତକୁ କାମୁଡ଼ି ଦେଇଥିଲେ। କେବଳ ଏତିକିରେ ସରି ନ ଥିଲା ସେମାନଙ୍କ କାରନାମା। ଏହାପରେ ପୁଲିସ୍‌ କାବୁ କରିବାକୁ ଚେଷ୍ଟା କରିବାରୁ ସେମାନେ ଅଧିକାରୀଙ୍କ ଚୁଟି ଟଣାଟଣି କରି ମାରଧର କରିବାକୁ ପଛାଇ ନ ଥିଲେ।

ଆଉ ବାରମ୍ବାର ପୋଲିସକୁ ଯୁବତୀ ଜଣକ ଅଶ୍ଳୀଳ ଇଙ୍ଗୀତ ବି କରୁଥିଲେ । ସେଠାକାର ଥିବା ଲୋକେ ଏସବୁକୁ ନିଜ କ୍ୟାମେରାରେ ରେକର୍ଡ କରିଥିଲେ । ତିନି ଜଣ ଯୁବତୀ ଭଲଭାବେ ଚାଲି ବି ପାରୁନଥିଲେ । ଗୋଡ ଏପଟ ସେପଟ କରି ଦେଖାଉଥିଲେ ପୋଲିସକୁ ନାଲିଆଖି । ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ସମସ୍ତ ୩ ଯୁବତୀଙ୍କୁ ବାନ୍ଧି ଥାନାକୁ ନେଇଛି। ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି। ବିଭିନ୍ନ ଧାରା ଆଧାରରେ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.