Below header

ହିଂସା ନିଆଁରେ ଜଳୁଛି ମଣିପୁର, ଇମ୍ଫାଲରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘନ ଘନ ଗୁଳି ଓ ମୋର୍ଟାର ମାଡ଼

ମଣିପୁର ରାଜଧାନୀ ଇମ୍ଫାଲରେ ପୁଣି ହିଂସା । ଏଠାରେ ରବିବାର ସକାଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ପୁଣିଥରେ ସଂଘର୍ଷ ଆରମ୍ଭ ହୋଇଛି ।

ମଣିପୁର ରାଜଧାନୀ ଇମ୍ଫାଲରେ ପୁଣି ହିଂସା । ଏଠାରେ ରବିବାର ସକାଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ପୁଣିଥରେ ସଂଘର୍ଷ ଆରମ୍ଭ ହୋଇଛି । ଜାତିଗତ ହିଂସାରେ ପ୍ରଭାବିତ ଇମ୍ଫାଲ ପଶ୍ଚିମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ରହିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି, ଯେତେବେଳେ ଅନେକ ସଶସ୍ତ୍ର ବ୍ୟକ୍ତି କାଙ୍ଗପୋକପି ଜିଲ୍ଲା ନିକଟସ୍ଥ ପାହାଡ଼ରୁ ଇମ୍ଫାଲ ଘାଟିର କୌତ୍ରୁକ୍ ଗ୍ରାମରେ ଆଖିବୁଜା ଗୁଳି ଚଳାଇଥିଲେ, ସେତେବେଳେ ସଂଘର୍ଷର ସୂତ୍ରପାତ ହୋଇଥିଲା ।

ପୋଲିସ ଅଧିକାରୀଙ୍କ ମୁତାବକ, କିଛି ଗୁଳି ଗ୍ରାମବାସୀଙ୍କ ଘରର କାନ୍ଥକୁ ନଷ୍ଟ କରିଦେଇଛି । ଏହି ଘଟଣା ପରେ ମହିଳା, ଶିଶୁ ଏବଂ ବୃଦ୍ଧ ଲୋକଙ୍କୁ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ସ୍ଥାନୀୟ ସ୍ତରରେ ତିଆରି ମୋର୍ଟାର ଗୋଳାକୁ ମଧ୍ୟ ଗାଁକୁ ମାଡ଼ କରାଯାଇଛି । ଏହି ମୋର୍ଟାର ଗୋଳାକୁ ‘ପମ୍ପି’ ନାମରେ ଜଣାଯାଇଥାଏ । ଘଟଣା ପରଠାରୁ ପୂରା ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଅଧିକାରୀଙ୍କ ସୂଚନା ଅନୁସାରେ, କୌତ୍ରୁକ୍ ଗ୍ରାମର ସ୍ୱେଚ୍ଛାସେବୀମାନେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହାପରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସୁରକ୍ଷା କର୍ମୀଙ୍କୁ ଘଟଣାସ୍ଥଳକୁ ପଠାଯାଉଛି ।

କହି ରଖୁଛୁ ଯେ ଗତ ବର୍ଷ ମେ’ ୩ରେ ଜାତି ହିଂସା ଆରମ୍ଭ ହେବା ପରଠାରୁ ଏହି ଗ୍ରାମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଛି । ଦୁଇ ସମ୍ପ୍ରଦାୟ ମଧ୍ୟରେ ଲଗାତାର ଗୁଳି ବିନିମୟ ହେଉଛି । ତେବେ ଏହି ଅଞ୍ଚଳରେ ହିଂସା ଆରମ୍ଭ ହେବା ପରେ ଏହାକୁ ଏକ ସମ୍ବେଦନଶୀଳ ଅଞ୍ଚଳ ଘୋଷିତ କରାଯାଇଥିଲା । ଗତ ବର୍ଷ ମେତେଇ ଏବଂ କୁକି ଜନଜାତି ମଧ୍ୟରେ ହୋଇଥିବା ସଂଘର୍ଷରେ ପାଖାପାଖି ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ହିଂସାକାଣ୍ଡ ଯୋଗୁ ହଜାର ହଜାର ଲୋକ ଭୂମିହୀନ ହୋଇପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.