ଓଲାକୁ ଟକ୍କର ଦେବା ପାଇଁ ହିରୋ ଆଣୁଛି ନିଜର ଦମଦାର୍ ଇଲେକଟ୍ରିକ
ଏହି ରେସରେ ଏବେ ହିରୋ ମୋଟରକର୍ପ ଭଳି ବଡ କମ୍ପାନୀ ମଧ୍ୟ ସାମିଲ ରହିଛି । ନିଜର ନୂଆ ହିରୋ ମାଏଷ୍ଟ୍ରୋ ଇଲେକଟ୍ରିକ୍ ଲଞ୍ଚ୍ କରିବାକୁ ଯାଉଛି । ହିରୋ ଲଭର୍ସ ମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଖୁସି ଖବର ।

ଓଲାକୁ ଟକ୍କର ଦେବା ପାଇଁ ହିରୋ ଆଣୁଛି ନିଜର ଦମଦାର୍ ଇଲେକଟ୍ରିକ… ହିରୋ ନିଜର ନୂଆ ମାଏଷ୍ଟ୍ରୋ ଇଲେକଟ୍ରିକକୁ କରିବ ଲଞ୍ଚ୍…ଦମଦାର ଫିଚର୍ସ ସହିତ ବଢ଼ିଆ ଏକ୍ସପେରିୟନ୍ସ ଦେବ ଏହି ନୂଆ ମାଏଷ୍ଟ୍ରୋ ଇଭି…ମାର୍କେଟରେ ଏବେ ଇଲେକଟ୍ରିକ ଗାଡିର ଚାହିଦା ବହୁତ ବଢ଼ିବାରେ ଲାଗିଛି । କମ୍ପାନୀ ଗୁଡିକ ନିଜର ଗ୍ରାହକଙ୍କୁ ବେଷ୍ଟ ଦେବା ପାଇଁ ନୂଆ ନୂଆ ମଡେଲ ଲଞ୍ଚ୍ କରିବାରେ ଲାଗିଛନ୍ତି । ଏବେ ଏହାରି ଭିତରେ ଏହି ରେସରେ ଏବେ ହିରୋ ମୋଟରକର୍ପ ଭଳି ବଡ କମ୍ପାନୀ ମଧ୍ୟ ସାମିଲ ରହିଛି । ନିଜର ନୂଆ ହିରୋ ମାଏଷ୍ଟ୍ରୋ ଇଲେକଟ୍ରିକ୍ ଲଞ୍ଚ୍ କରିବାକୁ ଯାଉଛି । ହିରୋ ଲଭର୍ସ ମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଖୁସି ଖବର ।
ହିରୋ ମାଏଷ୍ଟ୍ରୋ କମ୍ପାନୀ ବହୁତ ଲୋକପ୍ରିୟ ସ୍କୁଟର, ଯାହା କିଛି ବର୍ଷ ପୂର୍ବରୁ ହିଁ ଲଞ୍ଚ୍ କରାଯାଇଥିଲା । ଯାହାକୁ ଏବେ ବନ୍ଦ କରିଦିଆଯାଇଛି । କିନ୍ତୁ ଏବେ କମ୍ପାନୀ ପୁଣି ଥରେ ଏହି ସ୍କୁଟରର ଇଲେକଟ୍ରିକ ଭେରିଏଣ୍ଟକୁ ଲଞ୍ଚ୍ କରିବାକୁ ଯାଉଛି ବୋଲି ଖବର ମିଳୁଛି ।
ହିରୋ ମାଏଷ୍ଟ୍ରୋ ଇଲେକଟ୍ରିକ ଲଞ୍ଚ୍ ପରେ ଏକ ବହୁତ ବଢ଼ିଆ ସ୍କୁଟର ହେବାକୁ ଯାଉଛି । ଏଥିରେ ଆପଣଙ୍କୁ ବହୁତ ପାଓ୍ଵାରଫୁଲ୍ ମୋଟର ସହିତ ବଡ ବ୍ୟାଟେରୀ କମ୍ବୋ ମିଳିବାକୁ ଯାଉଛି । ଏହି ସେଟଅପ୍ ସହିତ ସ୍କୁଟର ୩୨୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ୍ ଦେବାର କ୍ଷମତା ରଖୁଛି । ଯେଉଁଥିପାଇଁ ଦମଦାର୍ ମୋଟର ସହିତ ଏହି ସ୍କୁଟର ୧୧୦ କିମି ପ୍ରତି ଘଣ୍ଟାର ଟପ୍ ସ୍ପିଡ୍ ଦେବ ।
। ତେବେ ଏହାର ଦାମ୍ ବିଷୟରେ ଯଦି କଥା ହେବା ତାହେଲେ ହିରୋର ଏହି ଦମଦାର ଇଲେକ୍ଟ୍ରିକ୍ ସ୍କୁଟରର ଏକ୍ସ ସୋରରୁମ ଦାମ ଦେଢ଼ ଲକ୍ଷ ପାଖାପାଖି ଆସିପାରେ । କମ୍ପାନୀ ଏବେ ପର୍ଯ୍ୟନ୍ତ ହିରୋ ମାଏଷ୍ଟ୍ରୋ ଇଲେକଟ୍ରିକ ବିଷୟରେ କୌଣସି ଅଫିସିଆଲ ଭାବେ କୌଣସି ଘୋଷଣା କରିନାହଁ । ଅନୁମାନ କରାଯାଉଛି ଯେ ହିରୋ ତାର ଏହି ନୁଆ ଇଲେକଟ୍ରିକକୁ ୨୦୨୪ ଶେଷ ସୁଦ୍ଧା ଭାରତୀୟ ବଜାରରେ ଲଞ୍ଚ୍ କରିପାରେ ।