Below header

ମାତିଛନ୍ତି ନୂଆ ପ୍ରକାର ସାଇବର ଠକ, ନିଜକୁ ପୋଲିସର ପରିଚୟ ଦେଇ କରୁଛନ୍ତି ଭିଡିଓ କଲ୍‌

ଆଜିକାଲି ଏକ ନୂଆ ପ୍ରକାରର ସାଇବର ଫ୍ରଡ୍‌ ଚାଲିଛି । ଜଣେ ବ୍ୟକ୍ତିକୁ କଲ୍‌ ଆସୁଛି ହ୍ଵାଟ୍ସଆପରେ କିମ୍ବା ଅନ୍ୟ ଇଣ୍ଟରନେଟ ସୋର୍ସରୁ କିମ୍ବା ନର୍ମାଲ କଲରେ । କଲ୍‌ କରି କୁହାଯାଉଛି ଆପଣଙ୍କର ଗୋଟେ ପାର୍ସଲ ଆସିଛି ।

(କେନ୍ୟୁଜ) : ମାତିଛନ୍ତି ନୂଆ ପ୍ରକାର ସାଇବର ଠକ…ନିଜକୁ ପୋଲିସର ପରିଚୟ ଦେଇ କରୁଛନ୍ତି ଭିଡିଓ କଲ୍‌…ଆଉ ତାପରେ ଡିଜିଟାଲ ଆରେଷ୍ଟ ହୋଇଛି କହି ଖାଲି କରିଦେଉଛନ୍ତି ଖାତା…ହଁ ଆଜ୍ଞା ଆପଣଙ୍କୁ ଏବେ ଆହୁରି ସତର୍କ ଏବଂ ଆହୁରି ସାବଧାନରେ ରହିବାକୁ ପଡିବ । ଖାଲି ବଡ ବଡ ଦାମୀ ଦାମୀ ସ୍ମାର୍ଟଫୋନ ଧରିଦେଲେ ହେବନି, ଏହାର ବଡ ବଡ ପରିଣାମ ନଭୋଗିବାକୁ ସଚେତନ ବି ହେବାକୁ ପଡିବ । ନଚେତ୍‌ ଆପଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆପଣଙ୍କର ବ୍ରେନ୍‌ ଓ୍ଵାସ କରି କେତେବେଳେ ଯେ ଆକାଉଣ୍ଟ ଖୋଳ କରିଦେବେ ଆପଣ ନିଜେ ବି ଜାଣିପାରିବେନି ।

ଆଜିକାଲି ଏକ ନୂଆ ପ୍ରକାରର ସାଇବର ଫ୍ରଡ୍‌ ଚାଲିଛି । ଜଣେ ବ୍ୟକ୍ତିକୁ କଲ୍‌ ଆସୁଛି ହ୍ଵାଟ୍ସଆପରେ କିମ୍ବା ଅନ୍ୟ ଇଣ୍ଟରନେଟ ସୋର୍ସରୁ କିମ୍ବା ନର୍ମାଲ କଲରେ । କଲ୍‌ କରି କୁହାଯାଉଛି ଆପଣଙ୍କର ଗୋଟେ ପାର୍ସଲ ଆସିଛି । ଯାହା ଭିତରେ ଡ୍ରଗ୍ସ ଅଛି କିମ୍ବା ଏମିତି କିଛି ଅବୈଧ ଜିନିଷ ଅଛି । କେବଳ ଏତିକି ନୁହେଁ କଲ୍‌ ମାଧ୍ୟମରେ କୁହାଯାଉଛି ଯେ ଆପଣଙ୍କ ନାଁରେ ଗୋଟେ ଓ୍ଵାରେଣ୍ଟ୍‌ ଆସିଛି ଏବଂ ଆପଣଙ୍କୁ ଆରେଷ୍ଟ କରିଦିଆଯିବ । ଏମିତି ସବୁ କହି ଉକ୍ତ ଲୋକକୁ ଡରାଯାଉଛି । ତାପରେ କଲକୁ ଗୋଟେ ଅନ୍ୟ ବ୍ୟକ୍ତିକୁ ଟ୍ରାନ୍ସଫର କରିଦିଆଯାଉଛି । ଯିଏ କି ତାର ପରିଚୟ ଜଣେ ପୋଲିସ ଅଧିକାରୀ ଭାବେ ଦେଉଛି । ଖାଲି ସେତିକି ନୁହେଁ ଉକ୍ତ ବ୍ୟକ୍ତି ୟୁନିଫର୍ମରେ ମଧ୍ୟ ଦେଖାଯାଉଛି।

ପୀଡିତଙ୍କୁ ପ୍ରଥମେ ସ୍କାଇପର ଗୋଟେ ଲିଙ୍କ୍‌ ପଠାଯାଉଛି । ତାପରେ ଭିଡିଓ କଲ୍‌ ମାଧ୍ୟମରେ ତାଙ୍କୁ କୁହାଯାଉଛି ଯେ ତୁମକୁ ଆରେଷ୍ଟ କରିଦିଆଯାଇଛି, ତମେ ଆମ ହେବାଜତରେ ଅଛ । ଏମିିତି ଭାବେ ଦୀର୍ଘ ସମୟ ଧରି ତାଙ୍କୁ ବସାଯାଉଛି, ଡିପ୍ରେସ୍‌ କରାଯାଉଛି । ତାପରେ ତାଙ୍କର ଯେତେବି ବ୍ୟାଙ୍କ୍‌ ବାଲାନ୍ସ ଅଛି ଏଫଡି ଅଛି, ସେ ବିଷୟରେ ତାଠାରୁ ଇନଫରମେସନ୍‌ ନିଆଯାଉଛି । ତେବେ ଦେଖାଯାଉଛି ଯେ ଏହିଭଳି ଯୋଉ ଡିଜିଟାଲ ଆରେଷ୍ଟ ଅଛି, ଏହି ଡିଜିଟାଲ ଆରେଷ୍ଟ ବେଳେବେଳେ ଦୁଇ ତିନି ଦିନ ପର୍ଯ୍ୟନ୍ତ ବି ଲାଗିଯାଉଛି । ଆଉ ଏହାରି ଭିତରେ ପୀଡିତକୁ ଏକଦମ୍‌ ତାଙ୍କ ଅକ୍ତିଆରକୁ ନେଇ ଯାଇ ପୂରା ବ୍ରେନ୍‌ ଓ୍ଵାସ୍‌ କରାଯାଉଛି ।

ତାଙ୍କୁ ବସେଇକି ଡରାଯାଉଛି ମଧ୍ୟ । ଆଉ ଶେଷରେ ଏତେ ଡରିଯାଉଛନ୍ତି ଯେ ସେ ନିଜେ ତାଙ୍କ ଇନଷ୍ଟ୍ରକସନକୁ ଫଲୋ କରୁଛନ୍ତି । ଯାହା ସେମାନେ କହୁଛନ୍ତି ତାଙ୍କ କଥାରେ କାମ କରିବାକୁ ବାଧ୍ୟ ହୋଇଯାଉଛନ୍ତି । ଆଉ ଏଥିରେ ଏମିତି ଭାବେ ତାଙ୍କୁ କୁହାଯାଉଛି ଯେ ପୀଡିତ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କାକୁ ଟ୍ରାନ୍ସଫର କରିବାକୁ ବି ବାଧ୍ୟ ହେଉଛି । ତେବେ ଆପଣମାନଙ୍କୁ କହିରଖିବାକୁ ଚାହିଁବୁ ଯେ ଏହିଭଳି ଯେଉଁ କଲର୍ସ ରହୁଛନ୍ତି, ଏମାନେ ସମସ୍ତେ ସାଇବର ଫ୍ରଡ୍‌ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମିତି କୌଣସି ପ୍ରକାରର ଆରେଷ୍ଟ ପୋଲିସ ଦ୍ୱାରା କରାଯାଏନାହିଁ । ଯଦି ଆପଣଙ୍କୁ ଏମିତି କଲ୍‌ ଆସୁଛି ଆଉ କୁହାଯାଉଛି ଆପଣଙ୍କର ଗୋଟେ ପାର୍ସଲ ଅଛି, ଯେଉଁଥିରେ କି ଡ୍ରଗ୍ସ ଅଛି କିମ୍ବା ଅନ୍ୟ ନିଶାଦ୍ରବ୍ୟ ଅଛି । କିମ୍ବା କିଏ କହୁଛି ଆପଣଙ୍କ ନାଁରେ ଓ୍ଵାରେଣ୍ଟ ଆସିଛି । ସେମାନଙ୍କ ଉପରେ ଆଦୌ ବି ବିଶ୍ୱାସ କରନ୍ତୁନାହିଁ ।

ଆଉ ଯଦି ଏମିତି କଲ୍‌ ଆସୁଛି ଆଉ ଏସବୁ ଜିନିଷ ଯଦି କିଏ ଆପଣଙ୍କୁ କହୁଛି ତାହେଲେ ତୁରନ୍ତ ଆପଣଙ୍କ ନିକଟସ୍ଥ ପୋଲିସ ଥାନାରେ ଯାଇ ଏ ବାବଦରେ ସୂଚନା ଦିଅନ୍ତୁ । କିମ୍ବା ସାଇବର ଥାନାକୁ ଯାଇ ଅଭିଯୋଗ କରନ୍ତୁ । ଆପଣ ଚାହିଁଲେ ସାଇବର ହେଲ୍ପ ଡେସ୍କର ବି ସହାୟତା ନେଇପାରିବେ । ତାଛଡା ଯଦି ଆପଣ ଏପରି କୌଣସି ସାଇବର ଠକଙ୍କୁ ଟଙ୍କା ଟ୍ରାନଜାକସନ୍‌ କରିଦେଇଛନ୍ତି, ତାହେଲେ ତୁରନ୍ତ ୧୯୩୦ ନମ୍ବରରେ କଲ୍‌ କରନ୍ତୁ । ଯାହାପରେ ଉକ୍ତ ଟ୍ରାଜାକସନକୁ ବନ୍ଦ କରିବାକୁ ଚେଷ୍ଟା କରାଯିବ । ତେବେ ଯଦି ଆପଣ ଏମିତି କିଛି ସାଇବର ଫ୍ରଡଙ୍କ ହାବୁଡରେ ପଡୁଛନ୍ତି କିମ୍ବା ସାଇବର ଠକାମୀର ଶିକାର ହେଇଛନ୍ତି ତାହେଲେ ହେଲ୍ପ ଡେସ୍କ ନମ୍ବର ୭୪୪୦୦୦୬୭୦୯ରେ କଲ୍‌ କରି ଜଣାନ୍ତୁ । ଏଥିସହିତ ଆପଣ ଆଇ୪ସିର ଗୋଟେ ପୋର୍ଟାଲ ଅଛି, ସେଥିରେ ମଧ୍ୟ ଆପଣ ସାହାଯ୍ୟ ନେଇପାରିବେ । ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ସହିତ କିଏ ସାଇବର ଫ୍ରଡ୍‌ କରିବାକୁ ଚେଷ୍ଟା କରୁଛି ତାହେଲେ ଆପଣମାନେ ଏହି ସାଇବର ପୋର୍ଟାଲ https://cybercrime.gov.in/ରେ ଅଭିଯୋଗ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.