Below header

୩ ବର୍ଷରେ ଛାଡି ଚାଲିଗଲେ ବାପା ମାଆ, ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପୁଅ କରୁଛି ସଂଘର୍ଷ

ଭାବୁଛି ଠାକୁରେ ମୁଁ କଣ ଦୋଷ କରିଥିଲି, କାହିଁକି ମୋତେ ଏତେ କଷ୍ଟ ଦେଉଛ । ଯିଏ ଜନ୍ମ ଦେଇଥିଲେ ସେମାନେ ତ ପର କରିଦେଲେ । ତଥାପି କଣ ମନ ଭରିଲାନି ଯେ ଏତେ ବଡ ରୋଗ ଦେଇଦେଲ । ପୁଣି ଭାବୁଛି ମୁଁ କଣ ଭଲ ହେବିନି । ଆଉ କଣ ମୁଁ କଲେଜ୍‌ ଯିବିନି । ମୋ ଦେହ କଣ କେବେ ସୁସ୍ଥ ହେବନି ।

ଉଦଳା (କେନ୍ୟୁଜ) : ଖଣ୍ଡିଆ ସପ ଉପରେ ଶୋଇ ବଲବଲ କରି ଚାହିଁଛି ସମ୍ବିତ୍‌ । ଭାବୁଛି ଠାକୁରେ ମୁଁ କଣ ଦୋଷ କରିଥିଲି, କାହିଁକି ମୋତେ ଏତେ କଷ୍ଟ ଦେଉଛ । ଯିଏ ଜନ୍ମ ଦେଇଥିଲେ ସେମାନେ ତ ପର କରିଦେଲେ । ତଥାପି କଣ ମନ ଭରିଲାନି ଯେ ଏତେ ବଡ ରୋଗ ଦେଇଦେଲ । ପୁଣି ଭାବୁଛି ମୁଁ କଣ ଭଲ ହେବିନି । ଆଉ କଣ ମୁଁ କଲେଜ୍‌ ଯିବିନି । ମୋ ଦେହ କଣ କେବେ ସୁସ୍ଥ ହେବନି ।

୩ ବର୍ଷ ବୟସରୁ ସମ୍ବିତ୍‌ ସଂଘର୍ଷ କରୁଛି । ସେତେବେଳୁ ଜୀବନ ଜିଇଁବା ପାଇଁ କରୁଥିଲା ଆଉ ଏବେ ମୃତ୍ୟୁ ସହ କରୁଛି ସଂଗ୍ରାମ । ସରୁନି ସଂଘର୍ଷ । ଆଜ୍ଞା ଇଏ ହେଉଛି ସମ୍ବିତ୍‌ । ପିଲାବେଳେ ବାପା ମାଆ ଜନ୍ମ କରି ପର କରିଦେଲେ । ବାପା ଅଲଗା ଜୀବନ ବଞ୍ଚିଲେ, ମାଆ ବି ତାର ଅଲଗା ଜୀବନ ବଞ୍ଚିଲା । କିନ୍ତୁ ଏକାକୀ ରହିଗଲା ୩ ବର୍ଷର ପୁଅ ସମ୍ବିତ୍‌ ।

ଏତେ ବଡ ଦୁନିଆରେ ଏକା ହୋଇଯାଇଥିବା ୩ ବର୍ଷର ସମ୍ବିତକୁ ତାର ଅଜା ଓ ଆଇ କୋଳେଇ ନେଲେ ଆଉ ତାଙ୍କରି କୋଳରେ ବଡ ହେଲା ସମ୍ବିତ୍‌ । କିନ୍ତୁ ଦୁଃଖ ଆଉ ଯନ୍ତ୍ରଣା ବୋଧହୁଏ ତାର ଭାଗ୍ୟରେ ଲେଖା ହୋଇଛି । ସେଥିପାଇଁ ଏବେ କିଡ଼ନୀ ରୋଗରେ ପୀଡିତ ହୋଇ ଜୀବନ ଯୁଦ୍ଧରେ ମୃତ୍ୟୁ ସହ ସଂଗ୍ରାମ କରୁଛି ସମ୍ବିତ୍‌ । ଆଉ ଏଥିରେ ଅର୍ଥ ସାଜିଛି ବାଧକ । ସମ୍ବିତର ଅବସ୍ଥା ଦେଖି ଆଈ ଆଖିରୁ ଲୁହ ସୁଖୁନି । ଭୋ ଭୋ ହୋଇ କାନ୍ଦି ପକାଉଛି ।

ଏଭଳି ଏକ ଦୁଃଖଦ ଚିତ୍ର ଆସିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନୁଦଢ଼ିହା ଗାଁରୁ । ତିନି ବର୍ଷ ବୟସ ହୋଇଥିବାବେଳେ ବାପା ମାଆ ଛାଡି ଚାଲିଗଲେ ନିଜ ନିଜ ବାଟରେ । ମାଆ ଅଲଗା ସଂସାର କଲା, ବାପା ବି ଅଲଗା ସଂସାର କଲେ । ସେ ଦିନ ଠାରୁ ସମ୍ବିତ ଅଜା ଓ ଆଇଙ୍କ ପାଖରେ ରହି ଆସୁଛି । ଦିନ ମଜୁରୀ ଲାଗି ଅଜା ରବୀନ୍ଦ୍ର ସମ୍ବିତକୁ ପାଠ ପଢାଇଲେ । ସମ୍ବିତ +୨ ପାସ କଲେ । ହେଲେ ସମ୍ବିତର ପାଠପଢାରେ ଡୋରି ଲାଗିଲା । ହଟାତ ସମ୍ବିତର ଦେହ ଖରାପ ହେବାରୁ ପ୍ରଥମେ ଉଦଳା ତାପରେ ବାରିପଦା ମେଡିକାଲ ଓ ପରେ ଭୁବନେଶ୍ୱର ମେଡିକାଲରେ ଚିକିତ୍ସିତ ହେଲା । ଡାକ୍ତର ଚିକିତ୍ସା ପରେ ଜଣା ପଡିଲା ଦୁଇଟି କିଡ଼ନୀ ନଷ୍ଟ ହୋଇଛି । ଏହା ଜାଣିବା ପରେ ଅଜା ଓ ଆଇଙ୍କ ମୁଣ୍ଡ ରେ ଚଡକ ପଡିଗଲା । ଅର୍ଥ ଅଭାବରୁ ଆଉ ଚିକିତ୍ସା ନ ହେବାରୁ ଘରେ ପଡି ରହିଛି ସମ୍ବିତ ।

ପାଖରେ ରେ ନାହିଁ କାଣି କଉଡ଼ିଟିଏ । ଅର୍ଥ ପାଇଁ ଚିକିତ୍ସା ବାଧକ ହୋଇଥିବା ବେଳେ ମେଡ଼ିସିନ ପାଇଁ ମଧ୍ୟ ଟଙ୍କା ଯୋଗାଡ଼ କରି ପାରୁନାହାନ୍ତି । ନାତି ଚିକିତ୍ସା ପାଇଁ ଅଜା ପର ଦୁଆରେ ହାତ ପାତୁଛନ୍ତି । ଗୋଟିଏ ପଟେ ନିଜର ଗରିବୀ ଜୀବନ ଓ ଅନ୍ୟ ପଟେ ନାତିର ଚିକିତ୍ସା ଚିନ୍ତାରେ ପକାଉଛି । ଦୁଇଟି କିଡ଼ନୀ ନଷ୍ଟ ହୋଇଥିବା ବେଳେ ଅର୍ଥ ଅଭାବରୁ କେବଳ ଭଗବାନଙ୍କୁ ଭରସା କରି ରହିଛନ୍ତି ।

ଚାଳରେ ମୁଣ୍ଡ ବାଜୁଛି । ନୁଆଁଣି ଚାଳ ତଳେ ଜୀବନ ବିତାଉଥିବା ସମ୍ବିତଙ୍କ ଅଜା ଓ ଆଇ ଆଜି ନିରୁପାୟ । ୧୫ ବର୍ଷ ଧରି ନିଜର ନାତିକୁ ଭଲ ପାଇ ଆସିଥିବା ବେଳେ ତାର ଦୁଃଖରେ ଦୁଃଖୀ ହୋଇ ପଡିଛନ୍ତି ଅଜା ଓ ଆଇ । ଏବେ ବଡ଼ ମେଡିକାଲକୁ ଯିବା ପାଇଁ ଟଙ୍କାର ଆବଶ୍ୟକ ହେଉଥିବା ବେଳେ ଗାଁ ଗାଁ ବୁଲି ନାତିର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି । ତେବେ ସମ୍ବିତର ଚିକିତ୍ସା ପାଇଁ ଅଜା ରବୀନ୍ଦ୍ର ଓ ଆଇ ସୁକାନ୍ତି ସରକାର ଓ ବଦାନ୍ୟ ବ୍ୟକ୍ତିଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

ଦର୍ଶକବନ୍ଧୁ ଆମ ସମସ୍ତଙ୍କ ସହଯୋଗରେ ନିଶ୍ଚିତ ଭାବେ ସମ୍ବିତ ଭଲ ହୋଇପାରିବ ଆମେ ଆଶା କରୁଛୁ । ଆମ ମାନଙ୍କ ପ୍ରଚେଷ୍ଟାରେ ନିହାତି ଭାବେ ଗୋଟେ ଅସହାୟ ଅଜା ଆଇଙ୍କ ମୁହଁରେ ହସ ଫୁଟି ପାରିବ । ଏବଂ ଆମ ମାନଙ୍କର ଛୋଟିଆ ସାହାଯ୍ୟ ସମ୍ବିତର ଅପରେସନରେ ସହଯୋଗ ମିଳିପାରିବ । କିନ୍ତୁ ଆମକୁ ଏଥିପାଇଁ ପ୍ରଥମେ ସାହାଯ୍ୟର ମନୋବୃତ୍ତି ଆଣିବାକୁ ପଡିବ । ଯଦି ଆପଣ ସମ୍ବିତକୁ ଭଲ କରିବାକୁ ଚାହୁଁଛନ୍ତି । ଚାହୁଁଛନ୍ତି ଯଦି ଗୋଟେ ପିଲା ପୁଣି ଥରେ ପୂର୍ବ ଭଳି ହସି ଖେଳି ପାଠ ପଢ଼ି ଜୀବନ ଜିଉଁ ତାହେଲେ ଆପଣ ସହଯୋଗର ହାତ ବଢ଼ାନ୍ତୁ ।

ସମ୍ବିତର ଘରର ଠିକଣା ହେଉଛି :
ଗ୍ରାମ – ନୁଦଢିହା
ବ୍ଲକ – କପ୍ତିପଦା
ଜିଲ୍ଲା -ମୟୁରଭଞ୍ଜ

ବ୍ୟାଙ୍କ୍‌ ଆକାଉଣ୍ଟ ଡିଟେଲ୍ସ
ସୁକାନ୍ତି ଜେନା (ସମ୍ବିତ ଙ୍କ ଆଇ )
ଆକାଉଣ୍ଟ ନମ୍ବର -101510410001101(ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ତଳିଆ )
ଆଇଏଫସି କୋଡ଼ -IOBAOROGBO1

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.