Below header

ରାତିରେ ଚାଲିଥିବା ଚେକିଙ୍ଗ, ଗାଡି ଭିତରୁ ଲକ୍ଷ ଲକ୍ଷ ଟଙ୍କା ଜବତ କଲା ପୋଲିସ୍

ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଛକରେ ପୋଲିସର ଯାଞ୍ଚ ବେଳେ ଜବତ ହୋଇଛି ପୁଳା ପୁଳା ଟଙ୍କା । ଯାହାକୁ ଦେଖି ଚକିତ ହୋଇଯାଇଥିଲା ପୋଲିସ୍ ।

ଟିଟିଲାଗଡ(କେନ୍ୟୁଜ୍‌): ସାରା ରାଜ୍ୟରେ କଡାକଡି ହୋଇଛି ଗାଡି ଚେକିଙ୍ଗ । ବିଭିନ୍ନ ସ୍ଥାନରେ ଚାଲିଛି ଧରପଗଡ଼ । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଚେକିଂକୁ କରାଯାଇଛି ଜୋରଦାର । ଆଗାମୀ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ତରଫରୁ ପ୍ରତ୍ୟେକ ସ୍ଥାନରେ କଡାକଡି ଭାବରେ ଚେକିଂ କରାଯାଉଛି । ଫ୍ଲାଇଂ ସ୍କ୍ୱାର୍ଡ ଓ SST ଟିମ୍ ତଥା ପୋଲିସର ମିଳିତ ସହଯୋଗରେ ବିଭିନ୍ନ ସ୍ଥାନରେ ଚେକିଙ୍ଗ ଜୋରଦାର ଚାଲିଛି । ରାସ୍ତାରେ ଯାଉଥିବା ସମସ୍ତ ଗାଡି ଓ ଲୋକଙ୍କ ଭିଡିଓ ଫଟୋ ଉଠାଇ ପ୍ରମାଣ ରଖାଯାଉଛି ।

ଏହାରି ଭିତରେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଛକରେ ପୋଲିସର ଯାଞ୍ଚ ବେଳେ ଜବତ ହୋଇଛି ପୁଳା ପୁଳା ଟଙ୍କା । ଯାହାକୁ ଦେଖି ଚକିତ ହୋଇଯାଇଥିଲା ପୋଲିସ୍ । ସୂଚନା ଯୋଗ୍ୟ ଯେ ଚଳିତ ସାଧାରଣ ନିର୍ବାଚନକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଛକ ଓ ରାସ୍ତା ରେ କଡ଼ା କଡି ଯାଞ୍ଚ ଚାଲିଥିବା ସମୟରେ ତୁଷୁରା ପୋଲିସ ଗତକାଲି ଡାହିମାଲ ଛକରେ ଗାଡିକୁ ଯାଞ୍ଚ କରୁଥିବା ବେଳେ ଏକ କାରରୁ ୯ଲକ୍ଷ ୧ ହଜାର ୮୦୦ ଶହ ଟଙ୍କା ଜବତ କରିଥିଲା ।

ଖାଲି ସେତିକି ନୁହେଁ ଅନ୍ୟ ଏକ ଗାଡିରୁ ପ୍ରଫୁଲ୍ଲ କୁମାର ସାହୁ ନାମକ ଜଣେ ଠିକାଦାର ତୁଷୁରାରୁ ଲିଖିରିଆ ଯାଉଥିବା ବେଳେ ତାଙ୍କ ଗାଡିରୁ ୫୧୮୦୦ ଟଙ୍କା ଜବତ ହୋଇଥିଲା । ସେହିପରି ଅନ୍ୟ ଏକ କାରରୁ ୫ଲକ୍ଷ ଟଙ୍କା ଏବଂ ଏକ ପିକଅପ୍ ଭ୍ୟାନରୁ ୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି ।

ତେବେ ପୋଲିସ୍ ଜବତ ଟଙ୍କା ସହ କାରକୁ ଫ୍ଲାଇଂ ସ୍କ୍ୱାର୍ଡ ର ଜିମା ଦେବା ସହ କେଉଁ ଉଦେଶ୍ୟରେ ଟଙ୍କା କେଉଁଠିକୁ ଯାଉଥିଲା ତାହାର ତଦନ୍ତ ଚାଲିଛି । ଏପଟେ ଟଙ୍କାକୁ ନେଇ ଗାଡିରେ ଯାଉଥିବା ବ୍ୟକ୍ତି ବିଶେଷଙ୍କୁ ପଚାରିବାକୁ ସେମାନେ ଜନକ ଉତ୍ତର ଦେଇପାରୁନାହାନ୍ତି । ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ ନେଇ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ସୀମା ଅଂଚଳ ତଥା ବିଭିନ୍ନ ଛକ ମାନଙ୍କରେ କଡା ଚେକିଂ ବ୍ୟବସ୍ଥା ଜାରି ରଖିଛି ।

ତେବେ ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରୁ ଜବତ ହେଉଛି ପୁଳା ପୁଳା ଟଙ୍କା । ଏତେ ପରିମାଣର ଟଙ୍କା କୁଆଡ଼େ ଯାଉଥିଲା, କାହିଁକି ନିଆଯାଉଥିଲା ତାହାକୁ ନେଇ ଅନେକ ଲୋକ ଅନେକ କଥା କହୁଥିବାବେଳେ ବେଳେ ଏଦିଗରେ ପୋଲିସ୍ ପ୍ରଶାସନ ଆହୁରୀ କଡା ପଦକ୍ଷପ ନେବା ନିହାତୀ କରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.