Below header

ଆଜି ରାତି ୮ଟାରେ ଭୁବନେଶ୍ବରରେ ମୋଦି ସୋ’, ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା

ସଂଧ୍ୟାରେ ରାମ ମନ୍ଦିର ନିକଟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ଯନ୍ତ ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା।

ଭୁବନେଶ୍ୱର : ଆଜି ଭୁବନେଶ୍ବରରେ ମୋଦି ସୋ’। ସଂଧ୍ୟାରେ ରାମ ମନ୍ଦିର ନିକଟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ଯନ୍ତ ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ଆଜି ରାତି ୮ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ପାର୍ଟି ଅଫିସରୁ ବାଣୀବିହାର ଯାଏ ରୋଡ ସୋ କରିବେ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।

ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଭିତରେ ଝଲସିବ ଓଡ଼ିଶା କଳା ଓ ସଂସ୍କୃତି। ସ୍ଥାନେ ସ୍ଥାନେ ଓଡ଼ିଶାର ବିଭିନ୍ନ ଲୋକକଳା ମାଧ୍ୟମରେ ମୋଦିଙ୍କୁ ସ୍ବାଗତ କରାଯିବ। ବାଣୀବିହାର ଛକରେ ଦଳୀୟ ଚିହ୍ନ ଏବଂ ନେତାଙ୍କ ବଡ଼ବଡ଼ ପୋଷ୍ଟର ଲାଗିଛି। ରୋଡ ଶୋ ପରେ ରାଜଭବନରେ ରତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ। କାଲି ପଶ୍ଚିମ ଓଡ଼ିଶାରେ ରହିଛି ମାରାଥନ କ୍ୟାମ୍ପେନ। ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ପ୍ରଚାର କରିବେ ମୋଦି। ଗୋଟିଏ ସପ୍ତାହରେ ମୋଦିଙ୍କର ଏହା ଦ୍ବିତୀୟ ଓଡ଼ିଶା ଗସ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.