Below header

ନିର୍ବାଚନ ପୂର୍ବରୁ ବୌଦ୍ଧ ପୋଲିସକୁ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୯ ମାଓବାଦୀ

ବୌଦ୍ଧ ପୋଲିସକୁ ବଡ ସଫଳତା ମିଳିଛି । କିଛି ଦିନ ମଧ୍ୟରେ ଲଗାତାର ଭାବରେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୋଲିସ ଏସଓଜି ଓ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାରି ଭିତରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ । ୨ ମହିଳା ଓ ୭ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୯ ଜଣ ମାଓବାଦୀ KKBN ମାଓ ଡିଭିଜନର ହୋଇଥିବା ବେଳେ ସେମାନେ ଛତିଶଗଡ଼ ମୁଲେର ଅଞ୍ଚଳର ବାସିନ୍ଦା ।

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ପୋଲିସକୁ ବଡ ସଫଳତା ମିଳିଛି । କିଛି ଦିନ ମଧ୍ୟରେ ଲଗାତାର ଭାବରେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୋଲିସ ଏସଓଜି ଓ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାରି ଭିତରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ । ୨ ମହିଳା ଓ ୭ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୯ ଜଣ ମାଓବାଦୀ KKBN ମାଓ ଡିଭିଜନର ହୋଇଥିବା ବେଳେ ସେମାନେ ଛତିଶଗଡ଼ ମୁଲେର ଅଞ୍ଚଳର ବାସିନ୍ଦା । ମାଓବାଦୀ ସଂଗଠନର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେମାନେ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଛନ୍ତି ।

ସେମାନଙ୍କ କହିବା ଅନୁସାରେ, ମାଓବାଦୀ ସଂଗଠନରେ ମହିଳା କ୍ୟାଡରକୁ ଶାରୀରିକ ନିର୍ଯାତନା ଦିଆଯାଉଛି । ଠିକାଦାରଙ୍କୁ ଭୟଭୀତ କରି ଟଙ୍କା ହଡ଼ପ, ଗଞ୍ଜେଇ ଚାଷ ଓ ଚୋରା ଚାଲାଣକୁ ପ୍ରୋତ୍ସାହିତ, ଯୁବକ ବାଳକ ଓ ବାଳିକାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସଂଗଠନରେ ସାମିଲ କରିବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.