Below header

ପ୍ରାକ ଶିକ୍ଷାର ବିକଳ ଚିତ୍ର, ଭଙ୍ଗା ଘରେ ଚାଲିଛି ପିଲାଙ୍କ ପାଠ ପଢ଼ା

ଚିଲିଶଙ୍କା ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ୨୫ଜଣ ଛାତ୍ର ଛାତ୍ରୀ ମାନେ ଏକ ଭଙ୍ଗା ଦଦରା ଘରେ ପାଠ ପଢ଼ୁଛନ୍ତି । ଦୀର୍ଘ ଦିନ ହେବ ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ନାହିଁ । ସେଥିପାଇଁ ପିଲାମାନେ ଭଙ୍ଗା ଘରେ ପାଠ ପଢ଼ୁଥିବା ଦେଖାଯାଇଛି ।

କୋରାପୁଟ(କେନ୍ୟୁଜ): ଭଙ୍ଗା ଘରେ ଗଢ଼ା ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ବୁର୍ଜା ପଞ୍ଚାୟତ ଚିଲିଶଙ୍କା ଗ୍ରାମରେ ଥିବା ପିଲାଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାରରେ । ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାକ୍‌ ଶିକ୍ଷା ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କାର ବ୍ୟୟବରାଦ କରୁଛନ୍ତି । କିନ୍ତୁ ପିଲାମାନଙ୍କ ଭବିଷ୍ୟତ ଅନ୍ଧାରରେ ଗଢ଼ାଚାଲିଛି ।

ଚିଲିଶଙ୍କା ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ୨୫ଜଣ ଛାତ୍ର ଛାତ୍ରୀ ମାନେ ଏକ ଭଙ୍ଗା ଦଦରା ଘରେ ପାଠ ପଢ଼ୁଛନ୍ତି । ଦୀର୍ଘ ଦିନ ହେବ ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ନାହିଁ । ସେଥିପାଇଁ ପିଲାମାନେ ଭଙ୍ଗା ଘରେ ପାଠ ପଢ଼ୁଥିବା ଦେଖାଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ୧୫ ରୁ୨୦ବର୍ଷ ହେବ ଅଙ୍ଗନବାଡି କେନ୍ଦ୍ର ଭାଙ୍ଗି ନଷ୍ଟ ହୋଇଯାଇଛି । ଏନେଇ ଗ୍ରାମବାସୀ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଜଣାଇଛନ୍ତି କିନ୍ତୁ ସେମାନଙ୍କ ଅଭିଯୋଗ ଶୁଣିବାକୁ କେହି ନାହାନ୍ତି । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି । ଯଦି ଏଠାରେ କୌଣସି ଅଘଟଣ ଘଟେ ତେବେ କିଏ ଦାୟୀ ହେବ ବୋଲି ପ୍ରଶ୍ନ ଉଠିଛି ।

ପିଲାମାନଙ୍କ ଭବିଷ୍ୟତ ପାଇଁ ସରକାର ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ନା କୌଣସି ସ୍ଥାନରେ ଏଭଳି ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳେ । ଫଳରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି । ଯଦି ଏଠାରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇପାରନ୍ତା, ତେବେ ପିଲାମାନେ ଭଲରେ ପାଠ ପଢ଼ି ପାରନ୍ତେ ଏବଂ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.