Below header

ନୀଳାଚଳ ସାରସ୍ୱତ ସଂଘର ୭୪ତମ ଭକ୍ତ ସମ୍ମିଳନୀ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଦେଶ ବିଦେଶର ୧୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଯୋଗଦେବେ

ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଷ୍ଠିତ ପୁରୀସ୍ଥିତ ନୀଳାଚଳ ସାରସ୍ୱତ ସଙ୍ଘ ଦ୍ୱାରା ଅନୁଷ୍ଠିତ ହେଉଥିବା ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ୭୪ତମ ଅଧିବେଶନ ପାଇଁ ଏକ ପ୍ରସ୍ତୁତି ବୈଠକ ଏକ ଆଧ୍ୟାତ୍ମିକ ପରିବେଶରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି ।

ଭୁବନେଶ୍ୱର : ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଷ୍ଠିତ ପୁରୀସ୍ଥିତ ନୀଳାଚଳ ସାରସ୍ୱତ ସଂଘ ଦ୍ୱାରା ଅନୁଷ୍ଠିତ ହେଉଥିବା ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ୭୪ତମ ଅଧିବେଶନ ପାଇଁ ଏକ ପ୍ରସ୍ତୁତି ବୈଠକ ଏକ ଆଧ୍ୟାତ୍ମିକ ପରିବେଶରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ୨୦୨୫ ମସିହାରେ ଏହି ସମ୍ମିଳନୀ ବାଲେଶ୍ୱର ଜିଲ୍ଲା ସୋରଠାରେ ଅନୁଷ୍ଠିତ ହେବ । ସଂଘର ସଭାପତି ସନ୍ତୋଷ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଭାପତିଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ସଂଘର ପରିଚାଳକ ଶରତ ଚନ୍ଦ୍ର ସିଂଦେଓ ସମ୍ମିଳନୀର ବିଭିନ୍ନ ସେବା ବିଭାଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଆସନ୍ତା ବର୍ଷ ଫେବୃଆରୀ ମାସ ମାଘ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଭକ୍ତ ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଭକ୍ତମାନଙ୍କର ରହିବା ଓ ପ୍ରସାଦ ପାଇବାର ସମସ୍ତ ଆୟୋଜନ ସଂଘ ପକ୍ଷରୁ କରାଯିବ । ଏଥିପ।ଇଁ ସମ୍ମିଳନୀର ବିଭିନ୍ନ ସେବା ବିଭାଗର ମୁଖ୍ୟ ସେବକମାନେ ମିଳିତ ହୋଇ ସମସ୍ତ ଆୟୋଜନର ସମୀକ୍ଷା କରିଥିଲେ ।

ସଦଗୁରୁ ସ୍ୱାମୀ ନିଗମାନନ୍ଦଙ୍କଙ୍କ ପ୍ରତିଷ୍ଠିତ ନୀଳାଚଳ ସାରସ୍ୱତ ସଂଘ ଅଧୀନରେ ଥିବା ବାଲେଶ୍ୱର ଜିଲ୍ଲା ସାରସ୍ୱତ ସଙ୍ଘର ଆନୁକୂଲ୍ୟରେ ସୋର ସାରସ୍ୱତ ସଂଘଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ସମ୍ମିଳନୀ ସମୟରେ ସ୍ଥାନୀୟ ଜନ ସାଧାରଣଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ସମ୍ମିଳନୀର ୨ୟ ଦିବସରେ ଏକ ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ ହେବ । ପବିତ୍ର ଅକ୍ଷୟ ତୃତୀୟାରେ ସ୍ଥାନୀୟ ଲୋକଙ୍କୁ ଫଳ ଚାରା ବଣ୍ଟନ କରାଯିବ । ଆଗାମୀ ସରସ୍ୱତୀ ପୂଜା ଦିନ ସ୍ଥାନୀୟ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.