Below header

ଜାଣନ୍ତୁ ଦୁନିଆର ଏକ ଏପରି ଦେଶ ଯେଉଁଠାରେ ନାହାଁନ୍ତି ମଶା

ମଶାମାନେ ଅନେକ ପ୍ରକାରର ରୋଗ ବିସ୍ତାର କରନ୍ତି । ଏହା ବ୍ୟତୀତ ପ୍ରତିବର୍ଷ ଦୁନିଆରେ ପ୍ରାୟ ୧୦ ଲକ୍ଷ ଲୋକ ମଶା ଯୋଗୁଁ ପ୍ରାଣ ହରାନ୍ତି । ଦୁନିଆର ପ୍ରାୟ ପ୍ରତ୍ୟେକ ଦେଶରେ ମଶାଙ୍କର ଆତଙ୍କ ରହିଛି । ଯଦିଓ କିଛି ଋତୁରେ ସେମାନେ ଅଦୃଶ୍ୟ ହୋଇଯାଆନ୍ତି । କିନ୍ତୁ ପାଗ ଅନୁକୂଳ ହେବା ମାତ୍ରେ ସେମାନେ ପୁନର୍ବାର ଦେଖିବାକୁ ମିଳିଥାନ୍ତି ।

ଆପଣମାନେ ତ ଜାଣିଥିବେ ଯେ ମଶା ଲୋକମାନଙ୍କୁ ବହୁତ ହଇରାଣ କରନ୍ତି । ଯେପରି ରାତିରେ ଶୋଇବା ସମୟରେ କାମୁଡନ୍ତି , କାନ ପାଖରେ ଗୁଣୁଗୁଣୁ ହୁଅନ୍ତି । ଯାହା ଫଳରେ ରାତିରେ ଠିକ୍‌ ଭାବେ ନିଦ ମଧ୍ୟ ହୋଇନଥାଏ । ମଶାମାନେ ଅନେକ ପ୍ରକାରର ରୋଗ ବିସ୍ତାର କରନ୍ତି । ଏହା ବ୍ୟତୀତ ପ୍ରତିବର୍ଷ ଦୁନିଆରେ ପ୍ରାୟ ୧୦ ଲକ୍ଷ ଲୋକ ମଶା ଯୋଗୁଁ ପ୍ରାଣ ହରାନ୍ତି । ଦୁନିଆର ପ୍ରାୟ ପ୍ରତ୍ୟେକ ଦେଶରେ ମଶାଙ୍କର ଆତଙ୍କ ରହିଛି । ଯଦିଓ କିଛି ଋତୁରେ ସେମାନେ ଅଦୃଶ୍ୟ ହୋଇଯାଆନ୍ତି । କିନ୍ତୁ ପାଗ ଅନୁକୂଳ ହେବା ମାତ୍ରେ ସେମାନେ ପୁନର୍ବାର ଦେଖିବାକୁ ମିଳିଥାନ୍ତି । ମଶା କାମୁଡ଼ନ୍ତି ଯାହାଦ୍ୱାରା ଶରୀରରେ ରୋଗ ସୃଷ୍ଟି ହୋଇଥାଏ । ଆପଣ ଜାଣିଛନ୍ତି କି ଦୁନିଆରେ ଏକ ଏପରି ଦେଶ ଅଛି ଯେଉଁଠାରେ ମଶା ନାହିଁ ?

ତେବେ ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ଆୟର୍ଲାଣ୍ଡ କିମ୍ବା ଆମେରିକା ଏହି ସବୁ ଦେଶରେ ମଶା ଅନୁକୂଳ ପାଗରେ ଦେଖିବାକୁ ମିଳିଥାଏ । କିନ୍ତୁ ଦୁନିଆରେ କେବଳ ଗୋଟିଏ ଦେଶ ଅଛି ଯେଉଁଠାରେ ସେମାନେ ମିଳନ୍ତି ନାହିଁ, ଏହି ଦେଶ ବ୍ୟତୀତ ସେମାନେ ସବୁଆଡେ ମିଳନ୍ତି । ଏହି ଦେଶର ନାମ ହେଉଛି ଆଇସଲ୍ୟାଣ୍ଡ ।

ଆଇସଲ୍ୟାଣ୍ଡ ହେଉଛି ବିଶ୍ୱର ଏକମାତ୍ର ଦେଶ ଯିଏ ମଶା ମୁକ୍ତ। କିନ୍ତୁ ଏପରି କାହିଁକି ପ୍ରକୃତରେ କେହି ଜାଣନ୍ତି ନାହିଁ । ଏହି ଦେଶ ଆଣ୍ଟାର୍କଟିକା ଭଳି ଥଣ୍ଡା ନୁହେଁ । ଏହା ସହ ଆଇସଲ୍ୟାଣ୍ଡରେ ପୋଖରୀ ଏବଂ ହ୍ରଦର ଅଭାବ ନାହିଁ । ଆଇସଲ୍ୟାଣ୍ଡର ପଡୋଶୀ ଦେଶ, ନରୱେ, ଡେନମାର୍କ, ସ୍କଟଲ୍ୟାଣ୍ଡ, ଏପରିକି ଗ୍ରୀନଲ୍ୟାଣ୍ଡରେ ମଧ୍ୟ ମଶାମାନେ ବୃଦ୍ଧି ପାଆନ୍ତି । ତେଣୁ ଏହା କୁହାଯାଇପାରେ ଯେ ଆଇସଲ୍ୟାଣ୍ଡରେ କାହିଁକି ମଶା ନାହାଁନ୍ତି ଏହା ଏକ ରହସ୍ୟ ।

ଲକ୍ଷ ଲକ୍ଷ ବର୍ଷ ଧରି ଦୁନିଆରେ ମଶା ରହିଆସୁଛନ୍ତି :
ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଦେଇଥିବା ସବୁଠାରୁ ବିଶ୍ୱାସନୀୟ ସିଦ୍ଧାନ୍ତ ହେଉଛି ଆଇସଲ୍ୟାଣ୍ଡର ସାମୁଦ୍ରିକ ଜଳବାୟୁ ସେମାନଙ୍କୁ ଦୂରେଇ ରଖେ । ବାସ୍ତବରେ ଦୁନିଆରେ ମଶା ୩୦ ନିୟୁତ ବର୍ଷରୁ ଅଧିକ ପୁରୁଣା । ବିଶ୍ୱରେ ସେମାନଙ୍କ ମଧ୍ୟରୁ ୩୫୦୦ରୁ ଅଧିକ ପ୍ରଜାତି ଅଛନ୍ତି ।

କେଉଁ ପରିବେଶରେ ସେମାନେ ଅଧିକ ଦେଖିବାକୁ ମିଳନ୍ତି ?
ବୈଜ୍ଞାନିକଙ୍କ ଅନୁଯାୟୀ, ଓଦା ଆର୍ଦ୍ର ପରିବେଶରେ ମଶା ଅଧିକ ହୋଇଥାନ୍ତି । କିନ୍ତୁ ଶୀତରେ ମଧ୍ୟ ଏମାନେ ଦେଖିବାକୁ ମିଳିଥାନ୍ତି । ଆଇସଲ୍ୟାଣ୍ଡର ଜଳ ଏବଂ ମାଟିର ରାସାୟନିକ ଗଠନ ମଶା ପ୍ରଜନନ ପାଇଁ ଉପଯୁକ୍ତ ନୁହେଁ । କିନ୍ତୁ କାହିଁକି ଏହା ଏକ ରହସ୍ୟ ଯାହା ବୈଜ୍ଞାନିକମାନେ ଦଶନ୍ଧି ଧରି ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.