Below header

କୋରାପୁଟ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ, ଘରେ ଭୋଟ ଦେଲେ ୧୦୩ ବର୍ଷର ବୃଦ୍ଧା

ଓଡ଼ିଶାରେ ଏକାସଙ୍ଗେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ପାଖେଇ ଆସିଲାଣି ନିର୍ବାଚନ ତାରିଖ । ସେଥିପାଇଁ ପ୍ରଶାସନ ମଧ୍ୟ ବେଶ୍‌ ତତ୍ପର ହୋଇସାରିଛି । ଜନସାଧାରଣ କିପରି ନିର୍ଭିକ ଭାବରେ ମତଦାନ କେନ୍ଦ୍ରକୁ ଯାଇ ନିଜର ଭୋଟ ଦେଇପାରିବେ ସେଥିପାଇଁ ଜନସାଧାରଣଙ୍କୁ ସଚେନତା କରିବା ଉଦ୍ଦେଶ୍ୟରେ ଫ୍ଲାଗ୍‌ ମାର୍ଚ୍ଚ ମଧ୍ୟ କରାଯାଇ ସଚେତନ କରାଯାଉଛି ।

କୋରାପୁଟ : ଓଡ଼ିଶାରେ ଏକାସଙ୍ଗେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ପାଖେଇ ଆସିଲାଣି ନିର୍ବାଚନ ତାରିଖ । ସେଥିପାଇଁ ପ୍ରଶାସନ ମଧ୍ୟ ବେଶ୍‌ ତତ୍ପର ହୋଇସାରିଛି । ଜନସାଧାରଣ କିପରି ନିର୍ଭିକ ଭାବରେ ମତଦାନ କେନ୍ଦ୍ରକୁ ଯାଇ ନିଜର ଭୋଟ ଦେଇପାରିବେ ସେଥିପାଇଁ ଜନସାଧାରଣଙ୍କୁ ସଚେନତା କରିବା ଉଦ୍ଦେଶ୍ୟରେ ଫ୍ଲାଗ୍‌ ମାର୍ଚ୍ଚ ମଧ୍ୟ କରାଯାଇ ସଚେତନ କରାଯାଉଛି ।

ତେବେ ପ୍ରଥମ ପର୍ଯ୍ୟାୟରେ ମଇ ୧୩ ତାରିଖରେ କୋରାପୁଟରେ ହେବ ମତଦାନ । ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଚଲାଇଛି ଅଭିନବ ପ୍ରୟାସ । ଭୋଟ କେନ୍ଦ୍ରକୁ ଯାଇ ମତଦାନ କରିପାରୁନଥିବା ବରିଷ୍ଠ ନାଗରିକ,ବୟସ୍କ,ଭିନ୍ନକ୍ଷମ ଘରେ ରହି କିପରି ନିଜର ଭୋଟ ଦେଇପାରିବେ ସେନେଇ ଆରମ୍ଭ ହୋଇଛି ପଦକ୍ଷେପ । ଭୋଟ କେନ୍ଦ୍ରରେ ଯେପରି ଗୁପ୍ତଭାବରେ ମତଦାନ ସାବ୍ୟସ୍ତ କରାଯାଇଥାଏ । ଠିକ୍‌ ସେହିପରି ଘରେ ମଧ୍ୟ ଗୁପ୍ତଭାବେ ନିଜ ଭୋଟ ଦେବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ଜିଲ୍ଲାରେ ରହିଥିବା ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ରହିଥିବା ୮୦ ବର୍ଷରୁ ବରିଷ୍ଠ ନାଗରିକ ଓ ୪୭ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ରହିଥିବା ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ । ସେମାନଙ୍କୁ ଭୋଟ ଦେବାକୁ ଆଉ ମତଦାନ କେନ୍ଦ୍ରକୁ ଯିବାକୁ ପଡିବ ନାହିଁ । ମତଦାନ କେନ୍ଦ୍ର ଭୋଟରଙ୍କ ଘର ପାଖକୁ ଯିବ । ଏହି କ୍ରମରେ ପ୍ରତି ମତଦାନ କେନ୍ଦ୍ରରେ ଜଣେ ପୁଲିସ ଅଫିସରଙ୍କ ସହ ପୁଲିଂ ପାର୍ଟି, ମାଇକ୍ରୋ ଅବଜରବର, ଏଜେଣ୍ଟ ଓ ଇଭିଏମ କମିଶନିଂ ଅଫିସର ରହିବେ ।

ଏହି ପ୍ରକ୍ରିୟାରେ କୋରାପୁଟ ସହରର ବି . ଅନ୍ନପୂର୍ଣ୍ଣାଙ୍କ ଭଳି ୧୦୩ ବର୍ଷୀୟ ବୟସ୍କା ମହିଳା ଭୋଟ ଦେଇ ସଫଳତା ଆଣିଦେଇଛନ୍ତି । ଜଣେ ଭୋଟର ପ୍ରଥମ ଥର ଯଦି ମତଦାନ ସାବ୍ୟସ୍ତ କରି ନ ପାରିଲେ ତେବେ ତାଙ୍କୁ ଦ୍ବିତୀୟ ଥର ମତଦାନ କରିବାକୁ ସୁଯୋଗ ଦିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ ଭି .କୀର୍ତି .ଭାସନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାରେ ଏବେ ଯାଏ ୮୫ ଜଣ ବରିଷ୍ଠ ନାଗରିକ ଓ ୪୭ ଜଣ ଭିନ୍ନକ୍ଷମ ଏହି ସେବା ପାଇବାକୁ ଫର୍ମ ଦାଖଲ କରିଛନ୍ତି । ଯେଉଁମାନେ ଚାହିଁବେ ସେମାନେ ନିଦ୍ଧିର୍ଷ୍ଟ ଫର୍ମ ପୂରଣ କରି ସେବା ପାଇ ପାରିବେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାସହ ପୋଷ୍ଟାଲ ଭୋଟ ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀ, ସୁରକ୍ଷା କର୍ମଚାରୀ, ସର୍ଭିସ ଭୋଟର ପ୍ରମୁଖ ପ୍ରକ୍ରିୟା ଅନୁସାରେ ମତଦାନ ସାବ୍ୟବସ୍ଥ କରିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଜିଲ୍ଲାରେ ୫୦ହଜାର ୩୨୮ ଜଣ ୧୮ରୁ ୧୯ ବର୍ଷୀୟ ଭୋଟର, ୨୧ହଜାର ୨୦୩ ଜଣ ୮୦ ବର୍ଷରୁ ଅଧିକ ଭୋଟର ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.