Below header

ହାଇଦ୍ରାବାଦର ରେକର୍ଡ ବିଜୟ, ଲକ୍ଷ୍ନୌକୁ ୧୦ ୱିକେଟରେ ହରାଇଲା ଟିମ୍

ଆଇପିଏଲ୍ ରେ ହାଇଦ୍ରାବାଦର ରେକର୍ଡ ବିଜୟ । ଲକ୍ଷ୍ନୌ ସୁପର ଜାୟଣ୍ଟସ ବିପକ୍ଷରେ ୪୫ ମିନିଟରେ ଜିତିଲା ହାଇଦ୍ରାବାଦ । ଲକ୍ଷ୍ନୌକୁ ୧୦ ୱିକେଟରେ ହରାଇଲା ଘରୋଇ ହାଇଦ୍ରାବାଦ ଟିମ୍ । ଏପରିକି ମାତ୍ର ୫୮ଟି ବଲ୍ ରେ ଅର୍ଥାତ୍ ୯ ଓଭର ୪ଟି ବଲ୍ ରେ ୧୬୭ ରନ୍ ର ବିଜୟ ଲକ୍ଷ୍ୟ ହାସଲ କରିଛି ହାଇଦ୍ରାବାଦ୍ ।  ଆଇପିଏଲ୍ ଇତିହାସରେ ୧୫୦ରୁ ଅଧିକ ରନ୍ ର ଦ୍ରୁତତମ ଲକ୍ଷ୍ୟ ହାସଲର ରେକର୍ଡ ହୋଇଛି  ।

ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚ୍ ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଲକ୍ଷ୍ନୌ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୬୫ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ ଅଭିଷେକ ଶର୍ମାଙ୍କ ଅପରାଜିତ ୭୫ ଓ ଟ୍ରାଭିସ ହେଡ୍ ଙ୍କ ଅପରାଜିତ ୮୯ ରନ୍ ବଳରେ କୌଣସି ୱିକେଟ ନହରାଇ ମାତ୍ର ୫୮ ବଲ୍ ରୁ ୧୬୭ ରନ୍ କରି ବିଜୟ ହାସଲ କରିଥିଲା । ଏହାଫଳରେ ହାଇଦ୍ରାବାଦ ଦ୍ବାଦଶ ମ୍ୟାଚରୁ ସପ୍ତମ ବିଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି ।  ହାଇଦ୍ବାଟ୍ରାଭିସ୍ ହେଡ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.