Below header

ଭାରସାମ୍ୟ ହରାଇ ଓଲଟିଲା କାର୍‌, ୨ ମୃତ

ଭାରସାମ୍ୟ ହରାଇ ଓଲଟିଲା କାର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ବୁଦୁଲି ଗାଁ ନିକଟରେ ଘଟିଛି ଦୁର୍ଘଟଣା । ଫୁଲବାଣୀରୁ ଭଞ୍ଜନଗର ଅଭିମୁଖେ ଯାଉଥିବା କାର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା ।

ଭଞ୍ଜନଗର (କେନ୍ୟୁଜ୍‌): ଭାରସାମ୍ୟ ହରାଇ ଓଲଟିଲା କାର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ବୁଦୁଲି ଗାଁ ନିକଟରେ ଘଟିଛି ଦୁର୍ଘଟଣା । ଫୁଲବାଣୀରୁ ଭଞ୍ଜନଗର ଅଭିମୁଖେ ଯାଉଥିବା କାର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ୨ଜଣଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ଭଂଜନଗର ପୋଲିସ । ଦୁଇ ମୃତକ ବେଲଗୁଣ୍ଠା ଥାନା ଅଞ୍ଚଳର ଜିତେନ୍ ବାଡତ୍ୟା ଏବଂ ମନୋଜ କୁମାର ପ୍ରଧାନ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.