Below header

ଭୋଟ୍‌ ଦେବାକୁ ଆସିଥିଲେ, EVMରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା; ମତଦାତା ଅଟକ

ମହାରାଷ୍ଟ୍ରର ମାଢା ଲୋକସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ଇଭିଏମ୍‌ ପୋଡ଼ିର ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମତଦାନ ଚାଲିଥିବା ବେଳେ ହଠାତ୍‌ ଜଣେ ମତଦାତା ଆସି ଏଭଳି କାଣ୍ଡ ଘଟାଇଥିଲେ । ସେ ଇଭିଏମ୍‌ ମେସିନ୍‌ରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ ।

ମହାରାଷ୍ଟ୍ରର ମାଢା ଲୋକସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ଇଭିଏମ୍‌ ପୋଡ଼ିର ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମତଦାନ ଚାଲିଥିବା ବେଳେ ହଠାତ୍‌ ଜଣେ ମତଦାତା ଆସି ଏଭଳି କାଣ୍ଡ ଘଟାଇଥିଲେ । ସେ ଇଭିଏମ୍‌ ମେସିନ୍‌ରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ ।

ନିର୍ବାଚନ ଅଧିକାରୀ କହିଛନ୍ତି ଯେ ବାଲାଟ୍‌ ୟୁନିଟ୍, VVPAT ଏବଂ କଣ୍ଟ୍ରୋଲ୍ ୟୁନିଟ୍‌ରେ କୌଣସି କ୍ଷୟକ୍ଷତି ହୋଇନାହିଁ, କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଇଭିଏମ୍ ମେସିନଗୁଡିକୁ ବଦଳାଇ ଦିଆଯାଇଛି । ଏହି ମତଦାନ କେନ୍ଦ୍ରରେ ପୁନର୍ବାର ଭୋଟିଂର ଆବଶ୍ୟକତା ନାହିଁ ।

ଏହି ଘଟଣାରେ ସମ୍ପୃକ୍ତ ମତଦାତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସେ ହେଉଛନ୍ତି, ସୋଲାପୁର ଜିଲ୍ଲାର ସାଙ୍ଗୋଲା ତହସିଲର ବାସିନ୍ଦା । ଏହି ତହସିଲ ଅନ୍ତର୍ଗତ ବାଦଲୱାଡି ମତଦାନ କେନ୍ଦ୍ରରେ ଏହି ଘଟଣା ଘଟିଛି ।

ସୋଲାପୁର ଜିଲ୍ଲାପାଳ କୁମାର ଆଶୀର୍ବାଦ କହିଛନ୍ତି, ବାଦଲୱାଡିରେ ଥିବା ୮୬ ନମ୍ବର ମତଦାନ କେନ୍ଦ୍ରରେ ଜଣେ ଭୋଟର ଏକ ଇଭିଏମ୍ ମେସିନରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ଏହି ଘଟଣା ହେତୁ ଗୋଟିଏ ବାଲାଟ୍ ୟୁନିଟ୍ ସାମାନ୍ୟ କଳା ପଡ଼ିଯାଇଛି । ଯଦିଓ ସମସ୍ତ ତିନୋଟି ଉପକରଣ, ବାଲାଟ୍ ୟୁନିଟ୍, କଣ୍ଟ୍ରୋଲ୍ ୟୁନିଟ୍ ଏବଂ VVPAT ସୁରକ୍ଷିତ ଅଛି ।

ଏହି ଘଟଣା ପରେ ଇଭିଏମ୍‌କୁ ନିର୍ବାଚନ ଅଧିକାରୀମାନେ ବଦଳାଇ ଦେଇଥିଲେ । ଏହାପରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଥିଲା । ଜିଲ୍ଲାପାଳ କହିଛନ୍ତି ଯେ ଯେଉଁ ଇଭିଏମରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଥିଲା, ସେଥିରେ ରେକର୍ଡ ହୋଇଥିବା ଭୋଟ୍ ସୁରକ୍ଷିତ ଅଛି, ତାହାକୁ ଗଣନା କରାଯାଇ ପାରିବ । ଏଠି ପୁନର୍ବାର ମତଦାନର ଆବଶ୍ୟକତା ନାହିଁ ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ଜଣକ ନିଜ ସହିତ ପେଟ୍ରୋଲ ଭଳି ଜ୍ୱଳନଶୀଳ ପଦାର୍ଥ ନେଇ ଆସିଥିଲେ । ଏହାକୁ ସେ ଇଭିଏମ୍ ମେସିନରେ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ମତଦାନ କେନ୍ଦ୍ରରେ ମୁତୟନ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ କାବୁ କରିନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.