Below header

ନିଆରା ପ୍ରଚାର କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝି, ଲୋକେ ଶହେ ଟଙ୍କା ଚାଉଳ ଓ ଖଣ୍ଡେ ହଳଦୀ ଦେଇ କରୁଛନ୍ତି ଭୋଟ ପ୍ରତିଶୃତି

ମୁଠାଏ ଚାଉଳ, ଶହେ ଟଙ୍କା ଓ ଖଣ୍ଡେ ହଳଦୀରେ ନିର୍ବାଚନ ପ୍ରତିଶୃତି

ନୂଆପଡା (କେନ୍ୟୁଜ) : ସାଧାରଣତଃ ଆପଣମାନେ ଅନେକ ନିର୍ବାଚନ ଦେଖିଥିବେ, ହେଲେ ଆପଣଙ୍କୁ ଏମିତି ଏକ ନିର୍ବାଚନ ପ୍ରଚାର ଦେଖେଇବୁ ଯାହା ନେତାଙ୍କ ଦ୍ଵାରା ନୁହେଁ ବରଂ ଜନତାଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରାଯାଉଛି । ଏଭଳି ନିଆରା ପ୍ରଚାର ଦେଖିବାକୁ ମିଳିଛି ନୂଆପଡା ନିର୍ବାଚନ ମଣ୍ଡଳୀର ସ୍ଵାଧିନ ପ୍ରାର୍ଥି ଘାସିରାମ ମାଝିଙ୍କ ନିର୍ବାଚନୀ ପ୍ରଚାରରେ । ଘାସିରାମ ମାଝି ନିଜର ଶହ ଶହ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ନିଜର ପ୍ରଚାରକୁ ଜେରାଦାର କରିବାରେ ଲାଗିପଡିଛନ୍ତି । ଲୋକେ ମଧ୍ୟ ଘାସିରାମ ମାଝିଙ୍କୁ ଗାଁ ଗାଁରେ ବନ୍ଦାପଣା କରି ଭବ୍ୟସ୍ଵାଗତ କରିବା ସହ ଭୋଟରମାନେ ଚାଉଳ ଓ ଟଙ୍କା ସହ ଖଣ୍ଡେ ହଳଦି ଦେଇ ନିଃସର୍ତ୍ତରେ ଭୋଟଦେବା ପାଇଁ ପ୍ରତିଶୃତି ଦେଉଛନ୍ତି ।

ଚଳିତ ନିର୍ବାଚନରେ ନୂଆପଡା ବିଧାନସଭା ଆସନରୁ ବରିଷ୍ଠ ଆଦିବାସୀ ନେତା ଘାସିରାମ ମାଝି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କ ନିର୍ବାଚନୀ ଚିହ୍ନ ରହିଛି ଫୁଟବଲ ଖେଳାଳୀ । ଘାସିରାମ ମାଝି ନିଜର ଶହ ଶହ ସମର୍ଥକଙ୍କୁ ନେଇ ଗାଁକୁ ଗାଁ ବୁଲି ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ବିଗତ ଦୁଇଟି ନିର୍ବାଚନରେ ଘାସିରାମ ମାଝି କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ । ଗତ ୨୦୧୯ ନିର୍ବାଚନରେ ଘାସିରାମ ମାଝି କଂଗ୍ରେସ ଦଳରୁ ନିର୍ବାଚନ ଲଢି ୪୬ ହଜାର ଭୋଟ ପାଇ ଦ୍ଵିତିୟ ସ୍ଥାନରେ ରହିଥିଲେ । ସେ ଚଳିତ ନିର୍ବାଚନରେ ମଧ୍ୟ କଂଗ୍ରେସ ଦଳର ଟିକେଟ ଦୈାଡରେ ରହିଥିଲେ । ହେଲେ ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡା ଆସନରୁ ନିଜେ ପ୍ରାର୍ଥି ହେବା ପରେ ଘାସିରାମ ମାଝି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ସ୍ଥିର କରିଥିଲେ । ଆଉ ଏବେ ତାଙ୍କୁ ଜିଲ୍ଲର ୧୨ଟି ଆଦିବାସୀ ସାମାଜିକ ସଂଗଠନ ଓ ଅଣଆଦିବାସୀ ଭୋଟରମାନେ ସମର୍ଥନ ଜଣେଇବା ସହ ନିର୍ବାଚନ ପ୍ରଚାର ମଂଗ ଧରିଛନ୍ତି । ଘାସିରାମଙ୍କୁ ଗାଁ ଗାଁରେ ଭବ୍ୟ ସ୍ଵାଗତ କରିବା ସହ ଭୋଟରମାନେ ଚାଉଳ,ଟଙ୍କା ଓ ଖଣ୍ଡେ ହଳଦୀ ଦାନକରି ନିଃସର୍ତ୍ତ ସମର୍ଥନ ଜଣେଇଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ସ୍ଵାଧିନ ପ୍ରାର୍ଥି ଘାସିରାମ ମାଝି ନିଜର ନିର୍ବାଚନ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ସେ ନିଜର ଶହ ଶହ ସମର୍ଥକ ଓ କର୍ମୀକୁ ନେଇ ଗାଁକୁ ଗାଁ ବୁଲି ଆଦିବାସୀଙ୍କ ସହ ନୃତ୍ୟଗୀତ କରି ଭୋଟରଙ୍କ ମନଜିଣିବାରେ ଭରପୁର ପ୍ରୟାସ କରୁଛନ୍ତି । ଘାସିରାମ ମାଝିଙ୍କୁ ଆଦିବାସୀ ଓ ଅଣଅଦିବାସୀ ସଂପଦାୟର ଲୋକମାନେ ସଂପୂର୍ଣ ସହଯୋଗ କରୁଛନ୍ତି । ସ୍ଵାଧିନ ପ୍ରାର୍ଥୀ ଘାସିରାମ ମାଝିଙ୍କୁ ମୁଠାଏ ଚାଉଳ ସହ ଟଙ୍କା ଓ ଖଣ୍ଡେ ହଳଦୀ ପ୍ରଦାନ କରିବା ସହିତ ଭୋଟ ଦେବା ପାଇଁ ଭୋଟରମାନେ ପ୍ରତିଶୃତି ଦେଉଛନ୍ତି । ଯାହାକୁ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଏବେ ଛନକା ପଶିଯାଇଛି ା ଏଣୁକରି ଏଥର ନୂଆପଡା ନିର୍ବାଚନ ମଣ୍ଡଳୀରେ ପରିବର୍ତନ ହେବା ସହିତ ଗରିବ,ଆଦିବାସୀ ଓ ଖଟିଖିଆଙ୍କ ସରକାର ହେବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.