Below header

ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ ପାଇଁ ଉଚ୍ଚସ୍ତରୀୟ କମିଟି ଦ୍ଵିତୀୟ ବୈଠକ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତ ତଦାରଖ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଆଜି ଅନୁଷ୍ଠିତ ହେବ । ଅପରାହ୍ନ ୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହୋଇଥିଲା । ସେହି ତାଲିକାକୁ ପ୍ରଶାସନ କମିଟିକୁ ହସ୍ତାନ୍ତର କରିବା ଲାଗି ନିଆଯାଇଥିଲା ନିଷ୍ପତ୍ତି । ବୈଠକରେ ଏହି ତାଲିକା ଉପରେ ବିଶେଷ ଆଲୋଚନା ହେବ ।

ପୁରୀ (କେନ୍ୟୁଜ): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତ ତଦାରଖ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଆଜି ଅନୁଷ୍ଠିତ ହେବ ।  ଅପରାହ୍ନ ୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ଅଳଙ୍କାର ଓ ବସ୍ତୁଗୁଡିକର ତାଲିକା ପ୍ରସ୍ତୁତର ତଦାରଖ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଗତ ମାର୍ଚ୍ଚ ୯ରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।

ସୁପ୍ରିମ୍ କୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକ କରେ କମିଟି ସଦସ୍ୟମାନେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ ।  ତେବେ ସଦସ୍ୟମାନେ ଯେଉଁସବୁ ନିଷ୍ପଭି ହୋଇଥିଲା ତା’ ଉପରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ଵିତୀୟ ବୈଠକରେ ବିସ୍ତୃତ ଭାବେ ତର୍ଜମା କରାଯିବ । ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହୋଇଥିଲା ।  ସେହି ତାଲିକାକୁ ପ୍ରଶାସନ କମିଟିକୁ ହସ୍ତାନ୍ତର କରିବା ଲାଗି ନିଆଯାଇଥିଲା ନିଷ୍ପତ୍ତି । ବୈଠକରେ ଏହି ତାଲିକା ଉପରେ ବିଶେଷ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.