Below header

ଝାରସୁଗୁଡ଼ାରେ ଟ୍ରିପଲ ମର୍ଡର: ପଡିଆରେ ପଡ଼ିଛି ବାପା, ମା ଓ ଝିଅର ମୃତଦେହ

ଝାରସୁଗୁଡ଼ାରେ ଟ୍ରିପଲ ମର୍ଡର। ପଡିଆରେ ପଡ଼ିଛି ବାପା, ମାଆ ଓ ଝିଅର ମୃତଦେହ। ଲଖନପୁର ବାଣିପାହାଡ଼ ନିକଟ ପଡ଼ିଆରୁ ୩ ଜଣଙ୍କ ମୃତଦେହ ଠାବ ହୋଇଛି । ସମସ୍ତ ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ବୋଲି ସୂଚନା ମିଳିଛି ।

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ାରେ ଟ୍ରିପଲ ମର୍ଡର । ଘରୋଇ କଳିର କରୁଣ ପରିଣତି ।  ସ୍ତ୍ରୀ ଓ ଝିଅକୁ ହତ୍ୟା ପରେ ଜୀବନ ହାରିଲା ସ୍ବାମୀ ।  ପଡିଆରେ ପଡ଼ିଛି ବାପା, ମାଆ ଓ ଝିଅର ମୃତଦେହ । ଝାରସୁଗୁଡ଼ା ଲଖନପୁର ବାଣିପାହାଡ଼ ନିକଟ ପଡ଼ିଆରୁ ୩ ଜଣଙ୍କ ମୃତଦେହ ଠାବ ହୋଇଛି । ସମସ୍ତ ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ବୋଲି ସୂଚନା ମିଳିଛି ।  ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି ଘରୋଇ କଳିରୁ ସ୍ବାମୀ ସୁଜିତ ରାୟ ନିଜେ ପତ୍ନୀ ଖୁସବୁ ଓ ଝିଅକୁ ଗୁଳି କରିବା ପରେ ନିଜେ ଜୀବନ ହାରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.