ରିଲ୍ସ କରିବା ଚକ୍କରରେ ଗଙ୍ଗାରେ ବୁଡ଼ିଲେ ୬, ଦୁଇ ଉଦ୍ଧାର ୪ ନିଖୋଜ

ପଶ୍ଚିମବଙ୍ଗ ଖଗଡ଼ିଆର ଗୱାନି ଗଙ୍ଗା ଘାଟରେ କିଛି ଯୁବକ ଯୁବତୀଙ୍କୁ ରିଲ୍ସ ତିଆରି କରିବା ମହଙ୍ଗା ପଡ଼ିଛି । ରିଲ୍ସ ତିଆରି କରୁଥିବାବେଳେ ୫ ଜଣ ଯୁବକ ଏବଂ ଜଣେ ଯୁବତୀ ନଦୀରେ ବୁଡ଼ି ଯାଇଥିଲେ। ଏହା ପରେ ସ୍ଥାନୀୟ ଲୋକ ଜଣେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଚାରି ଜଣ ସାଙ୍ଗ ଏବେ ବି ନିଖୋଜ ଅଛନ୍ତି ।

ରିଲ୍ସର ନିଶା ଏବେ ଯୁବପିଢ଼ିଙ୍କ ନିକଟରେ ଅଧିକ ଦେଖିବାକୁ ମିଳୁଛି । ରିଲ୍ସ କରିବା ସମୟରେ ଲୋକମାନେ ଭଲ ସ୍ଥାନ ବାଛନ୍ତି । କିନ୍ତୁ ବେଳେବେଳେ ଲୋକମାନେ ରିଲ୍ସ କରିବା ପାଇଁ ଏମିତି ସ୍ଥାନ ବାଛନ୍ତି, ଯାହା ସେମାନଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟେ । ଏମିତି ଦୁର୍ଘଟଣାର ଖବର ଅନେକ ଥର ଆପଣମାନେ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣାଇବୁ, ଯାହା ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ରିଲ୍ସ କରୁଥିବା ସମୟରେ ୬ ଜଣ ସାଙ୍ଗ ଗଙ୍ଗା ନଦୀରେ ବୁଡ଼ି ଯାଇଥିଲେ । ମଜା ନେଇ ଗଙ୍ଗା ନଦୀରେ ରିଲ୍ସ କରୁଥିଲେ । କିନ୍ତୁ ସେମାନେ କେବେ ଭାବି ନଥିଲେ ଏହି ରିଲ୍ସ ସେମାନଙ୍କ ପାଇଁ କାଳ ହେବ ।

ସୂଚନା ଥାଉ କି ପଶ୍ଚିମବଙ୍ଗ ଖଗଡ଼ିଆର ଗୱାନି ଗଙ୍ଗା ଘାଟରେ କିଛି ଯୁବକ ଯୁବତୀଙ୍କୁ ରିଲ୍ସ ତିଆରି କରିବା ମହଙ୍ଗା ପଡ଼ିଛି । ରିଲ୍ସ ତିଆରି କରୁଥିବାବେଳେ ୫ ଜଣ ଯୁବକ ଏବଂ ଜଣେ ଯୁବତୀ ନଦୀରେ ବୁଡ଼ି ଯାଇଥିଲେ। ଏହା ପରେ ସ୍ଥାନୀୟ ଲୋକ ଜଣେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଚାରି ଜଣ ସାଙ୍ଗ ଏବେ ବି ନିଖୋଜ ଅଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ଉକ୍ତ ଯୁବକ ଓ ଯୁବତୀଙ୍କ ପରିବାର ସଦସ୍ୟ ଚିନ୍ତାରେ ଅଧୈର୍ଯ୍ୟ ହୋଇପଡ଼ିଛନ୍ତି ।

କୁହାଯାଉଛି ଯେ ପାଞ୍ଚ ଜଣ ଯୁବକ ଏବଂ ଜଣେ ଯୁବତୀ ଭରସୋ ଏବଂ କୁଲହରିଆ ଗାଁର ବାସିନ୍ଦା ଏବଂ ବାଇକ୍ ଯୋଗେ ଗଙ୍ଗା ଘାଟରେ ପହଞ୍ଚି ନଦୀରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସମସ୍ତ ଯୁବକ ଓ ଯୁବତୀ ପାଣିରେ ଖେଳିବା ସହ ରିଲ୍ସ ତିଆରି କରିଥିଲେ । ଆଉ ଧିରେ ଧିରେ ରିଲ୍ସ କରିବା ନିଶାରେ ଗଭୀର ପାଣିରେ ପଶିଥିଲେ ଯୁବକ ଯୁବତୀ । ଏହାରି ଭିତରେ ଜଣେ ଭାରସାମ୍ୟ ହରାଇ ପାଣି ଭିତରେ ବୁଡ଼ିବାକୁ ଲାଗିଲା । ସାଙ୍ଗକୁ ବୁଡ଼ୁଥିବାର ଦେଖି ଅନ୍ୟ ୫ ଜଣ ଗଭୀର ପାଣି ଭିତରେ ପଶିଲେ । ତା ପରେ ଘଟିଲା ଏମିତି କାଣ୍ଡ ।

ତେବେ ନିକଟରେ ଥିବା ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦୁଇ ଜଣ ଉଦ୍ଧାର ହୋଇଥିଲେ ସତ । କିନ୍ତୁ ଚାରି ଜଣ ଯୁବକ ଏବେ ବି ନିଖୋଜ ଅଛନ୍ତି । ସ୍ଥାନୀୟ ପ୍ରଶାସନ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏଭଳି ଅଭାବନୀୟ ଘଟଣା ରିଲ୍ସ ତିଆରି କରିବା ପାଇଁ ହୋଇଛି । ନିଖୋଜ ଯୁବକମାନଙ୍କ ଉଦ୍ଧାର ପାଇଁ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି ।

୧୮ ବର୍ଷିୟ ଶ୍ୟାମ ସାହା ଏବଂ ୧୮ ବର୍ଷ ବୟସ୍କା ସାକ୍ଷୀ କୁମାରୀଙ୍କୁ କୌଣସି ପ୍ରକାରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସୁରକ୍ଷିତ ଭାବରେ ନଦୀରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି । ଉଭୟଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ନିଖୋଜ ଥିବା ଚାରିଜଣ ଯୁବକ ମୁକେଶ ଚୌଧୁରୀ, ରାଜନ କୁମାର, ଆଦିତ୍ୟ କୁମାର ଏବଂ ଶ୍ୟାମ କୁମାରଙ୍କୁ SDRF ଏବଂ ସ୍ଥାନୀୟ ଲୋକ ଖୋଜାଖୋଜି କରୁଛନ୍ତି ।

ଏଠାରେ କହି ରଖିବାକୁ ଚାହିଁବୁ ଯେ ରିଲ୍ସ କରିବା ସମୟରେ ଯଥେଷ୍ଟ ସତର୍କ ରୁହନ୍ତୁ । ଏପରି କୌଣସି ସ୍ଥାନରେ ରିଲ୍ସ କରନ୍ତୁ ନାହିଁ ଯେଉଁଠାରେ ଆପଣଙ୍କ ଜୀବନ ପ୍ରତି ବିପଦ ଥିବ । ନିଜ ଘରେ କିମ୍ବା ପାର୍କ ଭଳି ସ୍ଥାନରେ ରିଲ୍ସ କରନ୍ତୁ । କିନ୍ତୁ ଏମିତି ନଦୀ କିମ୍ବା ପାହାଡ଼ ଉପରେ ଯାଇ ରିଲ୍ସ କରନ୍ତୁ ନାହିଁ । ନଚେତ ଆପଣଙ୍କ ଜୀବନ ପ୍ରତି ବିପଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.