Below header

ପାଣି ପାଇଁ ଡହଳ ବିକଳ ହେଉଥିବା ବଣୁଆ ହାତୀ ପଲକୁ ମିଳିଲା ଆଶ୍ଵସ୍ତି, ବର୍ଷା ଯୋଗୁଁ ଶୁଖିଲା ଜଳଭଣ୍ଡାରରେ ପାଣି ଝରିଲା

ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଏହି ବଣୁଆ ହାତୀ ପଲକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି । ଅଦିନିଆ ବର୍ଷା ଯୋଗୁଁ ଜଙ୍ଗଲି ନିଆଁରୁ ତ୍ରାହି ମିଳିଲା । ଶୁଖିଲା ଜଳଭଣ୍ଡାରରେ ପାଣି ଝରିଲା ।

ଭଞ୍ଜନଗର(କେନ୍ୟୁଜ): ଜଙ୍ଗଲ ଭିତରେ ତାତି, ବାହାରେ ଜଳକଷ୍ଟ । ଗୋଟିଏ ରୁ ଆଉ ଗୋଟିଏ ଜଙ୍ଗଲ , ଏ ଗାଁରୁ ସେ ଗାଁକୁ ଚକ୍କର ମାରୁଥିବା ହାତୀପଲଙ୍କୁ ଗୋଡ଼େ ଗୋଡେ ଜଗି ରହୁଥିଲା ବନବିଭାଗ । ପୁଣି କେଉଁଠି, ପାଣି ପାଇଁ ଶୁଖିଲା ଜଳାଶୟକୁ ଖୋଳିବାକୁ ପଡୁଥିଲା । ଏବେ ଅଦିନିଆ ବର୍ଷା, କିଛି ମାତ୍ରାରେ ଦୂର କରିଛି, ଜଳକଷ୍ଟ ପରିସ୍ଥିତି । ଯାହାକି, ପାଣି ପାଇଁ ବଣୁଆ ହାତୀଙ୍କ ଏଭଳି କିଛି ସମସ୍ୟାର ଚିତ୍ର, କିଛିଦିନ ଧରି ଦେଖିବାକୁ ମିଳିଥିଲା ଗଂଜାମ ଜିଲ୍ଲାରେ ।

ହେଲେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଏହି ବଣୁଆ ହାତୀ ପଲକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି । ଅଦିନିଆ ବର୍ଷା ଯୋଗୁଁ ଜଙ୍ଗଲି ନିଆଁରୁ ତ୍ରାହି ମିଳିଲା । ଶୁଖିଲା ଜଳଭଣ୍ଡାରରେ ପାଣି ଝରିଲା । ପାଖ ଗାଁରୁ ଯାଇ ଜଙ୍ଗଲ ମୁହାଁ ହେଲେ ହାତୀପଲ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ଦୁଇଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ, ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଘୁରି ବୁଲୁଥିବା ହାତୀପଲ ଏବେ ଜଳଭଣ୍ଡାର ମୁହାଁ ହୋଇଛନ୍ତି ।

ଗତ କିଛିଦିନ ହେଲା, ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳରେ ସୃଷ୍ଟି ହୋଇଥିଲା ଏଭଳି ପରିସ୍ଥିତି । ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଧିକାଂଶ ଜଙ୍ଗଲି ଝରଣା ଓ ଜଳାଶୟ ସବୁ ସୁଖିଲା ପଡ଼ିଗଲା । ପାଣି ପାଇଁ ଛଟପଟ ହେଲେ ବନ୍ୟଜନ୍ତୁ । ଖରାତାତି ଅପେକ୍ଷା ଜଙ୍ଗଲି-ନିଆଁ ତାତି, ଅସହ୍ୟ ହୋଇ ପଡ଼ିଲା । ସବୁଠୁ ଅଧିକ ପ୍ରଭାବିତ ହେଲେ ହାତୀ । ୧୮ ଟି ହାତୀ ଦଳବାନ୍ଧି, ପାଣି ପିଇବାକୁ ଆଖପାଖ ଗାଁ ମାନଙ୍କରେ ଘୁରି ବୁଲିଲେ । ବୁଲିବା ଭିତରେ , ଗାଁ ପାଖ କ୍ଷେତ-ବାଡିରେ ପଶି, ଫସଲ ଖାଇଲେ । ଭୟଭୀତ ହୋଇପଡିଲେ ଅଞ୍ଚଳବାସୀ ।

ଏବେ ସ୍ୱଳ୍ପ ବୃଷ୍ଟିପାତରେ, କିଛି ଜଳାଶୟରେ ପାଣି ରହିଲା । ହାତୀଙ୍କ ପାଇଁ ସାମୟିକ ଭାବେ ଶୋଷ ମେଣ୍ଟାଇଲା । ହେଲେ ତାହା ଯଥେଷ୍ଟ ହେଉନି । ଆଗକୁ ପୁନର୍ବାର ଗ୍ରୀଷ୍ମ ପ୍ରବାହ ବଢିଲେ, ପୁଣି ସେ‌ଇ ପୁରୁଣା ଅବସ୍ଥା । ତଥାପି ବନବିଭାଗ ପକ୍ଷରୁ, ଏଭଳି ସମସ୍ୟା ପ୍ରତି ନଜର ରଖାଯାଇଥିବା ନେଇ କହିଛନ୍ତି, ବନାଞ୍ଚଳ ଅଧିକାରୀ । ଅତୀତ ଅପେକ୍ଷା ବର୍ତ୍ତମାନ ସମୟରେ ହାତୀଙ୍କ ପାଇଁ ଏଭଳି ଜଳ ସଙ୍କଟ ଅତି ଉତ୍କଟ ରୂପ ନେଇଛି । ଏବେ ଅପେକ୍ଷା, ହାତୀଙ୍କ ସୁରକ୍ଷା ପାଇଁ ବନବିଭାଗ, ଆଗକୁ କି ପଦକ୍ଷେପ ନେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.