ସନ୍ଧ୍ୟାବେଳେ ଏକ୍ସରସାଇଜ କରୁଛନ୍ତି କି? ଜାଣନ୍ତୁ କେତେ ଲାଭଦାୟୀ..

ଆଜିକାଲି ପ୍ରାୟତଃ ଲୋକେ ସକାଳେ ନ ଉଠିପାରିବା କାରଣରୁ ସନ୍ଧ୍ୟାବେଳେ ଏକ୍ସରସାଇଜ୍‌ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସନ୍ଧ୍ୟାବେଳେ ୱାର୍କଆଉଟ କରିବାର ଲାଭ ବିଷୟରେ...

ବର୍ତ୍ତମାନ ସମୟରେ ଖରାପ ଲାଇଫ୍‌ ଷ୍ଟାଇଲ୍‌ ଓ ଖାଦ୍ୟପେୟ ଯୋଗୁ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି । ଏହି ମୋଟାପଣକୁ କମ୍‌ କରିବା ପାଇଁ ଲୋକମାନେ ନିୟମିତ ଏକ୍ସରସାଇଜ୍‌ କରିଥାନ୍ତି । ଶରୀରକୁ ସୁସ୍ଥ ରଖିବା ଏବଂ ଓଜନ କମ୍‌ କରିବା ପାଇଁ, ଆଜିର ସମୟରେ ସଠିକ୍‌ ଏକ୍ସରସାଇଜ୍‌ ଏବଂ ଡାଏଟ୍‌ କରିବା ଅତ୍ୟନ୍ତ ଜରୁରୀ ବୋଲି କୁହାଯାଏ । ଓଜନ କମ୍‌ କରିବା ପାଇଁ, କିଛି ଲୋକ ନିୟମିତ ଭାବରେ ଓ୍ଵାର୍କଆଉଟ୍‌ କରିବାକୁ ପସନ୍ଦ କରନ୍ତି ।

କିନ୍ତୁ ଆପଣ ଜାଣିଛନ୍ତି କି ସକାଳେ କି ସନ୍ଧ୍ୟାରେ କେଉଁ ସମୟରେ ଓ୍ଵାର୍କଆଉଟ୍‌ କରିବା ଅଧିକ ପ୍ରଭାବଶାଳୀ ହୋଇଥାଏ । ତେବେ ଏନେଇ ଲୋକମାନଙ୍କ ମନରେ ଏପରି ଅନେକ ପ୍ରଶ୍ନ ଆସିଥାଏ । ଆଜିକାଲି ପ୍ରାୟତଃ ଲୋକେ ସକାଳେ ନ ଉଠିପାରିବା କାରଣରୁ ସନ୍ଧ୍ୟାବେଳେ ଏକ୍ସରସାଇଜ୍‌ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସନ୍ଧ୍ୟାବେଳେ ୱାର୍କଆଉଟ କରିବାର ଲାଭ ବିଷୟରେ… ସନ୍ଧ୍ୟାରେ ବ୍ୟାୟାମ କରିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ । ଏହା ବ୍ୟତୀତ ମାଇକ୍ରୋ ବେସେଲ ରୋଗ ଏବଂ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ କମିଯାଏ ।

ରିପୋର୍ଟ ଅନୁଯାୟୀ, ମେଦବହୁଳତାର ଶିକାର ହୋଇଥିବା ଲୋକମାନେ ସନ୍ଧ୍ୟାରେ ବ୍ୟାୟାମ କରିବା ଆବଶ୍ୟକ । ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ସନ୍ଧ୍ୟାରେ ଜୋରଦାର ବ୍ୟାୟାମ କରିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ । ଯଦି ଆପଣ ସକାଳ ଏବଂ ଅପରାହ୍ନ ତୁଳନାରେ ସନ୍ଧ୍ୟାରେ ବ୍ୟାୟାମ କରନ୍ତି ତେବେ ହାର୍ଟଆଟାକ, ଡାଇବେଟିସ ଏବଂ ଟାଇପ୍-୨ ଡାଇବେଟିସ ହେବାର ଆଶଙ୍କା କମିଯାଏ ।

ଏରୋବିକ୍ସ ଏବଂ ସନ୍ଧ୍ୟାରେ ବ୍ୟାୟାମ କରିବା ଦ୍ୱାରା ମାଇକ୍ରୋ ବେସେଲ ରୋଗ (ନେଫ୍ରୋପାଥି, ନ୍ୟୁରୋପାଥି ଏବଂ ରେଟିନୋପାଥି) ଏବଂ ହୃଦରୋଗର ଆଶଙ୍କା କମିଯାଏ । ଯଦି ଆପଣ ମୋଟାପଣ, ବିପି ଏବଂ ଟାଇପ୍-୨ ଡାଇବେଟିସର ରୋଗୀ, ତେବେ ସନ୍ଧ୍ୟାରେ ଚାଲିବା କିମ୍ବା ବ୍ୟାୟାମ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ହୃଦୟ ରୋଗୀଙ୍କ ପାଇଁ ମଧ୍ୟ ସନ୍ଧ୍ୟାରେ ବ୍ୟାୟାମ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସନ୍ଧ୍ୟା ବ୍ୟାୟାମ ବହୁତ ଲାଭଦାୟକ ଅଟେ । ତେଣୁ ସନ୍ଧ୍ୟାରେ ନିଶ୍ଚିତ ଭାବରେ ବ୍ୟାୟାମ କରିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.