Below header

ଏୟାର ଇଣ୍ଡିଆ ଏକ୍ସପ୍ରେସର ବଡ ଆକ୍ସନ, ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଥିବା କର୍ମଚାରୀଙ୍କୁ ବରଖାସ୍ତ

୩୦ କ୍ରିଉ ମେମ୍ବର ଚାକିରିରୁ ବିଦା । ଆକ୍ସନ ମୁଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ କର୍ତ୍ତୃପକ୍ଷ ।  ଅସୁସ୍ଥତା ଦର୍ଶାଇ କ୍ୟାବିନ କ୍ରିଉ ମେମ୍ବରମାନେ ସମୂହ ଛୁଟିରେ ଯିବାର ଦିନକ ପରେ କାର୍ଯ୍ୟାନୁଷ୍ଠାନ । ଆଗକୁ ଆଉ କିଛି କ୍ରିଉ ମେମ୍ବରଙ୍କୁ ଚାକିରିରୁ ବହିଷ୍କାର କରାଯିବାର ସମ୍ଭାବନା ରହିଛି । କ୍ରିଉ ମେମ୍ବରଙ୍କ ସମୂହ ଛୁଟି ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ଆଜି କର୍ତ୍ତୃପକ୍ଷ ଏକ ବୈଠକ ଡାକିଛନ୍ତି । କ୍ରିଉ ମେମ୍ବରଙ୍କ ସହ ବୈଠକରେ ଆଲୋଚନା କରି ସମାଧାନର ବାଟ ବାହାର କରିବା ପାଇଁ ଉଦ୍ୟମ କରିବେ ।

ନୂଆଦିଲ୍ଲୀ : ୩୦ କ୍ରିଉ ମେମ୍ବର ଚାକିରିରୁ ବିଦା । ଆକ୍ସନ ମୁଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ କର୍ତ୍ତୃପକ୍ଷ ।  ଅସୁସ୍ଥତା ଦର୍ଶାଇ କ୍ୟାବିନ କ୍ରିଉ ମେମ୍ବରମାନେ ସମୂହ ଛୁଟିରେ ଯିବାର ଦିନକ ପରେ କାର୍ଯ୍ୟାନୁଷ୍ଠାନ । ଆଗକୁ ଆଉ କିଛି କ୍ରିଉ ମେମ୍ବରଙ୍କୁ ଚାକିରିରୁ ବହିଷ୍କାର କରାଯିବାର ସମ୍ଭାବନା ରହିଛି । କ୍ରିଉ ମେମ୍ବରଙ୍କ ସମୂହ ଛୁଟି ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ଆଜି କର୍ତ୍ତୃପକ୍ଷ ଏକ ବୈଠକ ଡାକିଛନ୍ତି । କ୍ରିଉ ମେମ୍ବରଙ୍କ ସହ ବୈଠକରେ ଆଲୋଚନା କରି ସମାଧାନର ବାଟ ବାହାର କରିବା ପାଇଁ ଉଦ୍ୟମ କରିବେ । ଗତକାଲିଠୁ ପ୍ରାୟ ୩ଶହ କର୍ମଚାରୀଙ୍କ ଛୁଟି ଯୋଗୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବଡ଼ ଧରଣର ପ୍ରଭାବିତ ହୋଇଛି । ୭୬ରୁ ଅଧିକ ବିମାନର ଉଡ଼ାଣକୁ ବାତିଲ କରିଛନ୍ତି କର୍ତ୍ତୃପକ୍ଷ । ନୂଆ ନିଯୁକ୍ତି ଟର୍ମକୁ ନେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସବୁ କର୍ମଚାରୀଙ୍କୁ ସମାନ ସୁବିଧାସୁଯୋଗ ମିଳୁନାହିଁ । ବରିଷ୍ଠ ପଦବୀ ପାଇଁ ସାକ୍ଷାତକାରରେ ସଫଳ ହୋଇଥିଲେ ମଧ୍ୟ କିଛି କର୍ମଚାରୀଙ୍କୁ ତଳ ପାହ୍ୟାର ଚାକିରି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଏୟାର ଇଣ୍ଡିଆ କ୍ରିଉ ସଦସ୍ୟମାନେ ସମୂହ ଛୁଟିରେ ଅଛନ୍ତି ।

ଗତକାଲି ହଠାତ୍ କର୍ମଚାରୀମାନେ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ ।  ପରେ ସମସ୍ତଙ୍କ ମୋବାଇଲ ଫୋନ ସୁଇଚ ଅଫ୍ ଅଛି ।  ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ତ୍ୱେ ତାହା ସମ୍ଭବ ହୋଇ ପାରୁନି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।  ଫଳରେ ଅନିଚ୍ଛା ସତ୍ତ୍ୱେ ବହୁ ଫ୍ଲାଇଟକୁ ବାତିଲ କରିବା ସହ ବହୁ ଫ୍ଲାଇଟ୍ କୁ ବିଳମ୍ବରେ ଛାଡ଼ିବାକୁ ପଡ଼ୁଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।  ଫଳରେ ଯାତ୍ରୀମାନେ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି । ଉଡ଼ାଣ ବାତିଲ ହୋଇଥିବା ଫ୍ଲାଇଟର ଯାତ୍ରୀଙ୍କୁ ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ଫେରାଯିବ ।  ନଚେତ ସେମାନେ ଚାହିଁଲେ ତାହାକୁ ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।  ଗତ ମାସରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ କ୍ୟାବିନ କ୍ରୁୟ ମେମ୍ବରଙ୍କ ଏକ ଟିମ୍ ଅଭିଯୋଗ କରିଥିଲେ କି ମ୍ୟାନେଜମେଣ୍ଟ ଠିକ୍ ଭାବେ କାମ କରୁନି ।  କର୍ମଚାରୀଙ୍କ ସହ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉନି ।  ପରିଚାଳନାଗତ ତ୍ରୁଟି ହେତୁ କ୍ର୍ୟୁ ମେମ୍ବର ଶକ୍ତ ମାନସିକ ଆଘାତ ପାଉଥିବାରୁ ଏପରି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.