ରଥନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ବିଶ୍ଵକର୍ମା କାରିଗର, ତୁମ୍ବ କଟାଯାଇ ଚକ ପ୍ରସ୍ତୁତି ଆରମ୍ଭ

ଚଳଚଞ୍ଚଳ ରଥଖଳା । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ବିଶ୍ଵକର୍ମା କାରିଗର । ଦ୍ୱିତୀୟ ଦିନରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କ ନିର୍ଦେଶକ୍ରମେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ l

ପୁରୀ (କେନ୍ୟୁଜ୍‌): ଚଳଚଞ୍ଚଳ ରଥଖଳା । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ବିଶ୍ଵକର୍ମା କାରିଗର । ଦ୍ୱିତୀୟ ଦିନରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କ ନିର୍ଦେଶକ୍ରମେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ l

ପ୍ରଥମେ ତିନି ରଥ ଲାଗି ୪୨ଟି ଚକର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ତୁମ୍ବ କଟାଯାଇ ଚକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମେ ୪୨ଟି ତୁମ୍ବ କଟାଯାଇ ସେଥିରେ ସୁତା ଵାଡ଼ିଆ ଯାଇ ବିନ୍ଧ କରାଯିବ ପରେ ଅର ଏବଂ ପଈ ସଂଯୋଗ କରାଯାଇ ଚକ ପ୍ରସ୍ତୁତ କରାଯିବ । ବର୍ତ୍ତମାନ ସୁଦ୍ଧା ତିନି ରଥ ଲାଗି ୬ଟି ତୁମ୍ବ ପ୍ରସ୍ତୁତ କରାଯାଇ ତାହାକୁ ଆକୃତି ଦିଆଯାଉଛି । କରତିଆ ସେବକମାନେ ଫାସୀ କାଠ କୁ କାଟି ଯୋଗାଇ ଦେଉଥିବା ବେଳେ ମହାରଣା ସେବକ ମାନେ ତୁମ୍ବ କାଟି ଆକୃତି ଦେଉଛନ୍ତି ।

Leave A Reply

Your email address will not be published.