ଓଜନ କମ୍ କରିବା ପାଇଁ ଓ୍ଵାକ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ
ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା ସ୍ୱାସ୍ଥ୍ୟରେ ପ୍ରଭାବ ପାକାଇଥାଏ । ଯେଉଁମାନେ ପ୍ରତିଦିନ ଓ୍ଵାକ କରନ୍ତି, ସେମାନେ ଗଣ୍ଠି ଯନ୍ତ୍ରଣା, ଶରୀର ଯନ୍ତ୍ରଣା ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି । ଓ୍ଵାକ କରିବା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ । ନିୟମିତ ଓ୍ଵାକ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ ।

ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା ସ୍ୱାସ୍ଥ୍ୟରେ ପ୍ରଭାବ ପାକାଇଥାଏ । ଯେଉଁମାନେ ପ୍ରତିଦିନ ଓ୍ଵାକ କରନ୍ତି, ସେମାନେ ଗଣ୍ଠି ଯନ୍ତ୍ରଣା, ଶରୀର ଯନ୍ତ୍ରଣା ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି । ଓ୍ଵାକ କରିବା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ । ନିୟମିତ ଓ୍ଵାକ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ । ଯଦି ଆପଣ ଓଜନ କମ୍ କରିବା ପାଇଁ ଓ୍ଵାକ କରୁଛନ୍ତି, ତେବେ ଅନେକ ଜିନିଷର ଯତ୍ନ ନେବା ଜରୁରୀ । ଯେପରି ସମୟ, ଦୂରତା ଏବଂ ଷ୍ଟେପ୍ ଭଳି ଅନେକ ଜିନିଷ ଜରୁରୀ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା କେଉଁ ଆକ୍ଟିଭିଟିକୁ ଟ୍ରାକ କରାଯିବା ଉଚିତ୍ ?
ଏକ୍ସରସାଇଜ୍ ପରି, ଓ୍ଵାକର ମଧ୍ୟ ଏକ ନିର୍ଦ୍ଦିଷ୍ଟ ପଏଣ୍ଟ ରହିଥାଏ । ଯଦି ଆପଣ ଅଧିକ ସମୟ ଧରି ଏକ ପଏଣ୍ଟ ଫଲୋ କରୁଛନ୍ତି । ଏହା ଦ୍ୱାରା ବହୁତ ଶୀଘ୍ର ଓଜନ କମ୍ କରାଯାଇପାରିବ । ଯେତେବେଳେ ଆପଣ ଓ୍ଵାକ କରିବେ, ସେତେବେଳେ ଏହି ତିନୋଟି ଜିନିଷକୁ ଧ୍ୟାନରେ ରଖନ୍ତୁ । ଯାହା ଫଳରେ ଆପଣଙ୍କ ଓଜନ କମ୍ ହେବା ସହ ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ପାଇପାରିବେ ।
ଏଥିପାଇଁ ସର୍ବପ୍ରଥମେ ଆପଣ କେତେ କିଲୋମିଟର ଓ୍ଵାକ କରିବେ ତାପ୍ରତି ଧ୍ୟାନ ଦେବେ । ଏହା ପରେ ଆପଣ କେତେ ଦିନ ଓ୍ଵାକ କରିବେ, ଆପଣଙ୍କର ଓ୍ଵାକ କରିବାର ସମୟ ଫ୍ୟାକ୍ଟର୍ ରହିଥାଏ, ଯେପରି କି ଆପଣ ୩୦ ମିନିଟ୍ ଓ୍ଵାକ କରିବେ । ଏହା ବ୍ୟତୀତ ଓ୍ଵାକ ସମୟରେ ଆପଣ କେତେ ଷ୍ଟେପ୍ ଚାଲନ୍ତି ଏହା ପ୍ରତି ମଧ୍ୟ ଧ୍ୟାନ ଦେବା ବହୁତ ଜରୁରୀ । ଏଥିପାଇଁ ଏକ୍ସପର୍ଟମାନେ ଦିନରେ ୧୦ ହଜାର ଷ୍ଟେପ୍ ଚାଲିବାକୁ ପରାମର୍ଶ ଦିଅନ୍ତି ।
ଓଜନ କମ୍ ପାଇଁ, ଆପଣ କେତେ ଦିନ ଓ୍ଵାକ କରିବେ, ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଏ । ତେବେ ଓ୍ଵାକ ସମୟରେ ଧ୍ୟାନ ଦେବା ଉଚିତ, ଯେପରି ଆପଣ କେତେ ଷ୍ଟେପ୍ ଓ୍ଵାକ କରୁଛନ୍ତି କିମ୍ବା କେତେ ଦୂର ଓ୍ଵାକ କରୁଛନ୍ତି ।
ପ୍ରଥମ କଥା ହେଉଛି ଯେତେବେଳେ ଆପଣ ସମୟ ଅନୁଯାୟୀ ଓ୍ଵାକ କରନ୍ତି, ଆପଣ ପ୍ରତିଦିନ ଓ୍ଵାକ ପାଇଁ କେବଳ ଗୋଟିଏ ସମୟ ଠିକ୍ କରନ୍ତୁ । ଏହା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଏହି ସମୟରେ ଆପଣ ସବୁକିଛି ଛାଡି କେବଳ ଓ୍ଵାକ ଉପରେ ଧ୍ୟାନ ଦେବେ ଯାହାକି ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହେବ ।
ଏହା ସହ ଆପଣ କେତେ ସମୟ ମଧ୍ୟରେ କେତେ ଓ୍ଵାକ କରୁଛନ୍ତି, ତାହା ହେଉଛି ସବୁ ଠାରୁ ଜରୁରୀ । ସେଥିପାଇଁ ଆପଣ ଯେତେବେଳେ ଓ୍ଵାକ କରୁଛନ୍ତି ନିଜ ଷ୍ଟେପ୍ ଏବଂ କ୍ୟାଲୋରୀ ପାଇଁ ଟାର୍ଗେଟରେ ସେଟ୍ କରନ୍ତି । ଯାହାଫଳରେ ଆପଣଙ୍କ ଓଜନ କମ୍ ହେବା ସହିତ ଅନେକ ପ୍ରକାରର ଲାଭ ମିଳିବ ।