କାହିଁକି ଗୋଲ ହୋଇଥାଏ ସୋସିଆଲ ମିଡ଼ିଆ ପ୍ରୋଫାଇଲ DP, କ’ଣ ଏହା ପଛର କାରଣ

ଯଦି ଆପଣ କୌଣସି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଖୋଲନ୍ତି, ତେବେ ଆପଣ ଲୋକମାନଙ୍କର DP ଅର୍ଥାତ୍ ପ୍ରୋଫାଇଲ୍ ଫଟୋକୁ ଗୋଲାକାର ଆକାରରେ ଦେଖିବେ । ଯଦିଓ, ଫଟୋ ଅପଲୋଡ୍ କରିବାବେଳେ, ଫଟୋ ବର୍ଗାକାର ହୋଇଥାଏ କିନ୍ତୁ ଡିପି ସେଟ କରିବା ପରେ ଏହା ଆମକୁ ଗୋଲାକାର ଆକାରରେ ଦେଖାଯାଏ । ତେବେ ଆସନ୍ତୁ ଜାଣିବା ଏଭଳି କାହିଁକି ଘଟେ ।

ଆଜିକାଲି ସୋସିଆଲ ମିଡ଼ିଆର ବ୍ୟବହାର ବହୁ ପରିମାଣରେ ବଢିଯାଇଛି । ଏଭଳି ପରିସ୍ଥିତିରେ ଯଦି ଆପଣ କୌଣସି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଖୋଲନ୍ତି, ତେବେ ଆପଣ ଲୋକମାନଙ୍କର DP ଅର୍ଥାତ୍ ପ୍ରୋଫାଇଲ୍ ଫଟୋକୁ ଗୋଲାକାର ଆକାରରେ ଦେଖିବେ । ଏବେ ପ୍ରଶ୍ନ ଉଠୁଛି ଏମିତି କାହିଁକି ହୋଇଥାଏ । ସୋସିଆଲ ମିଡିଆରେ ଏକ ଆକାଉଣ୍ଟ ସୃଷ୍ଟି କରିବାବେଳେ, ଲୋକମାନେ ସେମାନଙ୍କର ଡିପି ପ୍ରତି ସର୍ବାଧିକ ଧ୍ୟାନ ଦିଅନ୍ତି । ପ୍ରାୟତଃ ଲୋକମାନେ କେବଳ ସେମାନଙ୍କର ଅତି ସୁନ୍ଦର ଚିତ୍ରକୁ ହିଁ DP ରେ ରଖନ୍ତି ।

ଯଦିଓ, ଫଟୋ ଅପଲୋଡ୍ କରିବାବେଳେ, ଫଟୋ ବର୍ଗାକାର ହୋଇଥାଏ କିନ୍ତୁ ଡିପି ସେଟ କରିବା ପରେ ଏହା ଆମକୁ ଗୋଲାକାର ଆକାରରେ ଦେଖାଯାଏ । ପ୍ରତିଦିନ ଜୀବନରେ ଆମେ ଏଭଳି ଅନେକ ଜିନିଷ ଦେଖିଥାଉ ଯାହା ପଛର କାରଣ ଆମେ ଜାଣିନଥାଉ । ତେବେ ଏହା ପଛରେ କୌଣସି କାରଣ ରହିଛି କି ବର୍ଷ ବର୍ଷରୁ ଚାଲିଆସୁଥିବା ଏକ ପାର୍ଟନ? ଆସନ୍ତୁ ଜାଣିବା ଏଭଳି କାହିଁକି ଘଟେ । ବାସ୍ତବରେ, ଏହା ପଛରେ ଏକ ସାଧାରଣ ଲଜିକ୍ ଅଛି । ଆପଣ ନିଶ୍ଚୟ ଜାଣିଥିବେ ଯଦି ଆପଣ ନିଜର ଏକ ଫଟୋ ପ୍ରୋଫାଇଲରେ ରଖୁଛନ୍ତି ତେବେ ଏହି ଫଟୋକୁ ଏକ ଛୋଟ ଆକାରରେ ଦେଖିବାକୁ ପଡିଥାଏ ।

ସେଥିପାଇଁ ଆପଣ ଏହାକୁ ଏକ ବର୍ଗ ଆକାରରେ ରଖିପାରିବେ ନାହିଁ କାରଣ ଯଦି ଏହା ବର୍ଗକାର ହୁଏ, ତେବେ କୋଣ କାରଣରୁ ଫଟୋର କିଛି ଅଂଶ କଟିଯିବ ଏବଂ ଏହା ଖରାପ ଦେଖାଯିବ । ଯଦି ଫଟୋ ଗୋଲାକାର ଆକାରରେ ଦେଖାଯାଏ ତେବେ ଏଥିରେ ଆପଣଙ୍କ ଚେହେରାର ସଠିକ୍ ଆକୃତି ଦୃଶ୍ୟମାନ ହେବ । ବାସ୍ତବରେ, ମାନବ ଚେହେରାର ଆକୃତି ଗୋଲାକାର, ତେଣୁ ଚେହେରା ଏକ ଗୋଲାକାର ଫ୍ରେମରେ ହି ଠିକ ଦେଖାଯାଏ ।

ଆପଣଙ୍କୁ କହି ରଖୁଛୁ, ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ, ପ୍ରୋଫାଇଲ ଫଟୋ କେବଳ ବର୍ଗକାରରେ ଦୃଶ୍ୟମାନ ହେଉଥିଲା । କିନ୍ତୁ ପରେ ଏହାକୁ ସର୍କଲ୍ ଆକୃତିରେ ଅପଡେଟ୍ କରାଯାଇଥିଲା । ସେବେଠାରୁ, ପ୍ରତ୍ୟେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡିପି ସର୍କଲ ଆକାରରେ ଦେଖାଯାଏ ।

Leave A Reply

Your email address will not be published.