Below header

ମାତିଲାଣି ରୁବେଲା, ଏହି ଲକ୍ଷଣ ଦେଖାଗଲେ ଅନ୍ଧବିଶ୍ୱାସରୁ ଦୂରେଇ ରହି ତୁରନ୍ତ ଡାକ୍ତରଙ୍କ ସହ କରିବେ ପରାମର୍ଶ

ଡରାଇଲାଣି ରୁବେଲା । ନବରଙ୍ଗପୁର ଜିଲ୍ଲାରେ ଖେଳାଇଛି ଆତଙ୍କ । ୨ ରୁବେଲା ବା ଜର୍ମାନୀ ମିଳିମିଳା ରୋଗୀ ଚି଼ହ୍ନଟ ହୋଇଛନ୍ତି । ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏନେଇ ରୋଗି ମାନଙ୍କୁ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ନବରଙ୍ଗପୁର(କେନ୍ୟୁଜ୍‌): ଡରାଇଲାଣି ରୁବେଲା । ନବରଙ୍ଗପୁର ଜିଲ୍ଲାରେ ଖେଳାଇଛି ଆତଙ୍କ । ୨ ରୁବେଲା ବା ଜର୍ମାନୀ ମିଳିମିଳା ରୋଗୀ ଚି଼ହ୍ନଟ ହୋଇଛନ୍ତି । ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏନେଇ ରୋଗି ମାନଙ୍କୁ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ଏହା ଏକ ଭୁତାଣୁ ଜନିତ ରୋଗ ଏବଂ ଏହା ବାୟୁ ଦ୍ୱାରା ସଂକ୍ରମିତ ହୁଏ ।ଏହି ରୋଗର ଲକ୍ଷଣ ହେଉଛି ରୋଗୀଙ୍କ ମୁହଁରେ ଗୋଲାପ ରଙ୍ଗ ପଡିବା ସହ କାନ ବେକରେ ଛୋଟ ଛୋଟ ଫୋଟକା ଦେଖା ଦେଇଥାଏ । ଏଥିସହ ଗର୍ଭବତୀ ହେବାର ୩ ମାସ ଭିତରେ ଯଦି ଏହି ରୋଗ ମହିଳାଙ୍କୁ ହେଲେ ଗର୍ଭସ୍ତ ଶିଶୁ ଉପରେ ପ୍ରଭାବ ପଡିଥାଏ ଓ ହୃଦରୋଗ ସହ ମସ୍ତିଷ୍କ ବିକଳାଙ୍ଗ ହୋଇଥାଏ । ଲୋକଙ୍କୁ ରୋଗର ନିରାକରଣ ପାଇଁ ପରାମର୍ଶ ଦେଉଛନ୍ତି ।

ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡାର ୫ ଶିଶୁଙ୍କ ରକ୍ତ ନମୁନାକୁ ଗତ ୨୪ତାରିଖରେ ଭୁବନେଶ୍ୱର ଆରଏମଆରସି ପରୀକ୍ଷାଗାରକୁ ପଠାଯାଇଥିଲା । ସେଥିମଧ୍ୟରୁ ୨ ଶିଶୁଙ୍କ ରକ୍ତରେ ରୁବେଲା ଚି଼ହ୍ନଟ ହୋଇଛି । ଆଶାକର୍ମୀଙ୍କ ଜରିଆରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି । ଯଦି କାହାର ଦେହରେ ଏହି ରୋଗର ଲକ୍ଷଣ ଦେଖାଯାଏ ତାହା ହେଲେ ରିପୋର୍ଟ କରିବାକୁ ଡାକ୍ତର ତ୍ରୀପାଠୀ କହିଛନ୍ତି ।ଏହା ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ ବାୟୁ ମଣ୍ଡଳରେ ଅଧିକ ମାତ୍ରାରେ ବ୍ୟାପିଥାଏ ।

ରୁବେଲାର ସ୍ଥିତି ଯାଞ୍ଚ ପାଇଁ WHO ଟିମ ଓ ଜିଲ୍ଲା ସ୍ୱାସ୍ଥ୍ୟ ଟିମ ପଡାଲଗୁଡା ଗ୍ରାମକୁ ଯାଇଛନ୍ତି । ଅନେକ ସନ୍ଦିଗ୍ଧଙ୍କ ସାମ୍ପୁଲ ନିଆଯାଉଛି । ସଂକ୍ରମଣ ହୋଇଥିବା ଦୁଇ ରୋଗୀଙ୍କୁ ବର୍ତ୍ତମାନ ସଂଗରୋଦ୍ଧ କରାଯାଇଛି ବୋଲି ଡାକ୍ତର ମଳୟ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଏପଟେ ଗ୍ରାମବାସୀ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଝଡା ଫୁଙ୍କା ଆରମ୍ଭ କରିଥିବା ବେଳେ , ଏଥିରୁ ନିବୃତ ରହି ଡାକ୍ତରୀ ଔଷଧ ବ୍ୟବହାର ପାଇଁ ଡାକ୍ତରୀ ଟିମ ସଚେତନ କରୁଛି । ଏହା ସହ ଏହି ଭୁତାଣୁ ନେଇ ଅଧିକ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.