Below header

ଭାତ ବାଢ଼ି ସ୍ତ୍ରୀ ଚାହିଁ ବସିଛି ସ୍ତ୍ରୀ, ହେଲେ ଆସିଲା ସ୍ୱାମୀର ମର ଶରୀର

ଛୁଆ ବି ଖାଇନାହାଁନ୍ତି ତୁମ ଆସିବାକୁ ବାଟକୁ ଅପେକ୍ଷା କରିଛନ୍ତି । ସ୍ୱାମୀଙ୍କୁ ଏୟା କହି ଫୋନ୍‌ କାଟିଥିଲେ । କିନ୍ତୁ ତାର କିଛି ସମୟ ପରେ ଆସିଲା ଆଉ ଗୋଟେ କଲ୍‌ । ଜଲଦି ଆସ ତୁମ ସ୍ୱାମୀର ଆକ୍ସିଡେଣ୍ଟ ହେଇଛି । ଜଲଦି ଆସି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଁଚ ।

ଭୁବନେଶ୍ୱର (କେନ୍ୟୁଜ) : ଧନ ଶୁଣ ମୁଁ ଭାତ ବାଢ଼ିକି ବସିଛି, ଜଲଦି ଆସ । ଛୁଆ ଦୁଇଟା ବି ଖାଲି ବାପା ବାପା ହେଉଛନ୍ତି । ଭାତ ବାଢ଼ି ଦେଇଛି ଧନ, ତମେ ଆସିଲେ ମିଶିକି ଖାଇବା । ଛୁଆ ବି ଖାଇନାହାଁନ୍ତି ତୁମ ଆସିବାକୁ ବାଟକୁ ଅପେକ୍ଷା କରିଛନ୍ତି । ସ୍ୱାମୀଙ୍କୁ ଏୟା କହି ଫୋନ୍‌ କାଟିଥିଲେ । କିନ୍ତୁ ତାର କିଛି ସମୟ ପରେ ଆସିଲା ଆଉ ଗୋଟେ କଲ୍‌ । ଜଲଦି ଆସ ତୁମ ସ୍ୱାମୀର ଆକ୍ସିଡେଣ୍ଟ ହେଇଛି । ଜଲଦି ଆସି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଁଚ ।

ଅଜଣା କଲରୁ ଏତିକି ଶୁଣି ସ୍ତ୍ରୀ ତୁରନ୍ତ ଛୁଆ ଦୁଇଟାକୁ ଧରି ୬ ନମ୍ବର ଡାକ୍ତରଖାନାରେ ପହଁଚିଲେ । ଆଉ ତାପରର ଚିତ୍ର ଆପଣଙ୍କ ସାମ୍ନାରେ । କୋଉ ରାଇଜକୁ ଚାଲିଗଲ । ଏ ପିଲା ମାନଙ୍କୁ କେମିତି ମଣିଷ କରିବି । ବଡ଼ ଦାଣ୍ଡରେ ବସାଇ ଚାଲିଗଲ ମୋତେ । ସାତଜନମକୁ ହାତ ଧରି ଚାଲିବ କହିଥିଲ । ହେଲେ କୁଆଡେ ଗଲ ମଝି ଦାଣ୍ଡରେ ହାତ ଛାଡି । ତୁମକୁ ଛୁଆଙ୍କ ମୁହଁ କଣ ମନେ ପଡୁନି ଏବେ ଛୁଆଙ୍କୁ କାହା ଆଶ୍ରାରେ ମଣିଷ କରିବି । ଏତେ ବଡ଼ ଦୁନିଆରେ ମୋର କିଏ ଆଉ ଅଛି କାହା ଭରଷାରେ ଜୀବନ କାଟିବି । ଶବ ସଂରକ୍ଷଣ ଗୃହ ନିକଟରେ ତଳେ ବସି ଜଣେ ମହିଳା ଛାତି ମୁଣ୍ଡ ବାଡେଇ ବାଡେଇ ବାହୁନି ବାହୁନି କାନ୍ଦୁ ଥାଆନ୍ତି । ପାଖରେ ବସି ଭାଉଜ ଧରିଥାନ୍ତି ମହିଳାଙ୍କୁ । ଆଉ ଭାଉଜଙ୍କ ଆଖିରୁ ମଧ୍ୟ ଧାର ଧାର ଲୁହ ଝରିଯାଉଥାଏ ।

ମହିଳା ଜଣକଙ୍କ ଏହି କାନ୍ଦରେ ଗଛ ପତ୍ର ପବନ ବି ସହ୍ୟ କରିପାରିବେନି । କ୍ୟାପିଟାଲ ହସ୍ପିଟାଲ ଶବଗୃହ ନିକଟରେ ଏ ମହିଳାଙ୍କ କାନ୍ଦ ବାଜୁଥିଲା ସମସ୍ତଙ୍କ କାନରେ । ବାସ୍‌ ପାଟିରେ ଖାଲି ଗୋଟିଏ କଥା, କଥା ଦେଇ କଥା ରଖିଲନି । ତୁମ ବିନା ମୁଁ କେମିତି ବଞ୍ଚିବି । ଛୁଆ ବାପା କଥା ପଚାରିଲେ ମୁଁ କଣ କହିବି । ମୁଁ କେମିତି ଏକା ତାଙ୍କୁ ମଣିଷ କରିବ । ଥରେ ଭାବିଲନି ମୋତେ ଏକା ଛାଡି ପଳେଇଲ । ଦେଖନ୍ତୁ କେତେ ହୃଦୟ ବିଦାରକ ଏକ ଦୃଶ୍ୟ । ବାହା ହୋଇ ଶାଶୁ ଘରକୁ ଗାଡିରେ ବସି କନିଆଁ ଆସନ୍ତି ଆପଣ ଦେଖିଥବେ କିନ୍ତୁ ଏଠି ଗାଡି ଭିତରେ ସ୍ୱାମୀର ମରଶରୀର ରହିଛି ଆଉ ସ୍ତ୍ରୀ ପଶୁଛି ଭିତରକୁ । ସତରେ ଭାରି କଷ୍ଟ ଦେଉଥିଲା ଏ ଚିତ୍ର ।

ସେଦିନ ସ୍ୱାମୀଙ୍କ ସହିତ ଫୋନରେ କଥାବାର୍ତ୍ତା ହିଁ ଶେଷ କଥାବାର୍ତ୍ତା ଥିଲା ତାପରେ ଆଉ ସ୍ୱାମୀଙ୍କ କଲ୍‌ ଆସିନଥିଲା ଫୋନ ଆସିଥିଲା ସ୍ୱାମୀଙ୍କ ଦୁର୍ଘଟଣା ପରେ ମେଡିକାଲରେ ପଡ଼ିଥିବା ଖବର । କ୍ୟାପିଟାଲ ହସ୍ପିଟାଲ ରେ ପହଁଚିଲା ବେଳେ ଦେଖିବାକୁ ମିଳିଲା ସ୍ୱାମୀଙ୍କ ମରଶରୀର ରଖା ସରିଛି ଶବ ଗୃହ ଭିତରେ । ଅନେକ ସମୟ ଘଟଣା କଣ ବୁଝୁ ବୁଝୁ ଜଣା ପଡିଲାକି ସିଆରପି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ସ୍ୱାମୀଙ୍କ ଜୀବନ । ପରିବାର ଲୋକଙ୍କ କହିବା ଅନୁଯାଇ, ଦୁର୍ଘଟଣାରେ ଜୀବନ ଚାଲିଯାଇଥିବା ଯୁବକ ହେଉଛନ୍ତି ମାନସ ନାୟକ । ଘର ଦଶପଲ୍ଲା କୁସୁମ ଗାଡ଼ିଆରେ । ମାନସ ଭୁବନେଶ୍ୱରରେ ରହି ଡ୍ରାଇଭର ଭାବେ ଗାଡି ଚଲେଇ ପରିବାର ପ୍ରତିପୋଷଣ କରନ୍ତି । ମାନସକଙ୍କର ଚାରି ପାଞ୍ଚ ବର୍ଷର ପୁଅ ଏବଂ ଦୁଇ ବର୍ଷର କୁନି ଝିଅ । ସେମାନେ ବାପାଙ୍କ ମରଣ କହିଲେ କଣ ଅବା ବୁଝିବେ । ମାଆ ବସି କାନ୍ଦୁଥିବା ସେହି ଶବ ଗୃହ ପାଖରେ ଇଆଡେ ସିଆଡେ ବୁଲି ଖେଳୁଥାନ୍ତି । କିଛି ଜାଣିନଥାନ୍ତି ସେମାନେ କୁଆଡେ ଆସିଛନ୍ତି ଆଉ କଣ ହେଇଛି ବୋଲି । ମୃତକ ମାନସ ସାଲିଆ ସାହିରେ ପରିବାର ନେଇ ରହୁଥିଲେ । ଘଟଣା ଦିନ ମାଲିକଙ୍କ ଗାଡି ଚଳାଇବାକୁ ଯାଇଥିଲେ । ଗାଡି କଣ ଖରାପ ହେଲା ବୋଲି ପାର୍ଟସ ପାଇଁ ଯାଇଥିଲେ ହେଲେ ସିଆରପି ଛକ ନିକଟରେ ଘଟିଲା ଦୁର୍ଘଟଣା ।

ମାନସ ସହିତ ଅନ୍ୟ ଜଣେ ଡ୍ରାଇଭର ଭାଇଥିଲେ ବୋଲି କମ୍ପାନୀ କାମ କରୁଥିବା ସୁପରଭାଇଜର କହୁଥିଲେ । ସେ ବି ସାମାନ୍ୟ ଆଘାତ ପାଇଥିବା ସୂଚନା ରହିଛି । ଗୋଟିଏ ବୋଲି ରୋଜଗାରିଆ ଚାଲିଗଲା ଆରପାରିପାରିକୁ । ଦୁଇଟି ଛୋଟ ଛୋଟ ଛୁଆକୁ ଧରି କେମିତି ପରିବାର ପୋଷିବେ କେମିତି ମଣିଷ ହେବେ ତାକୁ ନେଇ ଚିନ୍ତାରେ ପରିବାର । ସ୍ତ୍ରୀ ଟି ଶେଷରେ କାନ୍ଦି ଜନ ସାଧାରଣ ଓ ସମସ୍ତଙ୍କୁ ସାହାଯ୍ୟ ଭିକ୍ଷା କରି କହିଛନ୍ତି ମୋ ପରିବାରକୁ ବଞ୍ଚାଇଦିଅ । ଶବ ବ୍ୟବଚ୍ଛେଦ ପରେ ବାପା ମୃତକ ପୁଅ ମାନସ ନାୟକ ଆଖିକୁ ଦାନ କରିଥିଲେ । ମାନସ ଆଖିରେ ଅନ୍ତତଃ ଅନ୍ୟ କେହି ଦେଖିପାରିବି ବୋଲି କହୁଥିଲେ । ତେବେ ମୃତକ ମାନସ ପରିବାରକୁ ଆପଣ ମାନଙ୍କର ସାହାଯ୍ୟ ଅପେକ୍ଷା ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.